ଚାକିରି ନାଁରେ ଘରୁ ଆଣି ଗଣଦୁଷ୍କର୍ମ ଅଭିଯୋଗ ଏକ ନାଟକ: ଉଦଳା ପୋଲିସ

ମୟୂରଭଞ୍ଜ,01।09: ଚାକିରି କରାଇଦେବାକୁ କହି ଯୁବତୀଙ୍କୁ ଘରୁ ଆଣି ଗଣଦୁଷ୍କର୍ମ କରାଯାଇଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ପୋଲିସ ତଦନ୍ତରେ ତାହା ଏକ ନାଟକ ଥିଲା ବୋଲି ତଦନ୍ତ ପରେ ସୂଚନା ଦେଇଛନ୍ତି ଉଦଳା ଉପଖଣ୍ଡ ପୋଲିସ ଅଧିକାରୀ । ସୂଚନା ଅନୁସାରେ ଯୁବତୀଙ୍କ ସମ୍ପର୍କୀୟ ଜେଲରୁ ରଚିଥିଲେ କାହାଣୀର ବ୍ଲୁପ୍ରିଣ୍ଟ । ଏହା ପଛର କାରଣ ଥିଲା, ଗଣଦୁଷ୍କର୍ମ ମାମଲାରେ ଅଟକ ହୋଇଥିବା ଯୁବକଙ୍କୁ ଜେଲ୍ ପଠାଇବା। ତଦନ୍ତ ପରେ ସୂଚନା ଦେଇଛନ୍ତି ଉଦଳା ଉପଖଣ୍ଡ ପୋଲିସ ଅଧିକାରୀ ।ସେପଟେ ଘଟଣା ବାବଦରେ ମୁହଁ ଫିଟାଇ ନାହାନ୍ତି ଯୁବତୀ । ସୂଚନାଥାଉକି, ଚାକିରି ଦେବା ନାଁରେ ଯୁବତୀଙ୍କୁ ଘରୁ ଡାକି ନେଇ ୫ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଶନିବାର ଥାନାରେ ମାମଲା ରୁଜୁ ହୋଇଥିଲା । ଘଟଣାରେ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଯୁବତୀ ଜଣକ ବାଙ୍ଗିରିପୋଷି ଥାନା ଅଞ୍ଚଳର ହୋଇଥିବା ସୂଚନା ରହିଛି । ପୋଲିସର ସୂଚନା ଅନୁସାରେ, ଯୁବତୀଙ୍କର ଜଣେ ସମ୍ପର୍କୀୟ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ତାଙ୍କ ଗିରଫ ହେବା ପଛରେ ରହିଛନ୍ତି ବର୍ତ୍ତମାନ ଦୁଷ୍କର୍ମ ମାମଲାରେ ଅଟକ ଥିବା ଯୁବକ ଜଣକ। ଉକ୍ତ ଯୁବକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଯୁବତୀଙ୍କୁ ସମ୍ପର୍କୀୟ ଏଭଳି ଷଡ଼ଯନ୍ତ୍ର ରଚିଥିଲେ।

  • Related Posts

    ଚୌଦ୍ୱାର ଜେଲରୁ ଫେରାର୍ ରାଜା ସାହାଣୀ ଗିରଫ

    ଭୁୁବନେଶ୍ୱର : ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ଗୁରୁବାର ଗିରଫ ହୋଇଛି। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ…

    Continue reading
    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ