କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ କରିଛି । ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି ।

ହାଡୁଆ ଜଳସେଚନ ପ୍ରକଳ୍ପ କଟକ ଜିଲ୍ଲାର ନରସିଂହପୁର, ବଡ଼ମ୍ବା ଏବଂ ତିଗିରିଆ ବ୍ଳକର ସମନ୍ବିତ ବିକାଶ ପାଇଁ ପ୍ରସ୍ତାବିତ ଏକ ମଧ୍ୟମ ଜଳସେଚନ ପ୍ରକଳ୍ପ ଅଟେ । ଏହି ପ୍ରକଳ୍ପ ଅନୁସାରେ କଟକ ଜିଲ୍ଲାର ଖାରୋଡ ଗ୍ରାମ ନିକଟରେ ହାଡୁଆ ନଦୀ ଉପରେ ଏକ ଜଳଭଣ୍ଡାର ନିର୍ମାଣ କରାଯିବା ସହିତ ବିସ୍ତୃତ ବିତରଣ ପ୍ରଣାଳୀ ନିର୍ମାଣ କରାଯାଇ, ଉପରୋକ୍ତ ବ୍ଲକ୍ ଅନ୍ତର୍ଗତ ମରୁଡିପ୍ରବଣ ଅଞ୍ଚଳରେ ୩୬୪୧ ହେକ୍ଟର ଚାଷୋପଯୋଗୀ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ବର୍ତ୍ତମାନ ହାଡୁଆ ଡ୍ୟାମ୍‌ର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ।
ଆଜିର ପ୍ରସ୍ତାବଟି ହାଡୁଆ ଜଳସେଚନ ପ୍ରକଳ୍ପର ବିତରଣ ପ୍ରଣାଳୀ ନିର୍ମାଣ ସମ୍ପର୍କିତ, ଯାହା ମାଧ୍ୟମରେ ହାଡୁଆ ଡ୍ୟାମୃରୁ ଭୂତଳ ପାଇପ୍‌ଲାଇନ୍ (UGPL) ଦ୍ବାରା ଚାଷୋପଯୋଗୀ ଜମିକୁ ଜଳସେଚିତ କରାଯାଇପାରିବ । ଏତଦବ୍ୟତୀତ ଏହି ପ୍ରଣାଳୀର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହେବା ପରେ ୫ (ପାଞ୍ଚ) ବର୍ଷ ପର୍ଯ୍ୟନ୍ତ ପରିଚାଳନା ଓ ରକ୍ଷାଣାବେକ୍ଷଣ (O&M) କରାଯିବାର ମଧ୍ୟ ପ୍ରସ୍ତାବ ରହିଛି ।
ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମିତ୍ତ ୧୩୫,୭୫,୯୭,୦୩୫.୮୨ ଟଙ୍କା (ଏକ ଶହ ପଇଁତିରିଶି କୋଟି ପଞ୍ଚସ୍ତରି ଲକ୍ଷ ସତାନବେ ହଜାର ପଇଁତିରିଶ ଟଙ୍କା ବୟାଅଶୀ ପଇସା) (GST ବ୍ୟତୀତ) ଏବଂ ପାଞ୍ଚ (୦୫) ବର୍ଷ ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ୬,୮୫,୫୮,୬୫୦.୩୧ ଟଙ୍କା (ଛଅ କୋଟି ପଞ୍ଚାଅଶୀ ଲକ୍ଷ ଅଠାବନ ହଜାର ଛଅଶହ ପଚାଶ ଟଙ୍କା ଏକତିରିଶ ପଇସା) (GST ବ୍ୟତୀତ) ର ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପଟି ଚବିଶ (୨୪) ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରଖା ଯାଇଅଛି ।
ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ବଡ଼ମ୍ବା ବ୍ଲକ୍‌ର ୭୬ ଟି ଗ୍ରାମ, ନରସିଂହପୁର ବ୍ଲକ୍‌ର ୦୫ ଟି ଗ୍ରାମ ଏବଂ ତିଗିରିଆ ବ୍ଲକ୍‌ର ୦୫ ଟି ଗ୍ରାମର ମୋଟ ୩୬୪୧ ହେକ୍ଟର ଚାଷୋପଯୋଗୀ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆ ଯାଇପାରିବ । ଏହି ପ୍ରକଳ୍ପର ଅଣୁ ଜଳସେଚନ (Micro irrigation) ସୁସଙ୍ଗତତା ହେତୁ କୃଷକମାନେ ପାରମ୍ପରିକ ଶସ୍ୟ ଉତ୍ପାଦନ ପରିବର୍ତ୍ତେ ଅର୍ଥକାରୀ ଫସଲ କରିବାକୁ ଉତ୍ସାହିତ ହେବେ । ଏତଦ୍ ବ୍ୟତୀତ ଉକ୍ତ ପ୍ରକଳ୍ପଟି ସ୍ଥାନୀୟ ଚାଷୀମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବା ସହିତ ସ୍ଥାନୀୟ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତିରେ ମଧ୍ୟ ସହାୟତା କରିବ ।

  • Related Posts

    ଆଇପିଏସ୍ଆ ଶୀଷ ସିଂଙ୍କୁ ଓଡ଼ିଶା କ୍ୟାଡ଼ରକୁ ଫେରାଇଦେଲା କେନ୍ଦ୍ର

    ଭୁବନେଶ୍ୱର: ଓଡ଼ିଶା କ୍ୟାଡ଼ରର ଆଇପିଏସ୍ ଆଶୀଷ କୁମାର ସିଂଙ୍କୁ କେନ୍ଦ୍ର ସରକାର ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେଇଛନ୍ତି। କେନ୍ଦ୍ରୀୟ ଗୁଇନ୍ଦା ବିଭାଗ(ଆଇବି)ରେ ଡେପୁଟି ଡାଇରେକ୍ଟର ଭାବେ କାର୍ୟ୍ୟରତ ଥିବା ଶ୍ରୀ ସିଂଙ୍କୁ ତତ୍କାଳ ଅବ୍ୟାହତ ଦେଇ ଓଡ଼ିଶା କ୍ୟାଡ଼ରକୁ ଫେରିଯିବାକୁ ନିର୍ଦ୍ଦେଶ…

    Continue reading
    କ୍ୟାବିନେଟ: ପାର୍ବତୀ ଗିରି ମେଗା ଜଳ ପ୍ରକଳ୍ପକୁ ଗୁରୁତ୍ୱ

    ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ