ଜୀବନଶୈଳୀ, ପରିବେଶ ଓ ଖାଦ୍ୟର ମିଶ୍ରିତ ପ୍ରଭାବ ଯୋଗୁଁ ଆଜିକାଲି ୨୦-୩୦ ବର୍ଷ ବୟସରେ କେଶ ପାଚିବା ଏକପ୍ରକାର ସାଧାରଣ କଥା ହୋଇଗଲାଣି । ମାନସିକ ଚାପ ଚୁଟି ପାଚିବାକୁ ତ୍ୱରାନ୍ୱିତ କରିଥାଏ । କାର୍ଯ୍ୟଭାର ହେଉ ବା ଅନ୍ୟ କୌଣସି କାରଣରୁ ଦୀର୍ଘ ଦିନ ଧରି ମାନସିକ ଚାପଗ୍ରସ୍ତତା ରହିଲେ ଶରୀରର କୋର୍ଟିସଲ୍ ହରମୋନ ସ୍ତର ଅଧିକ ରହି କେଶ ମୂଳକୁ ନଷ୍ଟ କରି ଦେଇଥାଏ, ଫଳରେ ମେଲାନିନ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇ କେଶର ରଙ୍ଗ ବଦଳିଥାଏ । ଏଥିପାଇଁ ପ୍ରତ୍ୟହ ଅନୁୂନ ୭ରୁ ୮ ଘଣ୍ଟା ଉତ୍ତମ ନିଦ୍ରା ଯିବା, ନିୟମିତ ବ୍ୟାୟାମ କରିବା ଓ ୧୦ ମିନିଟ୍ ଯୋଗ ବା ଧ୍ୟାନ ଅଭ୍ୟାସ କରି ମନକୁ ଚିନ୍ତାମୁକ୍ତ କଲେ କିଛି ଉପଶମ ମିଳିପାରିବ । ଏଣେ ବଜାରରେ ମିଳୁଥିବା ସାମ୍ପୁ ଓ କଣ୍ଡିସନର୍ରେ ଥିବା କୃତ୍ରିମ ସୁଗନ୍ଧି ଦ୍ରବ୍ୟ ସାଙ୍ଗକୁ ସଲ୍ଫେଟ୍ ଓ ପାରାବିନ୍ ପରି ରାସାୟନିକ ପଦାର୍ଥ କେଶମୂଳରୁ ଝରୁଥିବା ପ୍ରାକୃତିକ ତୈଳର ପ୍ରତିବନ୍ଧକ ସାଜି ଚୁଟିକୁ ଶୁଷ୍କ କରି ଫଟାଇ ଦେଇଥାନ୍ତି ଏବଂ କେଶ ଅକାଳେ ପାଚିବା ଆରମ୍ଭ ହୋଇଥାଏ । ତେଣୁ ସଲ୍ଫେଟ-ମୁକ୍ତ ତଥା ଉଦ୍ଭିଦ ଆଧାରିତ କେଶ ଉତ୍ପାଦ ବ୍ୟବହାର କରିବା ଭଲ । ସେହିପରି କେଶକୁ ମାତ୍ରାଧିକ ଧୋଇବା ଠିକ୍ ନୁହେଁ । ଏଥି ସହିତ କେଶରେ ଅର୍ଗାନ୍ ତୈଳ, ହାଇଡ୍ରୋଲାଇଜ୍ଡ୍ କେରାଟିନ ଓ ଆଲୋବେରା ଆଦି ବ୍ୟବହାର କଲେ ଉତ୍ତମ ଫଳ ମିଳିପାରିବ । କେଶ କହରା ହେବାର ଆଉ ଏକ କାରଣ ହେଲା ଆଧୁନିକ କେଶ ବିନ୍ୟାସ ପାଇଁ ତାପ ସରଞ୍ଜାମ ବ୍ୟବହାର କରିବା ଏବଂ କୃତ୍ରିମ ରଙ୍ଗ ବୋଳିବା । ତେଣୁ କୌଣସି ହେୟାର ଷ୍ଟ୍ରେଟ୍ନର୍ ବ୍ୟବହାର ନକରିବା ସହ ଆମୋନିଆ-ମୁକ୍ତ ତଥା ପ୍ରାକୃତିକ କେଶରଙ୍ଗ ବ୍ୟବହାର କରିବା ଭଲ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, କେଶର ରଙ୍ଗ ପାଇଁ ଦାୟୀ ମେଲାନିନ୍ ନାମକ ଉପାଦାନ ସାଧାରଣତଃ ଲୌହସାର, ତମ୍ବାସାର ଓ ଭିଟାମିନ୍ ବି୧୨ ଉପରେ ନିର୍ଭର କରିଥାଏ । ସୁତରାଂ ଏଥିରୁ କୌଣସିଟିର ଅଭାବ ରହିଲେ କେଶକୁ ଧରି ରଖୁଥିବା କେଶମୂଳ ଦୁର୍ବଳ ହୋଇଯାଇ ଚୁଟିର ରଙ୍ଗରେ ପରିବର୍ତ୍ତନ ହେବା ସ୍ୱାଭାବିକ । ତେଣୁ ସବୁଜ ପନିପରିବା, ଫଳମୂଳ, ଦୁଗ୍ଧଜାତ ଦ୍ରବ୍ୟ ଓ ଅଣ୍ଡା ଆଦି ପୋଷକପୂର୍ଣ୍ଣ ଖାଦ୍ୟ ଖାଇଲେ ସେ ଅସୁବିଧା ଦୂର ହୋଇପାରିବ । ନିରାମିଷାଶୀମାନେ ଭିଟାମିନ୍ ବି୧୨ ବଟିକା ଖାଇପାରିବେ ।
ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ
ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…




