‘ଚାମ୍ପିୟନ୍ସ ଟ୍ରଫି ଟୁର୍’ ନୂଆ କାର୍ୟ୍ୟସୂଚୀ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିସିସିଆଇ ଓ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଟ୍ରଫି ପାକିସ୍ତାନରେ ଟୁର୍ ଆରମ୍ଭ କରିଛି। ଚାମ୍ପିୟନ୍ସ ଟ୍ରଫିକୁ ପାକ୍ ଅଧିକୃତ କଶ୍ମୀର ବା ପିଓକେକୁ ନେଇଯିବା ପାଇଁ ଯୋଜନା କରିଥିବା ପାକିସ୍ତାନକୁ ଲାଗିଛି ଜୋରଦାର ଝଟକା। ଭାରତର ଆପତ୍ତି ପରେ ଆଇସିସି ଟ୍ରଫି ଟୁର୍ ପାଇଁ ନୂଆ ସହରର ତାଲିକା ଘୋଷଣା କରିଛି। ହେଲେ ଏଥିରେ ପିଓକେର କୌଣସି ସହର ନାହିଁ। ଚାମ୍ପିୟନ୍ସ ଟ୍ରଫି ନଭେମ୍ବର ୧୬ରୁ ଜାନୁଆରୀ ୨୬ ପର୍ୟ୍ୟନ୍ତ ଅଂଶଗ୍ରହଣକାରୀ ଦେଶଗୁଡ଼ିକର ବିଭିନ୍ନ ସହର ଭ୍ରମଣ କରିବ। ଏହି କାର୍ୟ୍ୟକ୍ରମରେ ଟ୍ରଫିକୁ ପିଓକେ ନେଇ ଯିବାକୁ ଯୋଜନା କରିଥିଲା ପାକିସ୍ତାନ। ହେଲେ ବିସିସିଆଇର ଆପତ୍ତି ପରେ ଆଇସିସି ପାକିସ୍ତାନକୁ ତାଗିଦ୍ କରିଥିଲା। କୌଣସି ବିବାଦୀୟ ସ୍ଥାନରୁ ଟ୍ରଫି ନନେବାକୁ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଥିଲା ଆଇସିସି। ଏହାସହ ଆଜି ଟ୍ରଫି ଟୁର କାର୍ୟ୍ୟକ୍ରମ ପାଇଁ ଆଜି ବିଭିନ୍ନ ଅଂଶଗ୍ରହଣକାରୀ ଦେଶର ନୂଆ ସହର ତାଲିକା ଜାରି କରିଛି ଆଇସିସି। ସଦ୍ୟତମ ପ୍ରକାଶିତ ତାଲିକାରେ ପାକ୍ ଅଧିକୃତ କାଶ୍ମୀରର କୌଣସି ସହର ନାହିଁ।

ଆଇସିସି ଚାମ୍ପିୟନ୍ସ ଟ୍ରଫି ଟୁର୍ କାର୍ୟ୍ୟକ୍ରମରେ ପାକିସ୍ତାନରେ ନଭେମ୍ବର ୧୬ରୁ ୨୫ ତାରିଖ ଯାଏଁ ବୁଲିବ। ଏହାପରେ ଆଫଗାନିସ୍ତାନ ଯାଇ ସେଠାରେ ୨୬ରୁ ୨୮ ତିନିଦିନ ଭ୍ରମଣ କରିବ। ଏହାପରେ ବାଂଲାଦେଶ ପହଞ୍ଚି ସେଠାରେ ଡିସେମ୍ବର ୧୦ରୁ ୧୩ ପର୍ୟ୍ୟନ୍ତ ବୁଲିବ। ଡିସେମ୍ବର ୧୫ରୁ ୨୨ ପର୍ୟ୍ୟନ୍ତ ଦକ୍ଷିଣ ଆଫ୍ରିକାରେ, ଡିସେମ୍ବର ୨୫ରୁ ଜାନୁଆରୀ ୫ ପର୍ୟ୍ୟନ୍ତ ଅଷ୍ଟ୍ରେଲିଆରେ, ଜାନୁଆରୀ ୬ରୁ ୧୧ ନ୍ୟୁଜିଲାଣ୍ଡରେ, ଜାନୁଆରୀ ୧୨ରୁ ୧୪ ଯାଏଁ ଇଂଲଣ୍ଡରେ ଭ୍ରମଣ କରିବ। ଏହାପରେ ଟ୍ରଫି ଭାରତ ଆସିବ। ୧୫ରୁ ୨୬ ଜାନୁଆରୀ ପର୍ୟ୍ୟନ୍ତ ଭାରତରେ ବିଭିନ୍ନ ସହର ଭ୍ରମଣ କରିବ ଚାମ୍ପିୟନ୍ସ ଟ୍ରଫି। ଏହାପରେ ୨୭ ଜାନୁଆରୀରେ ଟ୍ରଫି ପୁଣି ପାକିସ୍ତାନ ଫେରିଯିବ।

  • Related Posts

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ନ୍ୟୁୟର୍କ,04।09: ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି ଚଳିତ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଏହା ହେଉଛି ବିଶ୍ବମାନ୍ୟତାର ୩୨ତମ ସ୍ଥାନରେ ଥିବା ଭାମ୍ବ୍ରିଙ୍କ କ୍ୟାରିୟର୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ୍ କ୍ବାର୍ଟର୍‌ଫାଇନାଲ୍ ପ୍ରବେଶ। ଚତୁର୍ଦଶ ସିଡ୍‌ ଭାମ୍ବ୍ରି…

    Continue reading
    ଆଜିଠାରୁ ପୁରୁଷ ଏସିଆ କପ୍‌ ହକି ସୁପର-୪ ମୁକାବିଲା, ଦକ୍ଷିଣ କୋରିଆ-ଭାରତ ମୁହାଁମୁହିଁ

    ରାଜଗିର,03/09 : ପୁରୁଷ ଏସିଆ କପ୍‌ ହକିର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଆଜିଠାରୁ ସୁପର-୪ ମୁକାବିଲା ହେବ। ସୁପର-୪ରେ ଗ୍ରୁପ-ଏ ରୁ ଭାରତ ଓ ଚୀନ ରହିଥିବାବେଳେ ଗ୍ରୁପ-ବିରୁ ଦକ୍ଷିଣ କୋରିଆ ଓ ମାଲେସିଆ ରହିଛନ୍ତି। ଭାରତ ୩ରେ ପ୍ରଥମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର