ଖୁବଶୀଘ୍ର ପ୍ରଥମେ ନିଗମ ଓ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ଭୁବନେଶ୍ୱର: ଦେଢ଼ ବର୍ଷ ହେବ ଅଧାଗଢ଼ା ମନ୍ତ୍ରିମଣ୍ଡଳରେ ଚାଲିଛି ସରକାର । ବେଶ କିଛି ଦିନ ପରେ ପୁଣି ତାଜା ହୋଇଛି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା । ଆସନ୍ତା ୧୮ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ । ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପି ଅନ୍ଦର ମହଲର ଚର୍ଚ୍ଚା ଅନୁସାରେ, କେନ୍ଦ୍ରୀୟ ନେତାଙ୍କ ଗ୍ରୀନ ସିଗନାଲ ମିଳିବା ପରେ ଖୁବଶୀଘ୍ର ପ୍ରଥମେ ନିଗମ ଓ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ତେବେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମରେ କିଏ ଇନ୍ ଓ କିଏ ହେବେ ଆଉଟ୍, ତାକୁ ନେଇ ଚାଲିଛି ମାନସ ମନ୍ଥନ ।
ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ଭିତରେ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ତେରଛା ବାଣ ମାରିଛନ୍ତି । ମୁଖ୍ୟମନ୍ତ୍ରୀ ଚାହିଁଲେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ବରିଷ୍ଠ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ବିଧାୟକ ପ୍ରକାଶ ସୋରେନ ଦାବି କରିଛନ୍ତି । ଯାହାକୁ ନେଇ ଶାସକ ଦଳରେ ଆରମ୍ଭ ହୋଇଛି ହଲଚଲ ।କିଛି ଦିନର ନିରବତା ପରେ ଶାସକ କ୍ୟାମ୍ପକୁ ଘାରିଛି ମନ୍ତ୍ରିମଣ୍ଡଳ ଚିନ୍ତା । ଦେଢ ବର୍ଷ ହେବ ଖାଲି ପଡ଼ିଛି ୬ଟି ମନ୍ତ୍ରୀ ପଦ । ଯଦି ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରନ୍ତି, ତେବେ କିଏ ପାଇବେ ସ୍ଥାନ । ବରିଷ୍ଠ ନା କନିଷ୍ଠ । ଏହାକୁ ନେଇ ପାଓ୍ବାର କରିଡରରୁ ପଦ୍ମ କ୍ୟାମ୍ପର ଅନ୍ଦର ମହଲ ଯାଏଁ ଆରମ୍ଭ ହୋଇଛି ନାନା ଚର୍ଚ୍ଚା ଓ ଦାବି । ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି, ମନ୍ତ୍ରୀ ପଦ ଖାଲି ଅଛି । ତେଣୁ ଚର୍ଚ୍ଚା ହେବା ସ୍ବାଭାବିକ । ଖାଲି ପଡିଥିବା ମନ୍ତ୍ରୀ ପଦ ପୂରଣ ହେବ କି ନାହିଁ, ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧିନ ବ୍ୟାପାର । ମୁଖ୍ୟମନ୍ତ୍ରୀ ଚାହିଁଲେ ଏକାକୀ ମନ୍ତ୍ରିମଣ୍ଡଳ ଚଳାଇବେ । ଦଳରେ ବରିଷ୍ଠ ଓ ଅଭିଜ୍ଞର କୌଣସି ମୂଲ୍ୟ ନାହିଁ । ସେହିପରି ଦଳ ପାଇଁ କାମ କରି କେସ ଖାଇବା ମୂଲ୍ୟହୀନ ବୋଲି କହି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଜୟ ନାରାୟଣ ।କେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ, ତାକୁ ନେଇ ଜାରି ରହିଛି ସସପେନ୍ସ । ୧୫ ମାସ ହେବ ୬ଟି ମନ୍ତ୍ରୀ ପଦ ଖାଲି ପଡିବା ଓ ଅନେକ ମନ୍ତ୍ରୀଙ୍କ ଯୋଗୁଁ ସରକାର ବଦନାମ ହୋଇଥିବା ଅଭିଯୋଗ ହେଉଛି । ତେଣୁ ସବୁକୁ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ ବୋଲି ଚର୍ଚ୍ଚା ହେଉଛି । ମନ୍ତ୍ରିମଣ୍ଡଳରେ କିଏ ସାମିଲ ହେବେ ଓ କିଏ ବାଦ ପଡିବେ ସେନେଇ କସରତ ଚାଲିଛି । ବରିଷ୍ଠ ବିଜେପି ବିଧାୟକ ପ୍ରକାଶ ସୋରେନଙ୍କ କହିବା କଥା, ମନ୍ତ୍ରିମଣ୍ଡଳରେ ବରିଷ୍ଠ ବିଧାୟକଙ୍କୁ ସ୍ଥାନ ମିଳିବା ଦରକାର । ଦଳ ତାଙ୍କୁ ଯେଉଁ ଦାୟିତ୍ବ ଦେବ ସେ ତୁଲାଇବେ । ସେହିପରି ଜୟ ନାରାୟଣ ଜଣେ ବରିଷ୍ଠ ଓ ଅଭିଜ୍ଞ ବିଧାୟକ । ତେଣୁ ତାଙ୍କୁ ଦାୟିତ୍ବ ମିଳିବା ଦରକାର ବୋଲି କହିଛନ୍ତି ପ୍ରକାଶ ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ