ଚାଷୀଙ୍କ ବିକାଶ ପାଇଁ କାର୍ୟ୍ୟ କରିବ କୃଷକ ମୋର୍ଚ୍ଚା: ଶୁଭ୍ରାଂଶୁ ମୋହନ ପାଢ଼ୀ

ଭୁବନେଶ୍ୱର: ଚାଷୀ ସମସ୍ୟାର ସମାଧାନ କରି ସେମାନଙ୍କ ସାମଗ୍ରିକ ବିକାଶ ପାଇଁ କାନ୍ଧରେ କାନ୍ଧ ମିଳାଇ, ହାତକୁ ହାତ ମିଳାଇ କାର୍ୟ୍ୟ କରିବ ବିଜେପି କୃଷକ ମୋର୍ଚ୍ଚା। ଚାଷୀଙ୍କ ଉନ୍ନତି ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏସବୁ ଯୋଜନାର ସଫଳ ରୂପାୟନ ସହ ସଂଗଠନକୁ ମଜ୍‌ଭୁତ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା କାର୍ୟ୍ୟ କରିବ ବୋଲି ବିଜେପି କୃଷକ ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ କହିଛନ୍ତି।
ବିଜେପି କୃଷକ ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତି ଶ୍ରୀ ପାଢ଼ୀଙ୍କୁ ଆଜି ରାଜ୍ୟ କାର୍ୟ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ପାଢ଼ୀ କହିଛନ୍ତି ଯେ, ଚାଷୀମାନଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଧ୍ୟାନ ଦିଆଯିବା ସହ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନୂତନ ଭାବେ ପ୍ରୟାସ କରାଯିବ। ଓଡ଼ିଶାର ୭୩ ପ୍ରତିଶତ ଚାଷୀ ପରିବାରଙ୍କ ପାଖକୁ ସରକାରଙ୍କ ସମସ୍ତ ଯୋଜନା ସଠିକ୍ ଭାବେ ପହଂଚାଇବା ଆମର ପ୍ରଥମ ଲକ୍ଷ୍ୟ। ଚାଷୀମାନଙ୍କୁ ଆତ୍ମନିର୍ଭର କରି ବିଜେପି ପ୍ରତି ସେମାନଙ୍କ ଆସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତ କାର୍ୟ୍ୟକର୍ତାଙ୍କୁ ଗାଁକୁ ଗାଁ ଯାଇ କାମ କରିବାକୁ ପଡ଼ିବ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ କୃଷିକଲ୍ୟାଣ ଯୋଜନା ଯଥା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ସଏଲ୍ ହେଲ୍‌ଥ କାର୍ଡ, କିଷାନ କ୍ରେଡିଟ କାର୍ଡ, ପିଏମ୍ କୃଷି ସିଂଚାଇ ଯୋଜନା ଭଳି ଯୋଜନା ଓ ଓଡ଼ିଶା ସରକାରଙ୍କ ସିଏମ୍ କିଷାନ ଯୋଜନା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଯୋଗୁ ଚାଷୀଙ୍କ ମୂଳଭୂତ ପରବର୍ତନ ହୋଇଛି। ସେମାନଙ୍କ ଆୟ ଦୁଇଗୁଣିତ ହେବାରେ ସହାୟକ ହୋଇଛି ବୋଲି ଶ୍ରୀ ପାଢ଼ୀ କହିଛନ୍ତି।
ସଭା ପ୍ରାରମ୍ଭରେ କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ନୂତନ ସଭାପତିଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେ ନିଜ କାର୍ୟ୍ୟକାଳରେ ଚାଷୀମାନଙ୍କ ସମସ୍ୟା ନିରାକରଣ ଓ ବିଜେପି ପ୍ରତି ସେମାନଙ୍କର ଆସ୍ଥା ବୃଦ୍ଧି ପାଇଁ କରାଯାଇଥିବା ସଂଘର୍ଷ ଓ ପ୍ରୟାସ ବିଷୟରେ ଆଲୋକପାତ କରି ନୂତନ ନେତୃତ୍ୱକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ।
ଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟର ବରିଷ୍ଠ ନେତା ରଞ୍ଜନ ପଟେଲ, ପୂର୍ବତନ ରାଜ୍ୟ ଉପସଭାପତି ହୃଷୀକେଶ ଜେନା, ସୂର୍ୟ୍ୟନାରାୟଣ ମହାପାତ୍ର, ପୁଲିନ ପୁହାଣ, ରାମକୃଷ୍ଣ ପାତ୍ର, ଦିଲ୍ଲୀପ ସ୍ୱାଇଁ, ଶଙ୍କର୍ଷଣ ଜେନା, ପୂର୍ବତନ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ପ୍ରଶାନ୍ତ କୁମାର ସ୍ୱାଇଁ, ଜଗନ୍ନାଥ ମହାପାତ୍ର, ଅଶୋକ କୁମାର ରଥ, ବିକ୍ରମ କେଶରୀ ରାଉତରାୟ, ମନୋଜ କୁମାର ସାହୁ, ରାଜକିଶୋର ମେଣ୍ଡେଲି, ସୁମନ୍ତ ମହାରଣା, ଲକ୍ଷ୍ମୀକାନ୍ତ ତ୍ରିପାଠୀ, କେଶରୀ ଦୁର୍ଗା, କୌଶିକ ଚାନ୍ଦ, ସୁଶ୍ରୀ ଜୟଲକ୍ଷ୍ମୀ ମହାନ୍ତି, ପୂର୍ଣ୍ଣିମା ଦାସ, ଶ୍ରୀନିବାସ ପ୍ରଧାନ, ଅଜୟ କୁମାର ପ୍ରଧାନଙ୍କ ସମେତ ସମସ୍ତ ପଦାଧିକାରୀ, ଜିଲ୍ଲା ସଭାପତି ଓ କାର୍ୟ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ବରିଷ୍ଠ କୃଷକ ନେତା ବିଶ୍ୱଜିତ ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।

  • Related Posts

    ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

    ବରଗଡ଼ : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସେ ଭୁବନେଶ୍ବରସ୍ଥିତ କଂଗ୍ରେସ ଭବନରେ ଶତାଧିକ ସମର୍ଥକଙ୍କ ଗହଣରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ବିଧାୟକ ସନ୍ତୋଷ ସିଂ…

    Continue reading
    ସିଜିମାଳୀ ସମସ୍ୟା: ଦରକାର ପଡିଲେ ଆଦିବାସୀଙ୍କ ସୁରକ୍ଷା ପାଇଁ ରାହୁଲ ଗାନ୍ଧୀ ଆସିବେ

    ଭୁବନେଶ୍ୱର : ସିଜିମାଳୀର ବିସ୍ଥାପିତଙ୍କୁ ନ୍ୟାୟ ଦାବିରେ ତଥା ପୁଲିସର ଦମନଲୀଳା ବିରୋଧରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ନ୍ଦେଶ କ୍ରମେ ୧୦ ତାରିଖ ଶୁକ୍ରବାର ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ