ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୭ ଜନଗଣନା ପାଇଁ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାର ଅର୍ଥ ଦେଶରେ ଜନଗଣନା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୧୧ ପରେ ପ୍ରଥମଥର ପାଇଁ ଦେଶରେ ଜନଗଣନା ହେବ। ଜନଗଣନା ସଂକ୍ରାନ୍ତ ବିଜ୍ଞପ୍ତିକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁସାରେ, ଦେଶର ଜନଗଣନା ସମୟରେ ଜାତି ଭିତ୍ତିକ କାଉଣ୍ଟିଂ ମଧ୍ୟ ଅନୁଷ୍ଠିତ ହେବ। ମୋଟ ୨ଟି ପର୍ୟ୍ୟାୟରେ ଜନଗଣନା ହେବ। ପ୍ରଥମ ପର୍ୟ୍ୟାୟ ଅର୍ଥାତ ୨୦୨୬ ଅକ୍ଟୋବର ୧ରୁ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ସମେତ କେନ୍ଦ୍ର ଶାସିତ ଲଦାଖ ଓ ଜମ୍ମୁ-କଶ୍ମୀରରେ ଜନଗଣନା କରାଯିବ।ଏଠାରେ ତୁଷାର ପାତର ଆଶଙ୍କା ଥିବାରୁ ଏହି ସବୁ ସ୍ଥାନରେ ଆଗୁ ଜନଗନା କରାଯିବ। ଏହାପରେ ଦେଶର ବାକି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୨୦୨୭ ମସିହା ମାର୍ଚ୍ଚ ୧ରୁ ଜନଗଣନା କରାଯିବ।

୨୦୧୧ରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ କ୍ଷମତାରେ ଥିବା ବେଳେ ଜନଗଣନା ହୋଇଥିଲା। ସେତେବେଳେ ମଧ୍ୟ ଦୁଇଟି ପର୍ୟ୍ୟାୟରେ ଦେଶରେ ଜନଗଣନା କରାଯାଇଥିଲା। ପ୍ରଥମେ ୨୦୧୦ ଏପ୍ରିଲରୁ ସେପ୍ଟେମ୍ବର ଯାଏ ଗଣନା ଚାଲିଥିଲା।

ଏହାପରେ ୨୦୧୧ ଫେବୃଆରୀରୁ ବଳକା ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଜନଗଣନା କରାଯାଇଥିଲା। ସେତେବେଳେ ଦେଶର ଜନସଂଖ୍ୟା ୧,୨୧୦,୮୫୪,୯୭୭ ବା ୧.୨୧ ବିଲିୟନରୁ ଅଧିକ ରହିଥିଲା।

  • Related Posts

    ସର୍ବନିମ୍ନ ଇପିଏଫ୍‌ ପେନ୍‌ସନ୍‌ ହେବ ୨୫୦୦ ଟଙ୍କା !

    ନୂଆଦିଲ୍ଲୀ: କର୍ମଚାରୀ ପେନସନ ଯୋଜନା ଅଧୀନରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ମାସିକ ସର୍ବନିମ୍ନ ପେନ୍‌ସନ୍‌ ୧୦୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇପାରେ। ବେଙ୍ଗାଲୁରୁଠାରେ ଅକ୍ଟୋବର ୧୦-୧୧ରେ ହେବାକୁ ଥିବା ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକରେ…

    Continue reading
    ଇଣ୍ଡିଆ ମୋବାଇଲ କଂଗ୍ରେସ ଇଭେଣ୍ଟ ଏସିଆର ସର୍ବବୃହତ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ମଞ୍ଚ ହୋଇଛି: ମୋଦି

    ନୂଆଦିଲ୍ଲୀ: ରାଜଧାନୀର ଯଶଭୂମି କନଭେସନ୍‌ ସେଣ୍ଟରରେ ଆରମ୍ଭ ହୋଇଛି ଇଣ୍ଡିଆ ମୋବାଇଲ କଂଗ୍ରେସ । ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିଠୁ ୧୧ ତାରିଖ ଯାଏ ଚାଲିବ ଆଇଏମ୍‌ସି ସମାରୋହ । ଏସିଆର ସର୍ବବୃହତ ଟେକ୍‌ ଏକ୍ସପୋ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    Odisha’s Wheelchair Rugby Champions to Lead Road Safety Movement as #ComeHomeSafe Ambassadors

    ପୋଶ ଆଇନ ସମ୍ପର୍କରେ ଲୋକସେବା ଭବନ ବିଭାଗୀୟ ଅଧିକାରୀବୃନ୍ଦଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

    ଛାତ୍ରଛାତ୍ରୀମାନେ ନବସୃଜନର ନେତୃତ୍ୱ ନେବାକୁ ରାଜ୍ୟପାଳଙ୍କ ଆହ୍ୱାନ

    ମୁଖ୍ୟମନ୍ତ୍ରୀଙ୍କ ଆଇନ ଶୃଙ୍ଖଳା ସମୀକ୍ଷା