କୃଷି ପାଇଁ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର: ଓଡ଼ିଶାକୁ କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ଭାବରେ ମାନ୍ୟତା ଦେଇ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ଏଗ୍ରିକଲଚର ଲିଡ଼ରସିପ ପୁରସ୍କାର ପ୍ରଦାନ କରାଯାଇଛି। କୃଷି କ୍ଷେତ୍ରରେ ଭାରତର ଅଗ୍ରଣୀ ଗଣମାଧ୍ୟମ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ଆୟୋଜିତ ୧୬ତମ ଏଗ୍ରିକଲଚର ଲିଡ଼ରସିପ କନକ୍ଲେଭରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାରକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରହଣ କରିଛନ୍ତି ।

ନୂଆଦିଲ୍ଲୀରେ ଏକ ଭବ୍ୟ କାର୍ୟ୍ୟକ୍ରମରେ ଭାରତ ସରକାରଙ୍କ ମାନ୍ୟବର କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ, ଭାରତର ପୂର୍ବତନ ମୁଖ୍ୟ ବିଚାରପତି ତଥା ପୁରସ୍କାର କମିଟିର ଅଧ୍ୟକ୍ଷ ମାନ୍ୟବର ନ୍ୟାୟମୂର୍ତ୍ତି ପି. ସଥାଶିବମ୍ ଏବଂ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଛି ।

“ଏହି ପୁରସ୍କାର ଓଡ଼ିଶାର ଚାଷୀଙ୍କ ନବସୃଜନ ଓ କଠିନ ପରିଶ୍ରମର ନିଦର୍ଶନ । ଓଡ଼ିଶାର ଅନ୍ନଦାତାଙ୍କୁ ଏହି ପୁରସ୍କାର ମୁଁ ଉତ୍ସର୍ଗୀକୃତ କରୁଛି । ଏହି ସମ୍ମାନ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଗ୍ରିକଲଚର ଟୁଡେ ଗ୍ରୁପ୍ ପ୍ରତି ଆନ୍ତରିକ କୃତଜ୍ଞତା ପ୍ରକାଶ କରୁଛି ଏବଂ ଭାରତ ବର୍ଷରେ ସ୍ଥାୟୀ କୃଷି ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଏକ ମଡେଲ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ସୂଚିତ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ମତପ୍ରକାଶ କରି କହିଛନ୍ତି ।”

ଏହି ଜାତୀୟ ମାନ୍ୟତା କୃଷି ଅଭିବୃଦ୍ଧି, ନବସୃଜନ ଓ ଅନ୍ତର୍ଭୁକ୍ତିମୂଳକ ବିକାଶରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତାକୁ ପ୍ରତିଫଳିତ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ଓଡ଼ିଶାର ମୋଟ ରାଜ୍ୟ ମୂଲ୍ୟ ସଂଯୋଜିତ (ଏଝଠଇ) ​​ରେ ପ୍ରାୟ ୧୯% ଅବଦାନ ରଖିଥିଲେ, ଯାହା ଗତ ପାଞ୍ଚ ବର୍ଷର ଜାତୀୟ ହାରକୁ ଅତିକ୍ରମ କରି ୩.୩% ବୃଦ୍ଧି ପାଇଛି। କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରଗୁଡ଼ିକ ମିଳିତ ଭାବରେ ମୋଟ ଶ୍ରମଶକ୍ତିର ୪୯.୦ ପ୍ରତିଶତ ନିଯୁକ୍ତି ପ୍ରଦାନ କରି ରାଜ୍ୟର ଏକମାତ୍ର ବୃହତ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର ଭାବେ ବିବେଚିତ ହୁଏ ।

ଓଡ଼ିଶାର କୃଷି ପ୍ରଗତି ରାଜ୍ୟ ସରକାରଙ୍କ ଭବିଷ୍ୟତବାଦୀ ଅର୍ଥନୈତିକ ନୀତି, ନିରନ୍ତର ନୀତିଗତ ସମର୍ଥନ ଏବଂ ଗ୍ରାମୀଣ ଭିତ୍ତିଭୂମିରେ ପ୍ରମୁଖ ନିବେଶର ପରିଣାମ। ଫସଲ ବିବିଧତାକୁ ପ୍ରୋତ୍ସାହନ ଏବଂ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ପରିବେଶ ଅନୁକୂଳ ଅଭ୍ୟାସଗୁଡ଼ିକୁ ଗ୍ରହଣ ଆଜି ଓଡିଶାକୁ ଶୀର୍ଷରେ ପହଞ୍ଚାଇଛି । ୨୦୨୩-୨୪ରେ ରାଜ୍ୟର ଚାଉଳ ଉତ୍ପାଦନ ଥିଲା ୧୧୫.୩୯ ଲକ୍ଷ ମେଟ୍ରିକ ଟନ୍, ଯାହା ୧୭୪.୮୩ ଲକ୍ଷ ମେଟ୍ରିକ ଟନ୍ ଧାନ ସହିତ ସମାନ। ଭାରତୀୟ ଖାଦ୍ୟ ନିଗମକୁ ଚାଉଳ ଯୋଗାଣରେ ଓଡ଼ିଶା ଚତୁର୍ଥ ସର୍ବବୃହତ ଚାଉଳ ଯୋଗାଣକାରୀ ରାଜ୍ୟ ଅଟେ ।

  • Related Posts

    ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିବେଶଗତ ଅସନ୍ତୁଳନ, ଐତିହ୍ୟର ବିଲୁପ୍ତି ଓ ଆଧ୍ୟ୍ୟତ୍ମିକତାର ଧ୍ବଂସସାଧନ କରିବ: ଭକ୍ତ

    ଭୁବନେଶ୍ବର,୦୪/୦୩/୨୦୨୬:ପୁରୀଠାରେ ପ୍ରସ୍ତାବିତ ଅର୍ନ୍ତଜାତୀୟ ବିମାନ ବନ୍ଦର ପାଇଁ କେନ୍ଦ୍ର ସରକାରଙ୍କର ମିଳିଥିବା ଷ୍ଟେଜ୍ -୧ ଅନୁମୋଦନକୁ ପ୍ରଦେଶ କଂଗ୍ରସ କମିଟି ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରିଛନ୍ତି। ବହୁଚର୍ଚ୍ଚିତ ପୁରୀ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ମିଳିଥିବା ଜଙ୍ଗଲ ଜମି…

    Continue reading
    ମହାନଦୀ, ପୋଲାଭରମ ପରେ ଏବେ ବଂଶଧାରା; ଟ୍ରିବ୍ୟୁନାଲ୍‌ର ରାୟ ଓଡ଼ିଶା ପ୍ରତି ଉପହାସ: ଭକ୍ତ ଦାସ

    * ଓଡ଼ିଶାକୁ ଶସ୍ତା ପାଇଛି ବିଜେପି * କ୍ୟାଚ୍‌ମେଣ୍ଟ ଏରିଆର ଓଡ଼ିଶାରେ ତିନି ଚତୁର୍ଥାଂଶ; ଅଥଚ ଜଳ ବଣ୍ଟନ ୫୦-୫୦ ଭୁବନେଶ୍ବର,୦୪/୦୩/୨୦୨୬: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ଖୁସି କରିବାକୁ ବଂଶଧାରା ଟ୍ରିବ୍ୟୁନାଲ୍ ରାୟ ଦିଆଯାଇଛି। ଓଡ଼ିଶାରେ ବଂଶଧାରାର ତିନି ଚତୁର୍ଥାଂଶ କ୍ୟାଚ୍‌ମେଣ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ