କଟକ ବାଲିଯାତ୍ରାରେ ଫୁଟପାଥରେ ବସିପାରିବେନି ଉଠା ଦୋକାନୀ

କଟକ :ଏଥର ବାଲିଯାତ୍ରା ପଡିଆ ଓ ଏହାର ପାରିପାର୍ଶ୍ବିକ ରାସ୍ତା କଡରେ ଉଠାଦୋକାନୀ ମାନଙ୍କର ପସରା ଖୋଲିବ ନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାଲିଯାତ୍ରା ସମୟରେ ଫୁଟପାଥରେ କୌଣସି ଉଠାଦୋକାନୀ ବ୍ୟବସାୟ କରିବା ନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଆଜି ଏକ ନିଷେଧାଦେଶ ଜାରି କରିଛନ୍ତି । ଯୋବ୍ରାଠାରୁ ଚହଟା, ଉପର ଏବଂ ତଳ ବାଲିଯାତ୍ରା ପଡିଆ ଏବଂ ଏହାର ଆଖପାଖ ରାସ୍ତାରେ ଏହି ଉଠା ଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ନିଷେଧ କରାଯାଇଛି ।
ସାଧାରଣତଃ ବାଲିଯାତ୍ରା ପଡିଆରେ ପ୍ରବେଶ କରୁକରୁ ରାସ୍ତା କଡରେ କିଏ ଛିଡା ହୋଇ ବେପାର କରିଥାଏ ତ କିଏ ଖୋଲା ଆକାଶ ତଳେ ବସିକି ବେପାର ପସରା ମେଲାଇଥିବା ଦେଖିବାକୁ ମିଳେ । ଏଥର ସମ୍ପୁର୍ଣ୍ଣ ବାଲିଯାତ୍ରା ପଡିଆ ହେଉ କି ସଂଲଗ୍ନ ରାସ୍ତାରେ ଏମାନଙ୍କ ବେପାର ଉପରେ ପ୍ରଶାସନ କଟକଣା ଜାରି ସହ ଏନଫୋର୍ସମେଣ୍ଟ ପାଇଁ ପଦକ୍ଷେପ ନେଇଛି। ତେବେ ସେମାନଙ୍କ ଜୀବନ ଜୀବିକା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ତଳ ବାଲିଯାତ୍ରା ପଡିଆରେ ସେମାନଙ୍କ ବ୍ୟବସାୟ ନିମନ୍ତେ ନିର୍ଦ୍ଦିଷ୍ଟ ୨୦ହଜାର ବର୍ଗଫୁଟ ପରିମିତ ସ୍ଥାନ ଚିହ୍ନଟ କରାଯାଇଛି । ଏହି ନିର୍ଦ୍ଦେଶ ଜାରି ହେବା ଦିନଠାରୁ ଆସନ୍ତା ୨୪ ତାରିଖ ପର୍ୟ୍ୟନ୍ତ ଉଠା ଦୋକାନୀମାନେ ଆବଶ୍ୟକ ୟୁଜର ଫି ଦେଇ ଏହି ନିର୍ଦ୍ଧାରିତ ସ୍ଥାନରେ ବ୍ୟବସାୟ କରିପାରିବେ ।
ସେହିଭଳି ନିୟମର ଖିଲାପ କଲେ ସମ୍ପୃକ୍ତ ବ୍ୟକ୍ତି ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ବୋଲି ମଧ୍ୟ ପ୍ରଶାସନ ଚେତାଇ ଦେଇଛି। ତଳ ବାଲିଯାତ୍ରା ପଡିଆରେ ଉଠା ଦୋକାନୀମାନଙ୍କୁ ସ୍ଥାନ ଦେବା ପାଇଁ ଉପ ଜିଲ୍ଲାପାଳ କଟକ ସଦରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ଏଥିସହ ଗାଡି ଚଳାଚଳ ଏବଂ ଚଲାପଥକୁ ଅବରୋଧମୁକ୍ତ କରିବା ପାଇଁ ଆରଆଇ, ସହକାରୀ ଆରଆଇ ଏବଂ ଅମିନମାନଙ୍କୁ ନେଇ ଦୁଇଟି କମିଟି ଗଠନ କରାଯାଇଛି । କମିଟି ପୁଲିସ୍ ଓ କଟକ ମହାନଗର ନିଗମ କର୍ମଚାରୀମାନଙ୍କ ସହାୟତାରେ ଫୁଟପାଥ୍ ଓ ରାସ୍ତାକଡରେ ବସୁଥିବା ଉଠାଦୋକାନୀମାନଙ୍କୁ ହଟାଇ ରାସ୍ତାକୁ ଅବରୋଧ ମୁକ୍ତ କରିବା ଦିଗରେ ପଦକ୍ଷେପ ନେବ ବୋଲି ଜିଲ୍ଲାପାଳ କହିଛନ୍ତି ।ପ୍ରକାଶଥାଉକି ରାଜ୍ୟର କୋଣ ଅନୁକୋଣ ସମେତ ଦେଶର ବିଭିନ୍ନ ରାଜ୍ୟରୁ ସହସ୍ରାଧିକ ସଂଖ୍ୟାରେ ଉଠାଦୋକାନୀ ବାଲିଯାତ୍ରାକୁ ପସରା ନେଇ ଆସିଥାନ୍ତି ।

  • Related Posts

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ଝାରସୁଗୁଡା: ଝାରସୁଗୁଡା ସହରର ବୃନ୍ଦାବନ କଲୋନୀ ରାସ୍ତାରେ ଶନିବାର ଏକ ଘରୋଇ ବସ୍‌ରେ ନିଆଁ ଲାଗିବାରୁ ହୁତୁହୁତୁ ହୋଇ ଜଳି ଯାଇଛି । ବସ୍‌ରେ କେହି ନ ଥିବାରୁ ବିଶେଷ କ୍ଷତି ହୋଇନାହିଁ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି…

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

    ନୂଆପଡ଼ :ଟ୍ରକ ଧକ୍କାରେ ଚାଲିଗଲା ମାମୁ ଓ ଭଣଜାଙ୍କ ଜୀବନ । ନୂଆପଡ଼ା ଜାତୀୟ ରାଜପଥ ୩୫୩ କ୍ରିଷ୍ଣା ଛକ ସ୍ଥିତ ତେତେଲବନ୍ଧ ନିକଟରେ ଘଟିଛି ଦୁର୍ଘଟଣା । ମୃତକ କୋମନା ଥାନା ଖଇରଭାଡ଼ି ଗାଁର ପ୍ରେମ ମାଝୀ ଓ ଖୁଟଲୁ…

    Leave a Reply

    Your email address will not be published. Required fields are marked *

    You Missed

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨  ମୃତ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ  ସୁଭଦ୍ରା