କଂଗ୍ରେସ ସୋଫିଆଙ୍କୁ ଅଣଦେଖା କରୁଥିଲା:ମୋକିମ

ଭୁବନେଶ୍ୱର: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର ‘ହୁଇପ୍‌’କୁ ନ ମାନି କ୍ରସ୍‌ ଭୋଟିଂ କରିଥିଲେ। କଂଗ୍ରେସ ଏହି ୩ ଜଣଙ୍କୁ ଦଳରୁ ନିଲମ୍ବିତ କରିଛି। କଂଗ୍ରେସରୁ ବହିଷ୍କୃତ ବିଧାୟକ ମହମ୍ମଦ ମୋକିମ ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ଏହି ବିଧାୟକମାନେ ଗୋଟିଏ ପ୍ଲାଟଫର୍ମରେ ସାମିଲ ହୁଅନ୍ତି।
ଝିଅ ସୋଫିଆ ଫିର୍ଦ୍ଦୋସ କ୍ରସ ଭୋଟିଂ କରିବା ନେଇ ମଧ୍ୟ ମତ ରଖିଛନ୍ତି ମୋକିମ। ସେ କହିଛନ୍ତି, କଂଗ୍ରେସ ଦଳ ଝିଅ ସୋଫିଆଙ୍କୁ ଅଣଦେଖା କରୁଥିଲା। ମୋତେ ବହିଷ୍କାର ପରେ ତାକୁ ବେଶି ଅଣଦେଖା କରାଯାଉଥିଲା। କଟକରେ କାହାକୁ ଦଳରେ ମିଶାଇଲେ ବି ଜଣାଉ ନ ଥିଲେ। ଏପରିକି ଦଳର ମହିଳା କାର୍ୟ୍ୟକ୍ରମକୁ ମଧ୍ୟ ଡାକୁ ନ ଥିଲେ। ଯଦି ଦଳ ତାଙ୍କୁ ବହିଷ୍କାର କରେ ଓଡ଼ିଶା-ଜନତା-କଂଗ୍ରେସ ପାଇଁ କାମ କରିବ।
ସୂଚନାଯୋଗ୍ୟ, ରାଜ୍ୟ ସଭା ନିର୍ବାଚନକୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ଏଥର ଅଧିକ ତତ୍ପରତା ପ୍ରକାଶ ପାଇଥିଲା। ପିସିସି ସଭାପତି ଦଳର ୧୪ ବିଧାୟକଙ୍କ ସହିତ ସିପିଆଇଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ଏକତ୍ର କରି ରଖିବାପାଇଁ ବହୁତ ଉଦ୍ୟମ କରିଥିଲେ। ୮ଜଣ ବିଧାୟକଙ୍କୁ ସାଙ୍ଗରେ ନେଇ ବେଙ୍ଗାଲୁରୁ ଯାଇଥିଲେ। ଏହାବାଦ୍‌ ଓଡ଼ିଶାରେ ରହିଥିବା ୬ଜଣ ବିଧାୟକଙ୍କ ମଧ୍ୟରୁ ୩ଜଣ ପାର୍ଟି କଥା ମାନି ନ ଥିଲେ। ଭକ୍ତ କହିଛନ୍ତି, ଦାଶରଥି ଦଳପ୍ରତି ବିଶ୍ୱାସଘାତକତା କରିଛନ୍ତି। ରମେଶ ମୋତେ ଭେଟି ଦଳୀୟ ନିଷ୍ପତ୍ତିକୁ ସମ୍ମାନ ଦେବେ ବୋଲି କଥା ଦେଇଥିଲେ। ହେଲେ ସେ ଧୋକା ଦେଇଛନ୍ତି। ତାଙ୍କ ଭବିଷ୍ୟତକୁ ମଧ୍ୟ ଅନ୍ଧାରକୁ ଠେଲି ଦେଇଛନ୍ତି। ସେହିପରି ସୋଫିଆ ଝିଅଙ୍କ ବଡ଼ ଭବିଷ୍ୟତ ଥିବାବେଳେ ସେ ମଧ୍ୟ ଭୁଲ୍‌ ରାସ୍ତାରେ ଯାଇଛନ୍ତି। ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିବୁ। ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟ ଯିବୁ ବୋଲି ଭକ୍ତ କହିଛନ୍ତି। ସେ କହିଛନ୍ତି, ଏମାନେ ଗଣମାଧ୍ୟମ ସମ୍ମୁଖରେ କଥା ହେଲାବେଳେ ସିଂହ ଭଳି ହେଉଛନ୍ତି, ମାତ୍ର କାର୍ୟ୍ୟରେ ମୂଷା ଓ ଛେଳି ଭଳି ବିକ୍ରି ହୋଇଯାଉଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଘୋଡ଼ା ବେପାର ପଶିଯିବାରୁ ବିଧାୟକମାନେ ଏଭଳି ଭାବେ ନିୟମ ବିରୋଧ କାର୍ୟ୍ୟ କରିଛନ୍ତି।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ