କଟକ ବାଲିଯାତ୍ରାରେ ଫୁଟପାଥରେ ବସିପାରିବେନି ଉଠା ଦୋକାନୀ

କଟକ :ଏଥର ବାଲିଯାତ୍ରା ପଡିଆ ଓ ଏହାର ପାରିପାର୍ଶ୍ବିକ ରାସ୍ତା କଡରେ ଉଠାଦୋକାନୀ ମାନଙ୍କର ପସରା ଖୋଲିବ ନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାଲିଯାତ୍ରା ସମୟରେ ଫୁଟପାଥରେ କୌଣସି ଉଠାଦୋକାନୀ ବ୍ୟବସାୟ କରିବା ନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଆଜି ଏକ ନିଷେଧାଦେଶ ଜାରି କରିଛନ୍ତି । ଯୋବ୍ରାଠାରୁ ଚହଟା, ଉପର ଏବଂ ତଳ ବାଲିଯାତ୍ରା ପଡିଆ ଏବଂ ଏହାର ଆଖପାଖ ରାସ୍ତାରେ ଏହି ଉଠା ଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ନିଷେଧ କରାଯାଇଛି ।
ସାଧାରଣତଃ ବାଲିଯାତ୍ରା ପଡିଆରେ ପ୍ରବେଶ କରୁକରୁ ରାସ୍ତା କଡରେ କିଏ ଛିଡା ହୋଇ ବେପାର କରିଥାଏ ତ କିଏ ଖୋଲା ଆକାଶ ତଳେ ବସିକି ବେପାର ପସରା ମେଲାଇଥିବା ଦେଖିବାକୁ ମିଳେ । ଏଥର ସମ୍ପୁର୍ଣ୍ଣ ବାଲିଯାତ୍ରା ପଡିଆ ହେଉ କି ସଂଲଗ୍ନ ରାସ୍ତାରେ ଏମାନଙ୍କ ବେପାର ଉପରେ ପ୍ରଶାସନ କଟକଣା ଜାରି ସହ ଏନଫୋର୍ସମେଣ୍ଟ ପାଇଁ ପଦକ୍ଷେପ ନେଇଛି। ତେବେ ସେମାନଙ୍କ ଜୀବନ ଜୀବିକା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ତଳ ବାଲିଯାତ୍ରା ପଡିଆରେ ସେମାନଙ୍କ ବ୍ୟବସାୟ ନିମନ୍ତେ ନିର୍ଦ୍ଦିଷ୍ଟ ୨୦ହଜାର ବର୍ଗଫୁଟ ପରିମିତ ସ୍ଥାନ ଚିହ୍ନଟ କରାଯାଇଛି । ଏହି ନିର୍ଦ୍ଦେଶ ଜାରି ହେବା ଦିନଠାରୁ ଆସନ୍ତା ୨୪ ତାରିଖ ପର୍ୟ୍ୟନ୍ତ ଉଠା ଦୋକାନୀମାନେ ଆବଶ୍ୟକ ୟୁଜର ଫି ଦେଇ ଏହି ନିର୍ଦ୍ଧାରିତ ସ୍ଥାନରେ ବ୍ୟବସାୟ କରିପାରିବେ ।
ସେହିଭଳି ନିୟମର ଖିଲାପ କଲେ ସମ୍ପୃକ୍ତ ବ୍ୟକ୍ତି ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ବୋଲି ମଧ୍ୟ ପ୍ରଶାସନ ଚେତାଇ ଦେଇଛି। ତଳ ବାଲିଯାତ୍ରା ପଡିଆରେ ଉଠା ଦୋକାନୀମାନଙ୍କୁ ସ୍ଥାନ ଦେବା ପାଇଁ ଉପ ଜିଲ୍ଲାପାଳ କଟକ ସଦରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ଏଥିସହ ଗାଡି ଚଳାଚଳ ଏବଂ ଚଲାପଥକୁ ଅବରୋଧମୁକ୍ତ କରିବା ପାଇଁ ଆରଆଇ, ସହକାରୀ ଆରଆଇ ଏବଂ ଅମିନମାନଙ୍କୁ ନେଇ ଦୁଇଟି କମିଟି ଗଠନ କରାଯାଇଛି । କମିଟି ପୁଲିସ୍ ଓ କଟକ ମହାନଗର ନିଗମ କର୍ମଚାରୀମାନଙ୍କ ସହାୟତାରେ ଫୁଟପାଥ୍ ଓ ରାସ୍ତାକଡରେ ବସୁଥିବା ଉଠାଦୋକାନୀମାନଙ୍କୁ ହଟାଇ ରାସ୍ତାକୁ ଅବରୋଧ ମୁକ୍ତ କରିବା ଦିଗରେ ପଦକ୍ଷେପ ନେବ ବୋଲି ଜିଲ୍ଲାପାଳ କହିଛନ୍ତି ।ପ୍ରକାଶଥାଉକି ରାଜ୍ୟର କୋଣ ଅନୁକୋଣ ସମେତ ଦେଶର ବିଭିନ୍ନ ରାଜ୍ୟରୁ ସହସ୍ରାଧିକ ସଂଖ୍ୟାରେ ଉଠାଦୋକାନୀ ବାଲିଯାତ୍ରାକୁ ପସରା ନେଇ ଆସିଥାନ୍ତି ।

  • Related Posts

    କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

    ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

    Continue reading
    ଆଇପିଏସ୍ଆ ଶୀଷ ସିଂଙ୍କୁ ଓଡ଼ିଶା କ୍ୟାଡ଼ରକୁ ଫେରାଇଦେଲା କେନ୍ଦ୍ର

    ଭୁବନେଶ୍ୱର: ଓଡ଼ିଶା କ୍ୟାଡ଼ରର ଆଇପିଏସ୍ ଆଶୀଷ କୁମାର ସିଂଙ୍କୁ କେନ୍ଦ୍ର ସରକାର ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେଇଛନ୍ତି। କେନ୍ଦ୍ରୀୟ ଗୁଇନ୍ଦା ବିଭାଗ(ଆଇବି)ରେ ଡେପୁଟି ଡାଇରେକ୍ଟର ଭାବେ କାର୍ୟ୍ୟରତ ଥିବା ଶ୍ରୀ ସିଂଙ୍କୁ ତତ୍କାଳ ଅବ୍ୟାହତ ଦେଇ ଓଡ଼ିଶା କ୍ୟାଡ଼ରକୁ ଫେରିଯିବାକୁ ନିର୍ଦ୍ଦେଶ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ