ମୟୂରଭଞ୍ଜ,01।09: ଚାକିରି କରାଇଦେବାକୁ କହି ଯୁବତୀଙ୍କୁ ଘରୁ ଆଣି ଗଣଦୁଷ୍କର୍ମ କରାଯାଇଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ପୋଲିସ ତଦନ୍ତରେ ତାହା ଏକ ନାଟକ ଥିଲା ବୋଲି ତଦନ୍ତ ପରେ ସୂଚନା ଦେଇଛନ୍ତି ଉଦଳା ଉପଖଣ୍ଡ ପୋଲିସ ଅଧିକାରୀ । ସୂଚନା ଅନୁସାରେ ଯୁବତୀଙ୍କ ସମ୍ପର୍କୀୟ ଜେଲରୁ ରଚିଥିଲେ କାହାଣୀର ବ୍ଲୁପ୍ରିଣ୍ଟ । ଏହା ପଛର କାରଣ ଥିଲା, ଗଣଦୁଷ୍କର୍ମ ମାମଲାରେ ଅଟକ ହୋଇଥିବା ଯୁବକଙ୍କୁ ଜେଲ୍ ପଠାଇବା। ତଦନ୍ତ ପରେ ସୂଚନା ଦେଇଛନ୍ତି ଉଦଳା ଉପଖଣ୍ଡ ପୋଲିସ ଅଧିକାରୀ ।ସେପଟେ ଘଟଣା ବାବଦରେ ମୁହଁ ଫିଟାଇ ନାହାନ୍ତି ଯୁବତୀ । ସୂଚନାଥାଉକି, ଚାକିରି ଦେବା ନାଁରେ ଯୁବତୀଙ୍କୁ ଘରୁ ଡାକି ନେଇ ୫ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଶନିବାର ଥାନାରେ ମାମଲା ରୁଜୁ ହୋଇଥିଲା । ଘଟଣାରେ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଯୁବତୀ ଜଣକ ବାଙ୍ଗିରିପୋଷି ଥାନା ଅଞ୍ଚଳର ହୋଇଥିବା ସୂଚନା ରହିଛି । ପୋଲିସର ସୂଚନା ଅନୁସାରେ, ଯୁବତୀଙ୍କର ଜଣେ ସମ୍ପର୍କୀୟ ଗିରଫ ହୋଇ ଜେଲ୍ରେ ଅଛନ୍ତି। ତାଙ୍କ ଗିରଫ ହେବା ପଛରେ ରହିଛନ୍ତି ବର୍ତ୍ତମାନ ଦୁଷ୍କର୍ମ ମାମଲାରେ ଅଟକ ଥିବା ଯୁବକ ଜଣକ। ଉକ୍ତ ଯୁବକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଯୁବତୀଙ୍କୁ ସମ୍ପର୍କୀୟ ଏଭଳି ଷଡ଼ଯନ୍ତ୍ର ରଚିଥିଲେ।
ଗଶେଶ ଭସାଣି ବେଳେ ସଂଘର୍ଷ: ଯୁବକ ମୃତ
ନୟାଗଡ଼: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତର କରଡ଼ାପଲ୍ଲୀ ଏବଂ ପାଥପୁର ଗ୍ରାମରେ ଗଣେଶ ଭଷାଣି ଉତ୍ସବ ସମୟରେ ଦୁଇ ଗ୍ରାମର ଯୁବକଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । ରବିବାର ରାତି…