ବର୍ଷିୟାନ୍‌‌ ଅଭିନେତା ମନୋଜ କୁମାରଙ୍କ ସହ ହିନ୍ଦୀ ସିନେମାରେ ଏକ ଯୁଗର ଅନ୍ତ

ମୁମ୍ବାଇ: ପଞ୍ଚଭୂତରେ ଲୀନ ହେଲେ ଭାରତୀୟ ସିନେମାର ବର୍ଷିୟାନ୍‌‌ ଅଭିନେତା ମନୋଜ କୁମାର । ଶନିବାର ମୁମ୍ବାଇର ଜୁହୁସ୍ଥିତ ପବନହଂସ ଶ୍ମଶାନ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ ୪ ଏପ୍ରିଲରେ ୮୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ଏହି ଅଭିନେତାଙ୍କର ଅନ୍ତିମ ସଂସ୍କାରରେ ଅମିତାଭ ବଚ୍ଚନ, ପ୍ରେମ ଚୋପ୍ରା ଓ ବଲିଉଡ୍‌ ଜଗତ ଏବଂ ତାଙ୍କ ପରିବାର ସଦସ୍ୟମାନେ ଅଭିନେତାଙ୍କୁ ଶେଷ ବିଦାୟ ଦେଇଛନ୍ତି । ଯାହାଙ୍କ ମୃତ୍ୟୁ ହିନ୍ଦୀ ସିନେମା ପାଇଁ ଏକ ଯୁଗର ଅନ୍ତ ବୋଲି କହିଲେ ଭୁଲ୍‌‌ ହେବ ନାହିଁ । ତାଙ୍କ ପରିବାର ସଦସ୍ୟ ଏବଂ କର୍ମଚାରୀମାନେ ଜାତୀୟ ପତାକାର ପ୍ରତୀକ ତ୍ରିରଙ୍ଗା ଫୁଲରେ ସଜ୍ଜିତ ଏକ ଆମ୍ବୁଲାନ୍ସ ତାଙ୍କ ପାର୍ଥିବ ଶରୀରକୁ ବହନ କରି ନେଇଥିଲେ। ଦେଶାତ୍ମବୋଧ ଚଳଚ୍ଚିତ୍ର ପାଇଁ ବେଶ୍‌ ଲୋକପ୍ରିୟ ଥିଲେ ମନୋଜ ।‘ଭାରତ’ ନାଁରେ ସେ ଥିଲେ ବେଶ୍‌ ଲୋକପ୍ରିୟ । ୧୯୯୨ ମସିହା​‌ରେ ପଦ୍ମଶ୍ରୀ ଏବଂ ଦାଦା ସାହେବ ଫାଲକେ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ରୋଟି କପଡା ଔର୍‌ ମକାନ୍‌, ଆଦମୀ, ଉପକାର୍‌, ବେଇମାନ୍‌, ମେରା ନାମ୍‌ ଜୋକର, ଅମାନତ୍‌, କ୍ରାନ୍ତି, ଦଶନମ୍ବରୀ, ମୈଦାନୀ ଜଙ୍ଗ ଆଦି ଚଳଚ୍ଚିତ୍ରରେ ନିଜର ନିଖୁଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ ମନୋଜ କୁମାର । ସୂଚନାଯୋଗ୍ୟ, ଶୁକ୍ରବାର ଭୋର ପ୍ରାୟ ୩ଟା ୩୦ ସମୟରେ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷୀୟ ମନୋଜ କୁମାରଙ୍କ ଦେହାନ୍ତ ଘଟିଛି ।

  • Related Posts

    ନାରୀତ୍ୱ ଓ ପ୍ରକୃତିର ଅନନ୍ୟ ଉତ୍ସବ ରଜପର୍ବ

    “ବନସ୍ତେ ଡାକିଲା ଗଜ, ବରଷ କେ ଥରେ ଆସିଛି ରଜ ଆସିଛି ରଜ ଲୋ , ନେଇ ନୂଆ ସଜବାଜ ବୋଉଳ ଲୋ ନେଇ ନୂଆ ସଜବାଜ “ ଓଡ଼ିଶାର ଲୋକଜୀବନ, ସଂସ୍କୃତି ଓ ପରମ୍ପରାରେ ରଜ ପର୍ବର ଏକ ସ୍ୱତନ୍ତ୍ର…

    Continue reading
    ଆଜି ସଜବାଜ, ରବିବାର ପହିଲି ରଜ

    ଭୁବନେଶ୍ୱର: ଶନିବାର ସଜବାଜ, ରବିବାର ପହିଲି ରଜ । ସେଥିପାଇଁ ଉତ୍ସବ ମୁଖର ହୋଇ ଉଠିଲାଣି ପୂରା ରାଜଧାନୀ । କିଏ ଡ୍ରେସ୍‌ କିଣିବାରେ ବ୍ୟସ୍ତ ତ କିଏ ବିଭିନ୍ନ ପ୍ରସାଧନ ସାମଗ୍ରୀ । ରଜ ୩ ଦିନ କିଏ କେଉଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ