ଚାକିରୀ ଦେବା ନାଁରେ ଠକେଇ , ଦୁଇ ଭାଇ ଗିରଫ

ମେଡିକାଲରେ ନର୍ସିଂ ଚାକିରି କରାଇଦେବାକୁ କହି ଲୁଟି ନେଲେ ଲକ୍ଷାଧିକ ଟଙ୍କା। ଅଭିଯୋଗ ପରେ ଏବେ ପୁଲିସ କବଜାରେ ଦୁଇ ଅଭିଯୁକ୍ତ। କଟକ ମଙ୍ଗଳାବାଗ ଥାନା ପୁଲିସ ଏହି ଘଟଣାରେ ଦୁଇ ଦଲାଲଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦୁଇଜଣ ଦୁଇ ଭାଇ ବୋଲି ଜଣାପଡ଼ିଛି। ଏମାନେ କଟକ ମଧୁପାଟଣା ଅଞ୍ଚଳରେ ଏକ ବେଆଇନ୍ ଅଫିସ୍ ଖୋଲି ଖବରକାଗଜରେ ବିଜ୍ଞାପନ ଦେଇ ଚାକିରି କରାଇବା କହି ୩୦ ଜଣଙ୍କ ଠାରୁ ପ୍ରାୟ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି।
ଅଭିଯୁକ୍ତ ଦୁଇ ଭାଇ କଟକର ଥୋରିଆ ସାହି ଅଞ୍ଚଳର ଅର୍ଚ୍ଚିତ ଦାସ ଏବଂ ଅର୍ପିତ ଦାସ ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ କାର, ଗୋଟିଏ ସ୍କୁଟି ଓ ନକଲି ନିଯୁକ୍ତି ପତ୍ର ସବୁ ଜବତ କରିଛି। ଏସସିବି ମେଡିକାଲ ସମେତ ରାଜ୍ୟର ଅନ୍ୟ ବଡ଼ ବଡ଼ ସରକାରୀ ମେଡିକାଲରେ ଏଏନ୍ଏମ୍, ଜିଏନ୍ଏମ୍, ଅଫିସ୍ ଆସିଷ୍ଟାଣ୍ଟ ଭଳି ପଦରେ ଚାକିରି କରାଇଦେବା କହି ଏମାନେ ଆଶାୟୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଠକି ନେଇଥିବା ପୁଲିସ କହିଛି।
ପୁଲିସ କହିବା ଅନୁସାରେ ଏମାନେ ଖବରକାଗଜରେ ଚାକିରି ବିଜ୍ଞପ୍ତି ମଧ୍ୟ ଦେଇଥିଲେ। ଚାକିରି ଆଶାରେ ଆଶାୟୀ ଏମାନଙ୍କ ପାଖକୁ ଆସିବା ପରେ ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ନକଲି ନିଯୁକ୍ତି ପତ୍ର ଦେଇଥିଲେ। ନକଲି ନିଯୁକ୍ତି ପତ୍ର ନେଇ ଆଶାୟୀ ଯେତେବେଳେ ମେଡିକାଲରେ ପହଞ୍ଚିଥିଲେ, ସେମାନେ ଠକାମୀର ଶିକାର ହୋଇଥିବା ଜାଣିପାରିଥିଲେ। ଏହାପରେ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେବାପରେ ପୁଲିସ ଦୁଇ ଦଲାଲ ଭାଇଙ୍କୁ ଗିରଫ କରିଛି। ଏମାନେ ଏକ ରାକେଟ୍ ଚଳାଇଥିଲେ ବୋଲି ଜଣାପଡ଼ିଛି। ଏଥିରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ତାହାର ତଦନ୍ତ ଚାଲିଥିବା କହିଛନ୍ତି ଏସିପି।

  • Related Posts

    ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାନେଇ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିବା ୩ଟି ଅତ୍ୟାଧୁନିକ…

    କେନାଲକୁ ଖସିଲା କାର୍:୧୧ ମୃତ

    ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ବଡ଼ ସଡକ ଦୁର୍ଘଟଣା । କେନାଲକୁ ଖସିଲା କାର୍ । ଭାରସାମ୍ୟ ହରାଇ କେନାଲକୁ ଖସି ପଡିଲା ଏସୟୁଭି ଗାଡ଼ି । ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।…

    Leave a Reply

    Your email address will not be published. Required fields are marked *

    You Missed

    ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

    ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

    ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    କେନାଲକୁ ଖସିଲା କାର୍:୧୧ ମୃତ

    କେନାଲକୁ ଖସିଲା କାର୍:୧୧ ମୃତ

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ

    କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ