କାଳବୈଶାଖୀ, ମେ’ ୯ ଯାଏଁ ସତର୍କତା ଜାରି

ଭୁବନେଶ୍ବର: ଅପରାହ୍ନ ବେଳକୁ ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ । ବର୍ଷା ଛେଚିବା ସହ ପ୍ରବଳ ବଜ୍ରପାତ ସାଙ୍ଗକୁ ଝଡ଼ି ପବନ ମାଡ଼ି ଆସୁଛି । ମେ’ ୯ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ସେପଟେ ଗତକାଲି କାଳବୈଶାଖୀ ସମୟରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ତେଣୁ ବର୍ଷା ପବନ ବେଳେ ଘରେ ସୁରକ୍ଷିତ ରହିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ଘଣ୍ଟାପ୍ରତି 40-50 କିମି ବେଗରେ ପବନ ସହ ବର୍ଷା ଓ ପ୍ରବଳ ବଜ୍ରପାତ ହେବ । ସେହିପରି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ 30-40 କିମି ବେଗରେ ପବନ ବହିବା ସହ ବଜ୍ରପାତ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆସନ୍ତାକାଲି (ସୋମବାର) ବର୍ଷା ଓ ପବନର ବେଗ ବଢ଼ିବ । ଘଣ୍ଟାପ୍ରତି 50-60 କିମି ବେଗରେ ପବନ ସହ ବର୍ଷା ଓ ପ୍ରବଳ ବଜ୍ରପାତ ପାଇଁ 7 ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି 40-50 କିମି ପବନ ସହ ବର୍ଷା ଓ ବିଜୁଳି ଘଡ଼ଘଡ଼ି ପାଇଁ ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କନ୍ଧମାଳ, ନବରଙ୍ଗପୁର, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଅନ୍ୟ ସବୁ ଜିଲ୍ଲାରେ ହାଲୁକା ବର୍ଷା ସହ 30-40 କିମି ବେଗରେ ପବନ ଓ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି ।

ଆଗାମୀ 7 ଦିନ ଯାଏଁ ଅର୍ଥାତ 9 ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିଥିବା ବେଳେ ତାତିରୁ ଅଶ୍ବସ୍ତି ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ଷା ସମୟରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ 50ରୁ 60 କିମି ସର୍ବାଧିକ 70 କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ । ତେଣୁ 5 ତାରିଖ ଯାଏଁ ମସ୍ଥ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଛି ବିଭାଗ ।

  • Related Posts

    ନୂଆ ଓଡ଼ିଶାର ସ୍ଵପ୍ନ ଦେଖିବା ଜରୁରୀ: ମୁଖ୍ୟ ସଚିବ

    ଭୁବନେଶ୍ବର: ଡିଜିଟାଲ ଯୁଗରେ ରାଜସ୍ୱ ପ୍ରଶାସନର ବଦଳୁଛି ଭୂମିକା । ଭୂ-ପରିଚାଳନା କ୍ଷେତ୍ରରେ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ତେଣୁ ନୂଆ କରି ପ୍ରଶାସନିକ ସେବାରେ ଯୋଗ ଦେଉଥିବା ଅଧିକାରୀ ନୂଆ ଓଡ଼ିଶାର ସ୍ଵପ୍ନ…

    Continue reading
    ଓଡ଼ିଶାକୁ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ରୋଡମ୍ୟାପ୍

    ଭୁବନେଶ୍ବର: ଓଡ଼ିଶା ସରକାର ଜାତୀୟ ଶିକ୍ଷା ନୀତି 2020 (NEP 2020) କାର୍ଯ୍ୟାନ୍ୱୟନ ଉପରେ ଏକ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା ଆରମ୍ଭ କରିଛନ୍ତି । ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେବାସହ ଓଡ଼ିଶାକୁ ଭାରତର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା