
ଭୁବନେଶ୍ୱର: ଖୁବଶୀଘ୍ର ମାର୍କେଟକୁ ଆସିବ ଓମଫେଡ ପାଣି ଓ ଚକଲେଟ । ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ଏହାଛଡ଼ା ଖୋଲିବ ଓମଫେଡର ୩ ନୂଆ ଡାଏରୀ ପ୍ଲାଣ୍ଟ । ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱରରେ ଏହି ୩ ନୂଆ ଡାଏରୀ ପ୍ଲାଣ୍ଟ ଖୋଲାଯିବ ବୋଲି ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଓମଫେଡରେ କ୍ୱାଲିଟି ଓ କ୍ୱାଣ୍ଟିଟି ପାଇଁ ସିସିଟିଭି ପ୍ଲାଣ୍ଟକୁ ଜଗିବ ।
ଏହାଛଡ଼ା ମନ୍ତ୍ରୀ କହିଛନ୍ତି ଯେ ପଞ୍ଚାୟତଗୁଡ଼ିକରେ ଓମଫେଡ ପାର୍ଲର ଓ କ୍ଷୀର ଧାରା ମିଶନ ଖୋଲିବ । ଏବେ ୨୦ଟି କ୍ଷୀର ଧାରା କେନ୍ଦ୍ର ଖୋଲିଛି । ପର୍ଯ୍ୟାୟକ୍ରମ ଆଉ ଖୋଲିବ । ଓମଫେଡର ବକେୟା କମିଛି । ଏବେ ୨ କୋଟି ବକେୟା ରହିଛି । ନୋଟିସ ପରେ ୮୨ ଲକ୍ଷ ଆଦାୟ ହୋଇଛି । ୭ ଦିନରେ ନଦେଲ ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ।




