କାନ୍ଥ ତଳେ ଚାପି ହୋଇ ୨ ବର୍ଷର ଶିଶୁ ମୃତ

ଜଳେଶ୍ୱର: ବିଳମ୍ବିତ ରାତିରେ ଘର ଭାଙ୍ଗି ଦେଲା ହାତୀ । କାନ୍ଥ ତଳେ ଚାପିହୋଇ ଚାଲିଗଲା ୨ ବର୍ଷର ଶିଶୁର ଜୀବନ । ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା କେନ୍ଦୁଖୁଣ୍ଟା ଗ୍ରାମରେ ଅଘଟଣ । ସୂଚନା ଅନୁଯାୟୀ, ରାଇବଣିଆ ଅଞ୍ଚଳର ଆଖପାଖ ଜଙ୍ଗଲରେ ୩୦ ଟିକିଆ ହାତୀପଲ ଦୀର୍ଘ ଦିନ ଧରି ରହୁଛନ୍ତି । ଦିନ ସମୟରେ ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ରାତିରେ ଗାଁ ଆଡ଼କୁ ଆସି ଘରବାଡ଼ିରେ ପଶି ଉପଦ୍ରବ କରୁଛନ୍ତି ।
ଗତକାଲି ରାତିରେ ହାତୀପଲ କେନ୍ଦୁଖୁଣ୍ଟା ଗ୍ରାମର ଉଦ୍ଧବ ମାରାଣ୍ଡିଙ୍କ ଘର ଭାଙ୍ଗି ଦେଇଛନ୍ତି । ଫଳରେ ରାତିରେ ଶୋଇଥିବା ବେଳେ ପରିବାର ଲୋକଙ୍କ ଉପରେ କାନ୍ଥ ଭୁଶୁଡ଼ିପଡ଼ିବାରୁ ଉଦ୍ଧବଙ୍କ ୨ ବର୍ଷର ପୁଅ ରାମ୍ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ହାତୀଗଡ଼ ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ବିଳମ୍ବିତ ରାତିରେ ହାତୀ ଉପଦ୍ରବ ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ହାତୀମାନଙ୍କୁ ଘଉଡ଼ାଇଥିଲେ । ଉଦ୍ଧବ ଜଣେ ଗରିବ ପରିବାରର ହୋଇଥିବାରୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ ।

  • Related Posts

    ଆଳୁ ୧୨ ଟଙ୍କାରୁ ଅଧିକରେ ବିକ୍ରି କରି ପାରିବେ ନାହିଁ ଖୁଚୁରା ବ୍ୟବସାୟୀ

    ଭୁବନେଶ୍ୱର: ଖୁଚୁରା ବ୍ୟବସାୟୀ ଆଳୁ ୧୨ ଟଙ୍କାରୁ ଅଧିକରେ ବିକ୍ରି କରି ପାରିବେ ନାହିଁ । ଯଦି ଏହି ନିୟମକୁ ଅଣଦେଖା କରନ୍ତି, ବାନ୍ଧିକି ସିଧା ଜେଲକୁ ପଠାହେବ। ଏମିତି କଡା ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହା ସହ ରାଜଧାନୀର…

    Continue reading
    ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ପୁଣି ଭିଡ଼ ଲାଗିଲାଣି

    ଭୁବନେଶ୍ୱର : ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ଯାଞ୍ଚ ଆରମ୍ଭ ହୋଇଛି । ଟୋଲଗେଟ୍ ପାର୍ କଲେ, ମୋଟା ଅଙ୍କର ଇ-ଚାଲଣ କଟୁଛି । ହଜାରେ କି ଦୁଇ ହଜାର ନୁହେଁ, ଏକାବେଳକେ ୧୦ ହଜାର ଟଙ୍କା ଜରିମାନାର ମେସେଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ