ଚାଷୀ ପଞ୍ଜୀକରଣ: ଏଣିକି ଆଉ ଦେବାକୁ ପଡ଼ିବନି ଲିଗାଲ୍ ହେୟାର ସାର୍ଟିଫିକେଟ୍

ଭୁବନେଶ୍ବର : ଚାଷୀ ପଞ୍ଜୀକରଣ ହେଲା ସହଜ । ଖରିଫ ଋତୁ ଚାଷୀ ପଞ୍ଜୀକରଣକୁ ସରଳୀକରଣ କରିଛନ୍ତି ରାଜ୍ୟ ସରକାର । ଏଣିକି ଆଉ ଦେବାକୁ ପଡ଼ିବ ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର ବା ଲିଗାଲ୍ ହେୟାର ସାର୍ଟିଫିକେଟ୍ । ରାଜସ୍ବ ନିରୀକ୍ଷକଙ୍କ ଠାରୁ ରିପୋର୍ଟ ଆଣିବାକୁ ପଡ଼ିବ ନାହିଁ । ନିଜସ୍ବ ଘୋଷଣାପତ୍ରରେ ବା (ସେଲ୍ଫ ଜିକ୍ଲାରେସନ୍ ଫର୍ମ)ରେ ଚାଷୀ ମାନେ ପଞ୍ଜୀକରଣ କରିବେ । ଜଣେ ବି ଯୋଗ୍ୟ ଚାଷୀ ଏମ୍‌ଏସ୍‌ପିରୁ ବଞ୍ଚିତ ହେବେନାହିଁ । ଏନେଇ ଖାଦ୍ୟଯୋଗଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଳାପାଳମାନଙ୍କୁ ଚିଠି ଯୋଗ ଅବଗତ କରାଯାଇଛି।ଚଳିତ ବର୍ଷ ଜମିର ଉତ୍ତରାଧିକାରୀ ଭାବେ ବଂଶାନୁକ୍ରମ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଥିଲା। ଯେଉଁ ପ୍ଲଟ୍‌ ବାପା, ଜେଜେବାପାଙ୍କ ନାମରେ ରହିଛି, ତାହାର ଉତ୍ତରାଧିକାରୀ କେଉଁମାନେ ରହିଛନ୍ତି ତାହାର ବଂଶାନୁକ୍ରମ ପ୍ରମାଣପତ୍ର ପ୍ରଥମେ ଆର୍‌ଆଇଙ୍କ ଠାରୁ ଆଣିବାକୁ ପଡ଼ୁଥିଲା । ଏହାସହିତ ଲିଗ୍‌ ହେୟାରରେ ଥିବା ସମସ୍ତ ସଦସ୍ୟଙ୍କ ଅନୁମତିପତ୍ର ବି ଦରକାର ପଡ଼ୁଥିଲା । ଯାହାଫଳରେ ଭାଇ ଭାଇ ବିବାଦ ଓ ଭଉଣୀଙ୍କ ଅନୁମତି ପାଇଁ ଚାଷୀ ନାକେଦମ ହେଉଥିଲେ। ଭାଇ ବାହାରେ ରହୁଥିଲେ ହ୍ୱାଟ୍‌ସଆପରେ ଫର୍ମ ପଠାଇବାକୁ ପଡୁଥିଲା। ଏବେ ଏହାକୁ ସରଳ କରିଛନ୍ତି ରାଜ୍ୟ ସରକାର। ବଂଶାନୁକ୍ରମିକ ପ୍ରମାଣପତ୍ର ନଥିଲେ ସେଲ୍ପ ଡିକ୍ଳାରେସନ୍ ମାଧ୍ୟମରେ ଚାଷୀମାନେ ଜମି ପଞ୍ଜୀକରଣ କରିପାରିବେ ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ