
ଭୁବନେଶ୍ୱର: ଗଞ୍ଜାମରେ ଥମୁନି ବିଜେଡ଼ିର ଗୋଷ୍ଠୀ କନ୍ଦଳ । ଯେତେ ଯୋଡ଼ିବାକୁ ଚେଷ୍ଟା କଲେ ବି ଜଳଜଳ ଦିଶୁଛି ଦଳ ଭିତରେ ଫାଟ । କିଛିଦିନ ପୂର୍ବରୁ ବ୍ରହ୍ମୁପୁର ମେୟର ସଂଘମିତ୍ରା ଦଳେଇଙ୍କ ବିରୋଧରେ ୨୫ କର୍ପୋରେଟର ଏକାଠି ହୋଇ ପ୍ରେମମିଟ କରିବା ଅସନ୍ତୋଷକୁ ପଦାରେ ପକେଇ ଦେଇଥିଲା । ତେଣୁ ଦଳ ଭିତରେ ଥିବା ଅସନ୍ତୋଷକୁ କମ କରିବା ପାଇଁ ଆଜି ୩୬ କର୍ପୋରଟରଙ୍କୁ ନବୀନ ନିବାସକୁ ଡାକରା ଆସିଛି । ଅସନ୍ତୁଷ୍ଟ କର୍ପୋରେଟରଙ୍କୁ ସାଙ୍ଗରେ ନେଇ ନବୀନ ନିବାସ ଆସିବେ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିକ୍ରମ ପଣ୍ଡା ଓ ଭୃଗୁବକ୍ସି ପାତ୍ର ।




