ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍କୁଲ ଯିବା ଓ ପାଠ ପଢିବାର ବାତାବରଣ ତିଆରି କରିବା :ଧର୍ମେନ୍ଦ୍ର

ସମ୍ବଲପୁର: ଅଧାରୁ ପାଠ ଛାଡ଼ିଥିବା, ବିଦ୍ୟାଳୟରେ ଆଦୌ ନାମ ଲେଖାଇ ନଥିବା ତଥା ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମ୍ବଲପୁରରେ ରାଜ୍ୟବ୍ୟାପୀ ଅଭିଯାନ ଆୟୋଜିତ “ଆସ ସ୍କୁଲ ଯିବା” ସଚେତନତା ପଦଯାତ୍ରାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି ।ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ ହେଉଛି – ଦେଶର ପ୍ରତ୍ୟେକ ପିଲାଙ୍କୁ ସ୍କୁଲକୁ ଆଣିବା ଏବଂ ସେମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା । ଡ୍ରପ୍ ଆଉଟ ହ୍ରାସ କରିବା ସହ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ବୃଦ୍ଧି, ବିଦ୍ୟାଳୟ ଭିତ୍ତିଭୂମିର ବିକାଶ, ସାକ୍ଷରତା ହାର ବୃଦ୍ଧି କରିବା ଦିଗରେ ମଧ୍ୟ ଆମ ସରକାର ଯତ୍ନଶୀଳ । ଶିକ୍ଷା ମନ୍ତ୍ରଣାଳୟର ଉଲ୍ଲାସ -ନବ ଭାରତ ସାକ୍ଷରତା କାର୍ୟ୍ୟକ୍ରମ-୨୦୨୫ ଅଧୀନରେ ୧୫ ବର୍ଷ ବୟସରୁ ଅଧିକ ନିରକ୍ଷର ଥିବା ଲୋକଙ୍କୁ ସାକ୍ଷର କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।
ସେହିପରି ସମ୍ବଲପୁରରେ ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନ୍ୟ ଜିଲ୍ଲା ଅପେକ୍ଷା ବହୁତ ଭଲ ଅଛି । ବର୍ତ୍ତମାନ ସମୟରେ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୩୦୦୦ ପିଲା ବିଭିନ୍ନ ଶ୍ରେଣୀ ଅନୁସାରେ ସ୍କୁଲ ବାହାରେ ଅଛନ୍ତି । ସେମାନଙ୍କୁ ସ୍କୁଲ ଶିକ୍ଷା ଓ ଦକ୍ଷତା ସହ ଯୋଡିବା ପାଇଁ ଆସ ସ୍କୁଲ ଯିବା ପରି ଅଭିଯାନ ରାଜ୍ୟ ସରକାରଙ୍କ ପ୍ରଶଂସନୀୟ ପଦକ୍ଷେପ । ସମସ୍ତଙ୍କୁ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ରେ ଯୋଡ଼ିବା ଆମ ସରକାରଙ୍କ ମୂଳ ଉଦ୍ଦେଶ୍ୟ । ଏହା କେବଳ ଭାଷଣବାଜି କିମ୍ବା ଖବରର ବିଷୟ ନୁହେଁ, ବରଂ ଏଥିପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ପ୍ରବୃଦ୍ଧ ବର୍ଗମାନେ ନିଜର ଦାୟିତ୍ୱ ନିର୍ବାହ କରିବା ଦରକାର । ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା, ନିରକ୍ଷର ଲୋକଙ୍କୁ ସାକ୍ଷର କରିବା, ଭୋକାଲ୍ ଫର୍ ଲୋକାଲକୁ ପ୍ରୋତ୍ସାହନ ଦେଇ ସ୍ୱଦେଶୀ ସାମଗ୍ରୀର ବ୍ୟବହାର କଲେ ହିଁ ଆମ ଦେଶ ଶିକ୍ଷା ଓ ସାମାଜିକ ଦୃଷ୍ଟିରୁ ଉନ୍ନତ ଓ ଅଧିକ ମଜଭୂତ୍ ହେବ । ଚାଲ ସ୍କୁଲ ଯିବା, ପାଠ ପଢିବାର ବାତାବରଣ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେବା ସହ ଆଜିର ସ୍କୁଲ ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ହିଁ ବିକଶିତ ଭାରତର ସ୍ୱପ୍ନ ପୂରଣ ହେବ ବୋଲି ସେ କହିଥିଲେ ।

ଏହି ପଦଯାତ୍ରାରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ପ୍ରମୁଖ ସାମିଲ ହୋଇଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଶିକ୍ଷା ଅଧିକାରୀ ଏବଂ ପରିଚାଳନା ସମିତିର ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ