ଛାତ୍ରଛାତ୍ରୀମାନେ ନବସୃଜନର ନେତୃତ୍ୱ ନେବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର, ତା: ୮.୧୦.୨୦୨୫: ଛାତ୍ରଛାତ୍ରୀମାନେ ଶିକ୍ଷାର ଉପଯୋଗ କରି ଭାରତର ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବା ପାଇଁ ଅର୍ଥପୂର୍ଣ୍ଣ ନବସୃଜନ ଏବଂ ସ୍ଥାୟୀ ସମାଧାନ ସୃଷ୍ଟି କରିବାକୁ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି I ଓଡ଼ିଶା ପ୍ରଯୁକ୍ତିବିଦ୍ୟା ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର) ର ଚତୁର୍ଥ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ଉଦବୋଧନ ଦେଇ ରାଜ୍ୟପାଳ କହିଛନ୍ତି ଯେ ଭାରତ କେବଳ “ମେକ୍ ଇନ୍ ଇଣ୍ଡିଆ” ନୁହେଁ ବରଂ “ଡିଜାଇନ୍ ଇନ୍ ଇଣ୍ଡିଆ” ଏବଂ “ଇନୋଭେଟ ଫର ଦ ୱାର୍ଲଡ” ଦିଗରେ ମଧ୍ୟ ଲକ୍ଷ୍ୟ ରଖିବା ଉଚିତ।

ରାଜ୍ୟପାଳ କହିଥିଲେ ଯେ, ଶିକ୍ଷା କେବଳ ଜ୍ଞାନ ଆହରଣ ନୁହେଁ I ଏହା ବୁଦ୍ଧି, ସାଧୁତା ଏବଂ କଳ୍ପନାକୁ ବିକଶିତ କରିବା ପାଇଁ ଉଦ୍ଦିଷ୍ଟ। ପ୍ରକୃତ ଶିକ୍ଷା ଦାୟିତ୍ୱବାନ ଏବଂ କରୁଣାଶୀଳ ନାଗରିକଙ୍କୁ ଗଠନ କରେ। ଇଞ୍ଜିନିୟରିଂ, ଯୋଜନା, ସ୍ଥାପତ୍ୟ, ପରିଚାଳନା ଏବଂ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଓୟୁଟିଆର ର ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିବା ସହିତ ଏହା ବିଶ୍ୱବିଦ୍ୟାଳୟର ସାମଗ୍ରିକ ଶିକ୍ଷା ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ବୋଲି ଅବତାରଣା କରିଥିଲେ I ମାତ୍ର ଚାରି ବର୍ଷ ମଧ୍ୟରେ ଓୟୁଟିଆର ଜ୍ଞାନ ଏବଂ ନବସୃଜନର ଏକ ସ୍ପନ୍ଦନଶୀଳ କେନ୍ଦ୍ରରେ ପରିଣତ ହୋଇଥିବାରୁ ରାଜ୍ୟପାଳ ବିଶ୍ୱବିଦ୍ୟାଳୟର ନେତୃତ୍ୱ, ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କମ ସମୟ ମଧ୍ୟରେ ଓୟୁଟିଆର ସୃଜନଶୀଳତା ଏବଂ ଉତ୍କର୍ଷତାର କେନ୍ଦ୍ର ପାଲଟି ଯୁବବର୍ଗଙ୍କୁ ନବସୃଜନକାରୀ ଏବଂ ରାଷ୍ଟ୍ର ନିର୍ମାତା ହେବା ପାଇଁ ପ୍ରୋତ୍ସାହିତ କରିପାରିଛି ବୋଲି ରାଜ୍ୟପାଳ କହିଥିଲେ I

ବିଶ୍ୱବିଦ୍ୟାଳୟର ଭବିଷ୍ୟତ ପାଇଁ ପଦକ୍ଷେପ ଉପରେ ଆଲୋକପାତ କରି ରାଜ୍ୟପାଳ କୃତ୍ରିମ ବୁଦ୍ଧିମତ୍ତା, ରୋବୋଟିକ୍ସ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଇତ୍ୟାଦି ନୂତନ ପାଠ୍ୟକ୍ରମଗୁଡ଼ିକ ପ୍ରତି ଓୟୁଟିଆରର ଉତ୍ସର୍ଗତାକୁ ପ୍ରଶଂସା କରିଛନ୍ତି । ଏତତ ବ୍ୟତୀତ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ କରିବାରେ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ମଧ୍ୟ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସାମ୍ପ୍ରତିକ ଘୋଷଣାଗୁଡ଼ିକୁ ଉଲ୍ଲେଖ କରି ରାଜ୍ୟପାଳ ଭାରତର ସେମିକଣ୍ଡକ୍ଟର ବିପ୍ଳବରେ ଓଡ଼ିଶାର ଉତ୍ସାହଜନକ ଭୂମିକା ଉଲ୍ଲେଖ କରିବା ସହ ଦେଶର ପ୍ରଥମ ବାଣିଜ୍ୟିକ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ରିକେସନ୍ ସୁବିଧା ଏବଂ ରାଜ୍ୟରେ ପ୍ରତିଷ୍ଠିତ ହେବାକୁ ଥିବା ଉନ୍ନତ ପ୍ୟାକେଜିଂ ୟୁନିଟ୍ ବିଷୟରେ ଆଲୋକପାତ କରିଥିଲେ । ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଫ୍ୟାବଲେସ୍ ନୀତି ଅଧୀନରେ ଓଡ଼ିଶାକୁ ଏକ ପ୍ରଯୁକ୍ତିବିଦ୍ୟା ଅଭିବୃଦ୍ଧି କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ।

ସେମିକଣ୍ଡକ୍ଟର ଟେକ୍ନୋଲୋଜି ଏବଂ କୃତ୍ରିମ ବୁଦ୍ଧିମତ୍ତାର ଭବିଷ୍ୟତ ଛାତ୍ରଛାତ୍ରୀଙ୍କ ସକ୍ଷମ ହାତରେ ଅଛି ବୋଲି ରାଜ୍ୟପାଳ କହିବା ସହ ଏହି ରୂପାନ୍ତରଣ ପ୍ରକ୍ରିୟାରେ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ । ଏହି ସମାରୋହରେ, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ ଏବଂ ଓୟୁଟିଆରର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ବକ୍ତବ୍ୟ ପ୍ରଦାନ କରିଥିଲେ I ଡିନ୍ (ଶିକ୍ଷାଗତ ବ୍ୟାପାର) ପ୍ରଫେସର ଅଚ୍ୟୁତ ନନ୍ଦ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ରେଜିଷ୍ଟ୍ରାର ଆଶିଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଓୟୁଟିଆରସ୍ଥିତ ଡିଜିଟାଲ ଉତ୍ପାଦନ ଉତ୍କର୍ଷତା କେନ୍ଦ୍ରର ଉଦଘାଟନ କରିବା ସହିତ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

  • Related Posts

    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading
    ନିଟ୍ ପୁନଃ ପରୀକ୍ଷା: ବ୍ୟକ୍ତିଗତ ଭାବେ ତୀକ୍ଷ୍ଣ ନଜର ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

    ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ବିବାଦ ପରେ ଜୁନ୍ ୨୧ ତାରିଖରେ ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ପ୍ରକ୍ରିୟାର ପ୍ରତ୍ୟେକ ପର୍ୟ୍ୟାୟରେ ସୁରକ୍ଷା କଡ଼ାକଡ଼ି କରୁଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦିଲ୍ଲୀସ୍ଥିତ ବାସଭବନରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ