ଗିରଫ ହେଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର: ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଗୁରୁବାର ରାତିରେ ଗିରଫ ହୋଇଛନ୍ତି। ଡିସିପି କାର୍ୟ୍ୟାଳୟରେ ଆତ୍ମସମର୍ପଣ କଲା ପରେ ପୁଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ଡିସିପି କାର୍ୟ୍ୟାଳୟରେ ଆଜି ରାତି ୯ଟା ୪୦ରେ ପହଞ୍ଚି ଜଗନ୍ନାଥ ପ୍ରଧାନ କହିଥିଲେ, ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ଘଟଣାକୁ ମୁଁ ସବୁବେଳେ ନିନ୍ଦା କରିଆସୁଛି। ଏହି ଆକ୍ରମଣ ଘଟଣାରେ ମୋର କୌଣସି ସଂପୃକ୍ତି ନାହିଁ। ଓଏଏସ୍‌ ସଂଘ ମୋର ଗିରଫ ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଆନ୍ଦୋଳନ କାରଣରୁ ଜନସାଧାରଣ ପ୍ରଭାବିତ ହୋଇପାରନ୍ତି। ରଥଯାତ୍ରା ଓ ବନ୍ୟା ସମୟରେ ପ୍ରଶାସନିକ ବ୍ୟବସ୍ଥା ପ୍ରଭାବିତ ହୋଇପାରେ। ମୋହନ ଚରଣ ମାଝୀ ସରକାର ବଦନାମ ନହୁଅନ୍ତୁ ଏହା ମୁଁ ଚାହେଁ। କିନ୍ତୁ ସରକାରଙ୍କ ସମ୍ମାନ, ବୃହତ୍ତର ସ୍ବାର୍ଥ ପାଇଁ ସହଯୋଗ କରିବି।

ଜଗନ୍ନାଥ ପ୍ରଧାନ ଡିସିପି କାର୍ୟ୍ୟାଳୟରେ ପହଞ୍ଚିବା ନେଇ ଭୁବନେଶ୍ବର (ଏକାମ୍ର) ବିଧାୟକ ବାବୁ ସିଂ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଡିସିପିଙ୍କ ଡାକରା କ୍ରମେ ଜଗନ୍ନାଥ ପ୍ରଧାନ ଡିସିପି କାର୍ୟ୍ୟାଳୟକୁ ଆସିଛନ୍ତି।

  • Related Posts

    ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି

    ନୂଆଦିଲ୍ଲୀ: ସେପ୍ଟେମ୍ବର ୯ରେ ହେବାକୁଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଜାରି ହେବାପରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ ଅଗଷ୍ଟ ୨୧କୁ ଧାର୍ଯ୍ୟ…

    ନାଟର ଗୋବର୍ଦ୍ଧନ ଅପରାଜିତା

    ବେଗୁନିଆ : ଯାହା ଆଶଙ୍କା କରାଯାଉଥିଲା ସେଇଆ ହିଁ ହେଲା । ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ବିଜୁଳି ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଭିତରେ ତିକ୍ତତା ଆଉ କେଇପାଦ ଆଗକୁ ଯାଇଛି । ପୂର୍ବରୁ ରାଜନୀତିକ ବିରୋଧ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟର ଅନେକ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ଅଗଷ୍ଟ ପର୍ଯ୍ୟନ୍ତ ୧୪ ବର୍ଷା

    ସିପିଆର୍‌ ଦେଇ ଯୁବକଙ୍କ ଜୀବନ ରକ୍ଷା ଟ୍ରାଫିକ୍‌ ପୁଲିସ

    ୫୧ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତା: ସାଇ ସ୍ବରୂପଙ୍କୁ ୨ଟି ସ୍ବର୍ଣ୍ଣ

    ଘର ଦେବା ନାଁରେ ୨.୧୫ କୋଟି ଲୁଟ୍, ଠକ ଦମ୍ପତି ଗିରଫ

    ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି

    ଓଲଟିଲା ଯାତ୍ରୀବାହୀ ବସ୍‍, ୨୦ରୁ ଅଧିକ ଗୁରୁତର