
ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଅଡମ ମହେଶପୁର ଗ୍ରାମ୍ୟ ସ୍ମଶାନରେ ଗୋଟିଏ ଯୁଇରେ ଜଳିଲା ସୃଜନର ସୌଦାଗର କବି ପ୍ରଶାନ୍ତ ବିଶ୍ୱାଳ ଓ ପ୍ରେମିକାରୁ ପତ୍ନୀ ହୋଇଥିବା ଝରଣା ବିଶ୍ୱାଳଙ୍କ ପାର୍ଥିବ ଶରୀର। ୫୦ ବର୍ଷୀୟ ପ୍ରଶାନ୍ତ ବିଶ୍ୱାଳ ଇଂରାଜୀ ବିଭାଗର ପ୍ରାଧ୍ୟାପକ ଥିଲେବି ସ୍ଵାମୀ-ସ୍ତ୍ରୀ ଦୁହେଁ ଓଡିଆ ଓ ଇଂରାଜୀ ସାହିତ୍ୟରେ ପ୍ରଶାନ୍ତ ଥିଲେ ବେଶ୍ ପ୍ରଗଳ୍ଭ। ବ୍ରେନ୍ଷ୍ଟ୍ରୋକ୍ ଯୋଗୁଁ ଦୀର୍ଘ ୩ ମାସ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପ୍ରଶାନ୍ତ। ଦୀର୍ଘ ଦିନର ଅସୁସ୍ଥତା ପରେ ଶେଷରେ ଏସସିବି ମେଡିକାଲ କଲେଜରେ ଆଖି ବୁଜିଥିଲେ ପ୍ରଶାନ୍ତ। ଅଡମ ଗ୍ରାମ୍ୟ ସ୍ମଶାନରେ ଏହି ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକଙ୍କ ପାର୍ଥିବ ଶରୀର ଜଳୁଥିବା ବେଳେ ହୃଦଘାତର ଶିକାର ହେଲେ ପତ୍ନୀ ଝରଣା। ସ୍ୱାମୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିନପାରି ସବୁଦିନ ପାଇଁ ଆଖି ବୁଝିଲେ ଝରଣା। ଶେଷରେ ଗୋଟିଏ ଯୁଇରେ ଉଭୟଙ୍କ ଦାହ ସତ୍କାର କରିଥିଲେ ପରିବାର ଓ ଆତ୍ମୀୟ ସ୍ୱଜନ। ଉଭୟଙ୍କ ବିୟୋଗରେ କେବଳ ଜନ୍ମମାଟି ମାହାଙ୍ଗା ନୁହେଁ, ସାରସ୍ୱତ ଜଗତରେ ବି ଖେଳି ଯାଇଛି ଶୋକର ଛାୟା।