‘ଚାମ୍ପିୟନ୍ସ ଟ୍ରଫି ଟୁର୍’ ନୂଆ କାର୍ୟ୍ୟସୂଚୀ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିସିସିଆଇ ଓ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଟ୍ରଫି ପାକିସ୍ତାନରେ ଟୁର୍ ଆରମ୍ଭ କରିଛି। ଚାମ୍ପିୟନ୍ସ ଟ୍ରଫିକୁ ପାକ୍ ଅଧିକୃତ କଶ୍ମୀର ବା ପିଓକେକୁ ନେଇଯିବା ପାଇଁ ଯୋଜନା କରିଥିବା ପାକିସ୍ତାନକୁ ଲାଗିଛି ଜୋରଦାର ଝଟକା। ଭାରତର ଆପତ୍ତି ପରେ ଆଇସିସି ଟ୍ରଫି ଟୁର୍ ପାଇଁ ନୂଆ ସହରର ତାଲିକା ଘୋଷଣା କରିଛି। ହେଲେ ଏଥିରେ ପିଓକେର କୌଣସି ସହର ନାହିଁ। ଚାମ୍ପିୟନ୍ସ ଟ୍ରଫି ନଭେମ୍ବର ୧୬ରୁ ଜାନୁଆରୀ ୨୬ ପର୍ୟ୍ୟନ୍ତ ଅଂଶଗ୍ରହଣକାରୀ ଦେଶଗୁଡ଼ିକର ବିଭିନ୍ନ ସହର ଭ୍ରମଣ କରିବ। ଏହି କାର୍ୟ୍ୟକ୍ରମରେ ଟ୍ରଫିକୁ ପିଓକେ ନେଇ ଯିବାକୁ ଯୋଜନା କରିଥିଲା ପାକିସ୍ତାନ। ହେଲେ ବିସିସିଆଇର ଆପତ୍ତି ପରେ ଆଇସିସି ପାକିସ୍ତାନକୁ ତାଗିଦ୍ କରିଥିଲା। କୌଣସି ବିବାଦୀୟ ସ୍ଥାନରୁ ଟ୍ରଫି ନନେବାକୁ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଥିଲା ଆଇସିସି। ଏହାସହ ଆଜି ଟ୍ରଫି ଟୁର କାର୍ୟ୍ୟକ୍ରମ ପାଇଁ ଆଜି ବିଭିନ୍ନ ଅଂଶଗ୍ରହଣକାରୀ ଦେଶର ନୂଆ ସହର ତାଲିକା ଜାରି କରିଛି ଆଇସିସି। ସଦ୍ୟତମ ପ୍ରକାଶିତ ତାଲିକାରେ ପାକ୍ ଅଧିକୃତ କାଶ୍ମୀରର କୌଣସି ସହର ନାହିଁ।

ଆଇସିସି ଚାମ୍ପିୟନ୍ସ ଟ୍ରଫି ଟୁର୍ କାର୍ୟ୍ୟକ୍ରମରେ ପାକିସ୍ତାନରେ ନଭେମ୍ବର ୧୬ରୁ ୨୫ ତାରିଖ ଯାଏଁ ବୁଲିବ। ଏହାପରେ ଆଫଗାନିସ୍ତାନ ଯାଇ ସେଠାରେ ୨୬ରୁ ୨୮ ତିନିଦିନ ଭ୍ରମଣ କରିବ। ଏହାପରେ ବାଂଲାଦେଶ ପହଞ୍ଚି ସେଠାରେ ଡିସେମ୍ବର ୧୦ରୁ ୧୩ ପର୍ୟ୍ୟନ୍ତ ବୁଲିବ। ଡିସେମ୍ବର ୧୫ରୁ ୨୨ ପର୍ୟ୍ୟନ୍ତ ଦକ୍ଷିଣ ଆଫ୍ରିକାରେ, ଡିସେମ୍ବର ୨୫ରୁ ଜାନୁଆରୀ ୫ ପର୍ୟ୍ୟନ୍ତ ଅଷ୍ଟ୍ରେଲିଆରେ, ଜାନୁଆରୀ ୬ରୁ ୧୧ ନ୍ୟୁଜିଲାଣ୍ଡରେ, ଜାନୁଆରୀ ୧୨ରୁ ୧୪ ଯାଏଁ ଇଂଲଣ୍ଡରେ ଭ୍ରମଣ କରିବ। ଏହାପରେ ଟ୍ରଫି ଭାରତ ଆସିବ। ୧୫ରୁ ୨୬ ଜାନୁଆରୀ ପର୍ୟ୍ୟନ୍ତ ଭାରତରେ ବିଭିନ୍ନ ସହର ଭ୍ରମଣ କରିବ ଚାମ୍ପିୟନ୍ସ ଟ୍ରଫି। ଏହାପରେ ୨୭ ଜାନୁଆରୀରେ ଟ୍ରଫି ପୁଣି ପାକିସ୍ତାନ ଫେରିଯିବ।

  • Related Posts

    ଆଜି ସୁପର କିଙ୍ଗ୍‌ସ-କିଙ୍ଗ୍‌ସ ମୁକାବିଲା

    କଲକାତା: ଆଇପିଏଲରେ ଶୁକ୍ରବାର ଚେନ୍ନଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସପ୍ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ଦ୍ବିତୀୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେ​‌େ​‌ବ। ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍‌ସ ବିଜୟ ହାସଲ କରିଥିଲା। ଋତୁରାଜ…

    Continue reading
    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ