କୋରାପୁଟ ଦଶମନ୍ତପୁରରେ ଝାଡ଼ାବାନ୍ତିରେ ୪ ମୃତ, ୬ ଆକ୍ରାନ୍ତ

ଦଶମନ୍ତପୁର,24/08: କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଢ଼ା ପଞ୍ଚାୟତ ଅଧୀନସ୍ଥ ଓଡପୁର ଗୌଡ ସାହିରେ ଝାଡ଼ାବାନ୍ତି ପ୍ରକୋପ ଦେଖାଦେଇଛି। ସପ୍ତାହକ ମଧ୍ୟରେ ୩ ଜଣ ପ୍ରାଣ ହରାଇଥିବା ବେଳେ ଆଜି .କୋରାପୁଟ ଡାକ୍ତରଖାନାରେ ନଏନା ଗୌଡ(୫୦) ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହାସହ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୬ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଝାଡ଼ାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ପରେ ଗାଁରେ ଆତଙ୍କ ଖେଳି ଯାଇଥିବା ସରପଞ୍ଚ ମହେଶ୍ୱର ଗାଦବା କହିଛନ୍ତି। ଏହି ରୋଗରେ ସପ୍ତାହକ ମଧ୍ୟରେ ଜମବତୀ ଗୌଡ(୪୦), ମହେନ୍ଦ୍ର ଗୌଡ (୩୦), ରାଜେଶ ଗୌଡ (୩୭) ଓ ନଏନା ଗୌଡଙ୍କ ମୃତ୍ୟୁ ହୋଇଛି।

ସେହିପରି ତୁଳସୀ ଗୌଡ, ପାର୍ବତୀ ଗୌଡ, କମଳା ଗୌଡ, ହୀରାମଣି ଗୌଡ, ଗୋବିନ୍ଦ ଗୌଡ ଓ ଖଗପତି ଗୌଡ ଆକ୍ରାନ୍ତ ହୋଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟଦଳ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି। ଏହାସହ ଓଆରଏସ୍‌ ବଣ୍ଟନ କରିଛନ୍ତି। ଝାଡ଼ାବାନ୍ତି ରୋଗ ବ୍ୟାପିବାର କାରଣ ଜଣାପଡ଼ିନି। ଜିଲା ସ୍ବାସ୍ଥ୍ୟ ଦଳ ଗାଁରେ ପହଞ୍ଚି ରୋଗ ଚିହ୍ନଟ କରିବାକୁ ସରପଞ୍ଚ ଓ ଗ୍ରାମବାସୀ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ, ୧୯୯୧, ୧୯୯୭ ଓ ୨୦୧୧ ମସିହାରେ ଝାଡ଼ାବାନ୍ତିରେ ଏହି ବ୍ଲକରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ