
ଭବାନୀପାଟଣା : କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀଙ୍କ ପରଲୋକ। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ଏନେଇ ବିଶ୍ଵବିଦ୍ୟାଳୟ ଇନ୍ଚାର୍ଜ ଭିସି ନିବେଦିତା ନାଥ ସୂଚନା ଦେଇଛନ୍ତି। ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ ସଞ୍ଜୟ ଶତପଥୀ।
ପ୍ରଫେସର ସଞ୍ଜୟ ଶତପଥୀ ୨୦୨୧ରେ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ କୁଳପତି ଭାବେ ଯୋଗଦେଇଥିଲେ।ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବରେ ଯୋଗଦାନ କରି ବିଶ୍ବବିଦ୍ୟାଳୟର ବହୁତ ଉନ୍ନତି କରିବା ସହ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ମିଶି ବିଭିନ୍ନ ସୁବିଧା-ଅସୁବିଧା ବୁଝୁଥିଲେ ପ୍ରଫେସର ସଞ୍ଜୟ ଶତପଥୀ। ସେ ଜଣେ ସୁବକ୍ତା, ଉଦ୍ଘୋଷକ, ସଂସ୍କୃତି ଗବେଷକ ଭାବେ ଓଡ଼ିଶାରେ ତାଙ୍କର ସୁଖ୍ୟାତି ଥିଲା।



