ଘର ଦେବା ନାଁରେ ୨.୧୫ କୋଟି ଲୁଟ୍, ଠକ ଦମ୍ପତି ଗିରଫ

ଭୁବନେଶ୍ବର: ବନ୍ଧକ ଘରକୁ ମୁକଳାଇ ବିକ୍ରି କରିବାକୁ ପ୍ରତିଶ୍ରୁତି ଦେଲେ। ୨.୧୫ କୋଟି ଟଙ୍କା ନେବା ପରେ ଘର ଦେବା ତ ଦୂରର କଥା ବର୍ଷେ ଧରି ଭୂଆଁ ବୁଲାଇଲେ। ଟଙ୍କା ମାଗିବା ପାଇଁ ଯାଇଥିବା ବେଳେ ମାରଣାସ୍ତ୍ରରେ ଆକ୍ରମଣ କରି ଗଳାକାଟି ହତ୍ୟା ଉଦ୍ୟମ କଲେ। ଲକ୍ଷ୍ମୀସାର ଅଞ୍ଚଳର ଠକ ଦମ୍ପତିକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ସେମାନେ ହେଲେ ଶବରସାହିର ମହମ୍ମଦ ୱକିଲ୍‌(୪୯) ଓ ପତ୍ନୀ ସାହାଦୁତୁନ୍‌ ନିଶା(୩୮)। ପୁଲିସ ସେମାନଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି।
ସୂଚନା ମୁତାବକ, କିଛି ବର୍ଷ ତଳେ ଠକ ଦମ୍ପତି ଘରକୁ ବ୍ୟାଙ୍କରେ ବନ୍ଧକ ରଖି କୋଟିଏରୁ ଅଧିକ ଟଙ୍କା ଋଣ ନେଇଥିଲେ। ହେଲେ ଋଣ ପରିଶୋଧ କରିନପାରିବାରୁ ଘର ନିଲାମ ହେବା ସ୍ଥିତି ଉପୁଜିଥିଲା ଏନେଇ ଚିନ୍ତାରେ ଥିବା ଦମ୍ପତି ଫର୍ଣ୍ଣିଚର ବ୍ୟବସାୟୀ ରବୀନ୍ଦ୍ର ସାହୁଙ୍କୁ ଭେଟି ସମସ୍ୟା ଜଣାଇଥିଲେ। ଆଉ ତାଙ୍କୁ ଘର ବିକ୍ରି କରିଦେବେ ବୋଲି କହିଥିଲେ। ଘର ବାବଦକୁ ୨.୧୫କୋଟି ଟଙ୍କା ନେବେ ବୋଲି ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ରବୀନ୍ଦ୍ର ଆର୍‌ଟିଜିଏସ୍‌ ମାଧ୍ୟମରେ ବିଭିନ୍ନ ପର୍ଯ୍ୟାୟରେ ୧,୬୬,୫୦,୦୦୦ଟଙ୍କା ଓ ନଗଦ ଆକାରରେ ବାକି ଟଙ୍କା ଦେଇଥିଲେ। ଏମିତିକି ରବୀନ୍ଦ୍ରଙ୍କ ନାମରେ ଘର ପଞ୍ଜୀକରଣ ପାଇଁ ଏକ ଚୁକ୍ତିନାମା କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ଘର ଦେବା ତ ଦୂରର କଥା ଟଙ୍କା ବି ଫେରାଇ ନଥିଲେ। ପାଲଟା ତାଙ୍କୁ ଧମକଚମକ ଦେଇଥିଲେ। ତେଣୁ ରବୀନ୍ଦ୍ର କୋର୍ଟଙ୍କ ଦ୍ବାରସ୍ଥ ହୋଇ ଘର ବିକ୍ରି ଉପରେ ରୋକ୍‌ ଲଗାଇ ନୋଟିସ୍‌ ଜାରିକରିଥିଲେ। ଗତ ୪ ତାରିଖରେ ଠକ ଦମ୍ପତି ନୋଟିସ୍‌କୁ ଚିରି ଦେବାରୁ ରବୀନ୍ଦ୍ର ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦମ୍ପତି ତାଙ୍କୁ ରଡ୍‌ରେ ଆକ୍ରମଣ କରି ରକ୍ତାକ୍ତ କରିବା ସହ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳାକୁ କାଟି ହତ୍ୟା ଉଦ୍ୟମ କରିଥିଲେ। ହେଲେ କୌଶଳ କ୍ରମେ ରବୀନ୍ଦ୍ର ସେଠାରୁ ଖସିଆସି ଥାନାରେ ଅଭିଯୋଗ କରିଥିଲେ।

  • Related Posts

    ଚୌଦ୍ୱାର ଜେଲରୁ ଫେରାର୍ ରାଜା ସାହାଣୀ ଗିରଫ

    ଭୁୁବନେଶ୍ୱର : ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ଗୁରୁବାର ଗିରଫ ହୋଇଛି। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ…

    Continue reading
    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ