ଛାତ୍ରକୁ ଛୁରୀ ଭୁସି ଦେଲେ ଅଣଛାତ୍ର

ଜୟପୁର : ଛାତ୍ରକୁ ଛୁରୀ ଭୁସି ଦେଲେ ଏକାଧିକ ଅଣଛାତ୍ର । ଗୁରୁତର ଅବସ୍ଥାରେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତ ଛାତ୍ର ଜଣଙ୍କୁ ଭର୍ତ୍ତି କରାଯାଇଛି। ଗୁରୁତର ଛାତ୍ର ଜଣଙ୍କ ହେଲେ ରାମଚନ୍ଦ୍ର ମାଢୀ । ସେ ଜୟପୁର ବିକ୍ରମଦେବ କଲେଜର ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ର।

ରାମଚନ୍ଦ୍ର ମାଢୀ ଓ ତାଙ୍କର ଜଣେ ସାଙ୍ଗ ସରସ୍ବତୀ ମୂର୍ତ୍ତୀ ବିସର୍ଜନ ସାରି କଲେଜକୁ ଫେରୁଥିଲେ। ଏହି ସମୟରେ ଜଣେ ଅଣ ଛାତ୍ର ରାମଚନ୍ଦ୍ରଙ୍କ ମୋବାଇଲ ଛଡାଇ ନେବାକୁ ଚେଷ୍ଟା କରୁଥିଲା । ଏହାକୁ ରାମଚନ୍ଦ୍ର ଓ ତାଙ୍କ ସାଙ୍ଗ ବିରୋଧ କରିଥିଲେ । ଏହାକୁ ନେଇ ଏମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ସଂପୃକ୍ତ ଅଣଛାତ୍ର ଜଣଙ୍କ ସ୍ଥାନୀୟ କିଛି ପିଲାଙ୍କୁ ଡାକି ରାମଚନ୍ଦ୍ରଙ୍କୁ ଆକ୍ରମଣ କରିବା ସହ ପେଟରେ ଛୁରୀ ଭୁସି ଦେଇଥିଲେ । ଏଥିରେ ରାମଚନ୍ଦ୍ର ଗୁରୁତର ହୋଇଥିଲେ। ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ଜିଲ୍ଲା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

  • Related Posts

    ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

    ୧୦/୦୪/୨୦୨୬,ଅନୁଗୋଳ:ଅନୁଗୋଳ ଜିଲ୍ଲାରେ ଘଟିଥିବା ଜଣେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ଭଳି ସମ୍ବେଦନଶୀଳ ମାମଲାର ଚୁଡାନ୍ତ ରାୟ ଆଜି ପ୍ରକାଶ ପାଇଛି। ଅନୁଗୋଳ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ (POCSO) କୋର୍ଟ ଅଭିଯୁକ୍ତ ବାବୁଲା…

    Continue reading
    ରାଜଧାନୀର ୩ଟି ମନ୍ଦିରରୁ ହୋଇଛି ସିରିଜ ଲୁଟ୍

    ଭୁବନେଶ୍ୱର: ମନ୍ଦିରରୁ ସୁନା ମୂର୍ତ୍ତି ନେଇଗଲେ ଡକାୟତ । କୋଟି କୋଟି ଟଙ୍କାର ଠାକୁରଙ୍କୁ ଚୋରି କରି ନେଇଗଲେ ଲୁଟେରା । କୌଣସି ଉପାନ୍ତ ଗାଁ ନୁହେଁ ରାଜଧାନୀ ଛାତି ଉପରେ ହୋଇଛି ଏଭଳି ଲୁଟ୍ । ଗୋଟିଏ କି ଦୁଇଟି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ