କାନ୍ତକବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଓଡ଼ିଆ ଆଧୁନିକ ସାହିତ୍ୟ ଜଗତର ମଉଡ଼ ମଣି ତଥା ‘ବନ୍ଦେ ଉତ୍କଳ ଜନନୀ’ର ଅମର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଆଜି ଜନ୍ମ ଜୟନ୍ତୀ। ତାଙ୍କ ଜନ୍ମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ‘ଜାତୀୟତାବୋଧରେ ପରିପୂର୍ଣ୍ଣ ତାଙ୍କର ସାହିତ୍ୟ ସାଧନା ଏବଂ ମୁକ୍ତି ସଂଗ୍ରାମରେ ତାଙ୍କର ନିସ୍ୱାର୍ଥପର ଯୋଗଦାନ ସର୍ବଦା ଓଡ଼ିଶାବାସୀଙ୍କ ପାଇଁ ଏକ ଅବିସ୍ମରଣୀୟ ପ୍ରେରଣାର ଉତ୍ସ ହୋଇ ରହିବ।’

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମସ୍ଥାନ ଭଦ୍ରକ ତିହିଡି ବ୍ଲକର ତାଳପଦା ଗ୍ରାମରେ। ଓଡ଼ିଆ ସାହିତ୍ୟର କବିତା, ଗଳ୍ପ,ଉପନ୍ୟାସ, ବ୍ୟଙ୍ଗ ସାହିତ୍ୟ ଓ ମାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ । ବନ୍ଦେ ଉତ୍କଳ ଜନନୀ ଭଳି କାଳଜୟୀ ରଚନାଠୁ ଆରମ୍ଭ କରି ଉପନ୍ୟାସ ‘କଣାମାମୁଁ’ ଓ କ୍ଷୁଦ୍ରଗଳ୍ପ ‘ବୁଢା ଶଙ୍ଖାରୀ’ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ। ଓଡ଼ିଆ ସାହିତ୍ୟ ଜଗତରେ ତାଙ୍କର ଅମ୍ଳାନ କୃତି ତାଙ୍କୁ ସଦା ସ୍ମରଣୀୟ କରି ରଖିବ।

  • Related Posts

    କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

    ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

    Continue reading
    ଆଇପିଏସ୍ଆ ଶୀଷ ସିଂଙ୍କୁ ଓଡ଼ିଶା କ୍ୟାଡ଼ରକୁ ଫେରାଇଦେଲା କେନ୍ଦ୍ର

    ଭୁବନେଶ୍ୱର: ଓଡ଼ିଶା କ୍ୟାଡ଼ରର ଆଇପିଏସ୍ ଆଶୀଷ କୁମାର ସିଂଙ୍କୁ କେନ୍ଦ୍ର ସରକାର ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେଇଛନ୍ତି। କେନ୍ଦ୍ରୀୟ ଗୁଇନ୍ଦା ବିଭାଗ(ଆଇବି)ରେ ଡେପୁଟି ଡାଇରେକ୍ଟର ଭାବେ କାର୍ୟ୍ୟରତ ଥିବା ଶ୍ରୀ ସିଂଙ୍କୁ ତତ୍କାଳ ଅବ୍ୟାହତ ଦେଇ ଓଡ଼ିଶା କ୍ୟାଡ଼ରକୁ ଫେରିଯିବାକୁ ନିର୍ଦ୍ଦେଶ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ