କେଶ ପାଚିବା -କାରଣ ଓ ନିରାକରଣ

ଜୀବନଶୈଳୀ, ପରିବେଶ ଓ ଖାଦ୍ୟର ମିଶ୍ରିତ ପ୍ରଭାବ ଯୋଗୁଁ ଆଜିକାଲି ୨୦-୩୦ ବର୍ଷ ବୟସରେ କେଶ ପାଚିବା ଏକପ୍ରକାର ସାଧାରଣ କଥା ହୋଇଗଲାଣି । ମାନସିକ ଚାପ ଚୁଟି ପାଚିବାକୁ ତ୍ୱରାନ୍ୱିତ କରିଥାଏ । କାର୍ଯ୍ୟଭାର ହେଉ ବା ଅନ୍ୟ କୌଣସି କାରଣରୁ ଦୀର୍ଘ ଦିନ ଧରି ମାନସିକ ଚାପଗ୍ରସ୍ତତା ରହିଲେ ଶରୀରର କୋର୍ଟିସଲ୍‌ ହରମୋନ ସ୍ତର ଅଧିକ ରହି କେଶ ମୂଳକୁ ନଷ୍ଟ କରି ଦେଇଥାଏ, ଫଳରେ ମେଲାନିନ୍‌ ଉତ୍ପାଦନ ବାଧାପ୍ରାପ୍ତ ହୋଇ କେଶର ରଙ୍ଗ ବଦଳିଥାଏ । ଏଥିପାଇଁ ପ୍ରତ୍ୟହ ଅନୁୂନ ୭ରୁ ୮ ଘଣ୍ଟା ଉତ୍ତମ ନିଦ୍ରା ଯିବା, ନିୟମିତ ବ୍ୟାୟାମ କରିବା ଓ ୧୦ ମିନିଟ୍‌‌ ଯୋଗ ବା ଧ୍ୟାନ ଅଭ୍ୟାସ କରି ମନକୁ ଚିନ୍ତାମୁକ୍ତ କଲେ କିଛି ଉପଶମ ମିଳିପାରିବ । ଏଣେ ବଜାରରେ ମିଳୁଥିବା ସାମ୍ପୁ ଓ କଣ୍ଡିସନର୍‌‌ରେ ଥିବା କୃତ୍ରିମ ସୁଗନ୍ଧି ଦ୍ରବ୍ୟ ସାଙ୍ଗକୁ ସଲ୍‌‌ଫେଟ୍‌‌ ଓ ପାରାବିନ୍‌‌ ପରି ରାସାୟନିକ ପଦାର୍ଥ କେଶମୂଳରୁ ଝରୁଥିବା ପ୍ରାକୃତିକ ତୈଳର ପ୍ରତିବନ୍ଧକ ସାଜି ଚୁଟିକୁ ଶୁଷ୍କ କରି ଫଟାଇ ଦେଇଥାନ୍ତି ଏବଂ କେଶ ଅକାଳେ ପାଚିବା ଆରମ୍ଭ ହୋଇଥାଏ । ତେଣୁ ସଲ୍‌‌ଫେଟ-ମୁକ୍ତ ତଥା ଉଦ୍ଭିଦ ଆଧାରିତ କେଶ ଉତ୍ପାଦ ବ୍ୟବହାର କରିବା ଭଲ । ସେହିପରି କେଶକୁ ମାତ୍ରାଧିକ ଧୋଇବା ଠିକ୍‌‌ ନୁହେଁ । ଏଥି ସହିତ କେଶରେ ଅର୍ଗାନ୍‌‌ ତୈଳ, ହାଇଡ୍‌ରୋଲାଇଜ୍‌‌ଡ୍‌ କେରାଟିନ ଓ ଆଲୋବେରା ଆଦି ବ୍ୟବହାର କଲେ ଉତ୍ତମ ଫଳ ମିଳିପାରିବ । କେଶ କହରା ହେବାର ଆଉ ଏକ କାରଣ ହେଲା ଆଧୁନିକ କେଶ ବିନ୍ୟାସ ପାଇଁ ତାପ ସରଞ୍ଜାମ ବ୍ୟବହାର କରିବା ଏବଂ କୃତ୍ରିମ ରଙ୍ଗ ବୋଳିବା । ତେଣୁ କୌଣସି ହେୟାର ଷ୍‌ଟ୍ରେଟ୍‌‌ନର୍‌‌ ବ୍ୟବହାର ନକରିବା ସହ ଆମୋନିଆ-ମୁକ୍ତ ତଥା ପ୍ରାକୃତିକ କେଶରଙ୍ଗ ବ୍ୟବହାର କରିବା ଭଲ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, କେଶର ରଙ୍ଗ ପାଇଁ ଦାୟୀ ମେଲାନିନ୍‌ ନାମକ ଉପାଦାନ ସାଧାରଣତଃ ଲୌହସାର, ତମ୍ବାସାର ଓ ଭିଟାମିନ୍‌‌ ବି୧୨ ଉପରେ ନିର୍ଭର କରିଥାଏ । ସୁତରାଂ ଏଥିରୁ କୌଣସିଟିର ଅଭାବ ରହିଲେ କେଶକୁ ଧରି ରଖୁଥିବା କେଶମୂଳ ଦୁର୍ବଳ ହୋଇଯାଇ ଚୁଟିର ରଙ୍ଗରେ ପରିବର୍ତ୍ତନ ହେବା ସ୍ୱାଭାବିକ । ତେଣୁ ସବୁଜ ପନିପରିବା, ଫଳମୂଳ, ଦୁଗ୍ଧଜାତ ଦ୍ରବ୍ୟ ଓ ଅଣ୍ଡା ଆଦି ପୋଷକପୂର୍ଣ୍ଣ ଖାଦ୍ୟ ଖାଇଲେ ସେ ଅସୁବିଧା ଦୂର ହୋଇପାରିବ । ନିରାମିଷାଶୀମାନେ ଭିଟାମିନ୍‌‌ ବି୧୨ ବଟିକା ଖାଇପାରିବେ ।

  • Garvita Odia

    Related Posts

    ସୋଆ ପକ୍ଷରୁ ‘ଜଳବାୟୁ ପରିବର୍ତନ ଓ ବିଶ୍ୱ ତାପନ – ପ୍ରସଙ୍ଗ ଓ ସମ୍ଭାବନା’ ଶୀର୍ଷକ ଆନ୍ତର୍ଜାତିକ ସମ୍ମିଳନୀ

    ଭୁବନେଶ୍ୱର : ୧୯୦୧ ମସିହା ଠାରୁ ଏପର୍ଯ୍ୟନ୍ତ ୨୦୨୪ ସବୁଠାରୁ ଉତପ୍ତ ବର୍ଷ ଥିଲା । ବିଶ୍ୱ ତାପନ ପ୍ରଭାବ ଯୋଗୁଁ ୨୦୧୦ ରୁ ୨୦୨୪ ୧୫ ବର୍ଷ ମଧ୍ୟରେ ଦଶ ବର୍ଷ ଅନ୍ୟ ବର୍ଷ ତୁଳନାରେ ଉତପ୍ତ ବର୍ଷ ଭାବେ…

    ସମ୍ ହସ୍ପିଟାଲ୍ରେ ମାଗଣାରେ ସିୱାଇ ଟିବି ପରୀକ୍ଷଣ ଉପଲବ୍ଧ

    ଭୁବନେଶ୍ୱର: ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ମୂଳୋପôାଟନ ଅଭିଯାନ ପରିପ୍ରେକ୍ଷୀରେ ମଣିଷ ଶରୀରରେ ଯକ୍ଷ୍ମା ଜୀବାଣୁ ଚିହ୍ନଟ କରିବା ନିମନ୍ତେ ସ୍ଥାନୀୟ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ୱିଟାଲ୍ରେ ବିନା ମୂଲ୍ୟରେ ସିୱାଇ ଟିବି ଇନ୍ଟ୍ରାଡର୍ମାଲ ସ୍କିନ୍ ପରୀକ୍ଷଣ ଉପଲବ୍ଧ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର କର୍ମଚାରୀ

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର  କର୍ମଚାରୀ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ