ପୋଶ ଆଇନ ସମ୍ପର୍କରେ ଲୋକସେବା ଭବନ ବିଭାଗୀୟ ଅଧିକାରୀବୃନ୍ଦଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, ତା ୦୮/୧୦/୨୦୨୫ରିଖ: ଆଜି ମହିଳା ଓ ଶିଶୁ ବିକାଶ ଆନୁକୂଲ୍ୟରେ ଲୋକସେବା ଭବନ ସମ୍ମେଳନ କକ୍ଷ ଠାରେ କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ଉତ୍ପୀଡନ(ସୁରକ୍ଷା, ନିଷେଧ ଓ ନିରା଼କାରଣ) ଆଇନ (ପୋଶ୍)୨୦୧୩ ସମ୍ବନ୍ଧରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମକ୍ଷେତ୍ରରେ ପୋଶ୍ ଆଇନର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଲୋକସେବା ଭବନର ଉପବିଭାଗ ଅଧିକାରୀ ଓ ସହକାରୀ ଉପବିଭାଗ ଅଧିକାରୀବୃନ୍ଦଙ୍କୁ ପୋଶ୍ ଆଇନର ଆଇନଗତ ବ୍ୟବସ୍ଥା ବିଷୟରେ ଜଣେଇବା ଓ ସଚେତନ କରିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସେ ମତପ୍ରକାଶ କରିଛନ୍ତି ।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ପରାମର୍ଶକ୍ରମେ ଦ୍ଵିତୀୟ ପର୍ଯ୍ୟାୟରେ ଦୁଇଟି ଅଧିବେଶନରେ ୧୧୦୦ ଲୋକସେବା ଭବନ ଅଧିକାରୀମାନଙ୍କୁ ଯୌନ ଉତ୍ପୀଡନ (ପ୍ରତିରୋଧ, ନିଷେଧ ଓ ପ୍ରତିକାର) ଆଇନ ୨୦୧୩ ସମ୍ପର୍କରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ବିଶିଷ୍ଟ ଆଇନଜୀବି ମାନସୀ ପାଢୀ ଏହି ଆଇନ ସମ୍ବନ୍ଧରେ ବିସ୍ତୁତ ବିବରଣୀ ଉପସ୍ଥାପନ କରିଥିଲେ। ଦ୍ଵିତୀୟ ଅଧିବେଶନରେ ଶ୍ରୀମତୀ ସୁସ୍ମିତା ଦାସ ଅଧିକାରୀମାନଙ୍କୁ ଉକ୍ତ ଆଇନ ବିଷୟରେ ଅବଗତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ, ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ମାସରେ ୬୦୦ରୁ ଅଧିକ ଲୋକସେବା ଭବନ ଅଧିକାରୀମାନଙ୍କ ପାଇଁ ପ୍ରଥମ ପର୍ଯ୍ୟାୟ ପୋଶ ଆଇନ ସମ୍ପର୍କରେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

  • Related Posts

    ଶିମିଳିପାଳରେ କଳା ବାଘୁଣୀର ମୃତଦେହ ଠାବ

    ବାରିପଦା: ଶିମିଳିପାଳ ଦକ୍ଷିଣ ଡିଭିଜନର ଉପରବାରାହା କାମୁଡା ରେଞ୍ଜରେ ବିରଳ ପ୍ରଜାତି କଳା ବାଘୁଣୀର ମୃତଦେହ ଠାବ ହୋଇଛି l ଗତ ୬ ତାରିଖ ସନ୍ଧ୍ୟା ୫ ଟା ସମୟରେ ପାଟ୍ରୋଲିଂ କରୁଥିବା ଷ୍ଟାଫ୍ ପ୍ରାୟ ୫ ବର୍ଷର ଏକ ମାଈ…

    Continue reading
    ୧୦ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ

    ଭୁବନେଶ୍ୱର :ଆସନ୍ତା ସୋମବାର ଅଗଷ୍ଟ ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ସାଧାରଣ ପ୍ରଶାସନ ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ