ଖଣି ମାଲିକ ଘରେ ଇଡି ରେଡ୍ ୧୦କାର୍, ୩ ସୁପର ବାଇକ୍ ଓ କୋଟିଏ ଟଙ୍କାର ଗହଣା ଜବତ

ଭୁବନେଶ୍ଵର,01।09: ଭୁବନେଶ୍ଵରରେ ଖଣି ମାଲିକଙ୍କ ଘରେ ବଡ ଧରଣର ରେଡ୍ ହୋଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜବତ କରିଛି ୧୦ଟି ବିଳାଶପୂର୍ଣ୍ଣ କାର୍ ସହ ୩ଟି ସୁପର ବାଇକ୍। କେବଳ ଏତିକି ନୁହେଁ କୋଟିଏ ଟଙ୍କାର ସୁନା ଗହଣା ମଧ୍ୟ ଜବତ କରିଛି। ତେବେ ଖଣି ମାଲିକ ଶକ୍ତିରଞ୍ଜନ ଦାସଙ୍କ ଘରେ ଇଡି ଚଢାଉ କରିଛି। ତାଙ୍କ କମ୍ପାନୀ ରହିଛି ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ । ବେଆଇନ୍ ଆର୍ଥିକ କାରବାର ନେଇ ହିମାଚଳପ୍ରଦେଶ ପୁଲିସ୍ ନିକଟରେ ଏକ ମାମଲା ରୁଜ୍ଜୁ ହେବା ପରେ ଇଡି ସିମଲା ଜୋନାଲ ଅଫିସ ପକ୍ଷରୁ ରେଡ୍ କରାଯାଇଥିଲା। ତଦନ୍ତରୁ ଜଣାପଡିଛି ଇଣ୍ଡିଆନ୍ ଟେକ୍ନୋମାକ୍ କମ୍ପାନୀ ଲିମିଟେଡ୍ ହିମାଚଳପ୍ରଦେଶର ଏକ କମ୍ପାନୀ ଜାଲ୍ କାଗଜ ପତ୍ର ମାଧ୍ୟମରେ ବିଭିନ୍ନ ବ୍ୟାଙ୍କରୁ ୧୩୯୬ କୋଟି ଟଙ୍କା ରୁଣ ନେଇଥିଲେ। ଯେଉଁ ଋଣ ଟଙ୍କା ମଧ୍ୟରୁ ଶକ୍ତିରଞ୍ଜନ ଦାସ ଙ୍କ ନିକଟକୁ ପାଖାପାଖି ୫୯.୮୦ କୋଟି ଟଙ୍କା ଆସିଥିଲା। ତାଙ୍କଠାରୁ ଏବେ ସୁଦ୍ଧା ୧୩ ଲକ୍ଷ ଟଙ୍କା ଏବଂ ୧ କୋଟି ୧୨ ଲକ୍ଷ ଟଙ୍କାର ସୁନାଗହଣା ଜବତ କରାଯିବା ସହ ଦୁଇଟି ବ୍ୟାଙ୍କ ଲକର୍ ଠାବ କରାଯାଇଛି। ସୂଚନା ମୁତାବକ, ୨୦୦୯ରୁ ୨୦୧୩ ମଧ୍ୟରେ ହିମାଚଳ ପ୍ରଦେଶର ଇଣ୍ଡିଆନ୍‌ ଟେକ୍ନୋମାକ୍‌ କମ୍ପାନି ଲିମିଟେଡ୍‌ (ଆଇଟିସିଓଏଲ୍‌)ର ମୁଖ୍ୟ ରାକେଶ ଶର୍ମା ବିଭିନ୍ନ ପ୍ରକଳ୍ପ ଦର୍ଶାଇ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନେତୃତ୍ୱାଧୀନ ଏକ ଅନୁବନ୍ଧିତ ବ୍ୟାଙ୍କରୁ କାଗଜପତ୍ରରେ ଜାଲିଆତି କରି ୧୩୯୬ କୋଟି ଟଙ୍କା ଋଣ ନେଇଥିଲେ। ଟଙ୍କା ନେବା ପରେ ସଂସ୍ଥା ପକ୍ଷରୁ କୌଣସି ପ୍ରକଳ୍ପର କାର୍ଯ୍ୟ ହୋଇନଥିବା ଜଣାପଡ଼ିଥିଲା। ତେଣୁ ବେଆଇନ୍ ଆର୍ଥିକ କାରବାର ଓ ଋଣ ଜାଲିଆତି ନେଇ ହିମାଚଳ ପ୍ରଦେଶ ପୁଲିସ ମାମଲା ରୁଜୁ କରିଥିଲା। ପରେ ଇଡି ସିମ୍‌ଲାସ୍ଥିତ ଜୋନାଲ୍‌ ଅଫିସରେ ମନି ଲଣ୍ଡରିଂ ମାମଲା ରୁଜୁ କରି ଚଢ଼ଉ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଋଣ ଟଙ୍କାରୁ ୫୯.୮୦ କୋଟି ଟଙ୍କା ଶକ୍ତିରଞ୍ଜନ ଦାଶଙ୍କ କମ୍ପାନି ଆକାଉଣ୍ଟକୁ ଆସିଥିଲା। ଏହା ଜଣାପଡ଼ିବା ପରେ ଶନିବାରଠାରୁ ଇଡି ପକ୍ଷରୁ ଅନ୍‌ମୋଲ୍‌ ମାଇନ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଏଏଆର୍‌ପିଏଲ୍‌ କାର୍ଯ୍ୟାଳୟ ସହ ଶ୍ରୀ ଦାଶଙ୍କ ଘରେ ଚଢ଼ଉ କରାଯାଇଛି। ଏହି କେସ୍‌ରେ ଇଡି ପୂର୍ବରୁ ୩୧୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ସେଥିରୁ ୨୦୨୫ ଏପ୍ରିଲ ମାସରେ ୨୮୯ କୋଟି ଟଙ୍କା ଆଟାଚ୍‌ ସମ୍ପତ୍ତି ବ୍ୟାଙ୍କକୁ ଦିଆଯାଇଥିଲା। ଶକ୍ତିରଞ୍ଜନ ଦାଶ ଜାଣିଶୁଣି ଜାଲିଆତି ଉଦ୍ଦେଶ୍ୟରେ ଇଣ୍ଡିଆନ୍‌ ଟେକ୍ନୋମାକ୍‌ କମ୍ପାନି ଲିମିଟେଡ୍‌ର ପ୍ରମୋଟର ରାକେଶ ଶର୍ମାଙ୍କୁ ସହାୟତା କରିଥିଲେ। ଋଣ ଟଙ୍କାକୁ ଅନ୍ୟତ୍ର ପଠାଇବା ସହ ଓଡ଼ିଶାର ଖଣି କାରବାରରେ ଏହାକୁ ଲଗାଯାଇଥିବା ସ୍ପଷ୍ଟ ହୋଇଥିଲା।

  • Related Posts

    ଚୌଦ୍ୱାର ଜେଲରୁ ଫେରାର୍ ରାଜା ସାହାଣୀ ଗିରଫ

    ଭୁୁବନେଶ୍ୱର : ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ଗୁରୁବାର ଗିରଫ ହୋଇଛି। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ…

    Continue reading
    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ