କବିତାଙ୍କୁ ବିଆର୍‌ଏସ୍‌ରୁ ନିଲମ୍ବନ କଲେ କେସିଆର୍‌

ନୂଆଦିଲ୍ଲୀ: ବିଆର୍‌ଏସ୍‌ (ଭାରତ ରାଷ୍ଟ୍ର ସମିତି) ଏମ୍‌ଏଲ୍‌ସି କେ କବିତା ତାଙ୍କର ୨ ସମ୍ପର୍କୀୟ ଭାଇ ତଥା ପୂର୍ବତନ ଜଳସେଚନ ମନ୍ତ୍ରୀ ଟି ହରୀଶ ରାଓ ଏବଂ ପୂର୍ବତନ ସାଂସଦ ଜେ ସନ୍ତୋଷ ରାଓଙ୍କ ବିରୋଧରେ ବ‌ିସ୍ଫୋରକ ଦାବି କରିବାର ଦିନକ ପରେ ଆଜି ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। କବିତାଙ୍କୁ ବିଆର୍‌ଏସ୍‌ରୁ ନିଲମ୍ବନ କରିବା ସଂକ୍ରାନ୍ତ ନିଷ୍ପତ୍ତି ନିଜେ ତାଙ୍କ ପିତା କେସିଆର୍‌ ନେଇଛନ୍ତି ବୋଲି ଦଳ ଏକ ବିବୃତି ଜାରି କରି କହିଛି। ବିବୃତିରେ ଏହା ମଧ୍ୟ କୁହାଯାଇଛି ଯେ କବିତା ନିକଟରେ ଦେଇଥିବା ଟିପ୍ପଣୀ ଏବଂ ତାଙ୍କ କାର୍ୟ୍ୟକଳାପ ଦଳର ନୀତି ବିରୋଧରେ ଯାଉଛି। ‌ସେଥିପାଇଁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଉଲ୍ଲେଖଯୋଗ୍ୟ, କବିତା ଦଳରୁ ନିଲମ୍ବିତ ହେବାର ଦିନକ ପୂର୍ବରୁ ଦଳରେ ଏକ ଝଡ଼ ସୃଷ୍ଟି କରିଥିଲେ। ଦଳ ସୁପ୍ରିମୋ କେସିଆର୍‌ଙ୍କ ଭାବମୂର୍ତ୍ତି ନଷ୍ଟ କରିବାପାଇଁ ସେ ଖୋଲାଖୋଲି ଭାବେ ଦଳୀୟ ସହକର୍ମୀଙ୍କୁ ଦାୟୀ କରିଥିଲେ। କବିତା ଅଭିଯୋଗ କରିଛନ୍ତି ଯେ ବରିଷ୍ଠ ନେତା ଟି ହରୀଶ ରାଓ ଏବଂ ପୂର୍ବତନ ସାଂସଦ ମେଘା କ୍ରିଷ୍ଣା ରେଡ୍ଡି ତାଙ୍କ ବାପାଙ୍କ ନ‌ାଁରେ ଦୁର୍ନୀତି ଟ୍ୟାଗ୍‌ ଯୋଡ଼ିଛନ୍ତି। ତାଙ୍କୁ ଅଣଦେଖା କରିବାପାଇଁ ହରିଶ ରାଓ ଏବଂ ସନ୍ତୋଷ କୁମାର ଷଡ୍‌ଯନ୍ତ୍ର କରିଥିବା ସେ କହିଛନ୍ତି। ଅଗଷ୍ଟ ୨୨ ତାରିଖରେ କବିତା ବିଦେଶରେ ଥିବା‌ ସମୟରେ ତାଙ୍କୁ ହଠାତ ଟିବିଜିକେଏସ୍‌ (ତେଲେଙ୍ଗାନା ବୋଗ୍ଗୁ ଘନି କାର୍ମିକ ସଂଘମ) ସଭାପତି ପଦରୁ ହଟାଇ ଦିଆଯାଇଥିଲା। ଏହା ତାଙ୍କ ବିରୋଧରେ ଦଳୀୟ ନେତାମାନଙ୍କର ଏକ ଷଡ୍‌ଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି।

  • Related Posts

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଭୁବନେଶ୍ବର,04/09: ନୂଆଦିଲ୍ଲୀରେ ଅନୁଷ୍ଠିତ ସେମିକନ୍ ଇଣ୍ଡିଆ ୨୦୨୫ରେ ରାଜ୍ୟ ସରକାର ୨୬୫୫ କୋଟି ଟଙ୍କାର ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଟପ୍‌ଟ୍ରାକ୍ ହାଇ-ଟେକ୍ ପିସିବି ପ୍ରାଇଭେଟ୍ ଲିମିଟେଡ୍‌ ସହ ୧୦୦୫ କୋଟି ଟଙ୍କାର…

    Continue reading
    ଭାରତକୁ ଅଧିକ ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ଦେବ ରୁଷ୍‌

    ନୂଆଦିଲ୍ଲୀ,04/09: ଭାରତର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା ପାଇଁ ରୁଷ୍‌ ସହ ଚର୍ଚ୍ଚା ସଫଳ ହୋଇଛି। ଭାରତକୁ ଅଧିକ ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ଯୋଗାଇ ଦେବାକୁ ରୁଷ୍‌ ନିଷ୍ପତ୍ତି ନେଇଛି ଏବଂ ଏହି ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ମଧ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର