ଜନ୍ମମାଟିର ମୋହ ବର୍ଷାକୁ ଓଡ଼ିଶା ଟାଣି ଆଣିଛି

ଜନ୍ମମାଟିର ମୋହ ବର୍ଷାଙ୍କୁ ଇଟାଲୀରୁ ଓଡିଶାକୁ ଟାଣିଆଣିଛି। ଇଟାଲୀରେ ରହି ମଧ୍ୟ ସେ ଓଡ଼ିଶା ଓ କଟକକୁ ଭୁଲି ନାହାଁନ୍ତି। ନିଜ ସାଙ୍ଗସାଥୀ ତଥା ଯେଉଁଠାରେ ବଢିଥିଲେ ସେହି ପରିବେଶର ମୋହ ସୁଦୂର ଇଟାଲୀରୁ ତାଙ୍କୁ ଟାଣିଆଣିଛି। ୨୦୧୨ ମସିହାରେ ଇଟାଲୀର ଦମ୍ପତି ଏନରିକୋ ଭୋଲପ ଏବଂ ପାଟ୍ରିଜିଆ ଜରଜୋଟି ତାଙ୍କୁ ବସୁନ୍ଧରାରୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ।
କନ୍ଧମାଳ ବନବାସୀ ସେବା ସଦନରେ ଜନ୍ମଗ୍ରହଣ କରିଥିଲେ ବର୍ଷା। କୁମାରୀ ମାତୃତ୍ୱ ବୋଲି ପିଲା ଜନ୍ମ ପରେ ଛାଡ଼ି ପଳାଇ ଯାଇଥିଲେ ମାଆ। ତେଣୁ ବନବାସୀ ସେବା ସଦନରେ ରହୁଥିଲେ। ୮ ବର୍ଷ ହେଲା ପରେ ସେ କଟକ ବସୁନ୍ଧରାକୁ ଆସିଥିଲେ। ଏଠାରେ ରହି ପାଠ ପଢ଼ୁଥିଲେ। ନୂଆକରି ସାଙ୍ଗ ଓ ସାଥୀଙ୍କ ସହିତ ସମ୍ପର୍କ ଯୋଡୁଥିଲେ। ପ୍ରାୟ ୩ ବର୍ଷ ପରେ ତାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଥିଲେ। ସିଏ ଇଟାଲୀ ଦମ୍ପତିଙ୍କ ଝିଅ ବସିଥିଲେ।
ଇଟାଲୀ ଦମ୍ପତି ଏନ୍‌ରିକୋ ଭୋଲୋପ ଓ ଡକ୍ଟର ପଟ୍ରଜିଆ ଜରଜୋଟି। ଏନ୍‌ରିକୋ ଭୋଲୋପ ପେଶାରେ ଜଣେ ସିଭିଲ୍‌ ଇଞ୍ଜିନିୟର ହୋଇଥିବା ମାଆ ଡକ୍ଟର ପଟ୍ରଜିଆ ଜରଜୋଟି ଜଣେ ଚର୍ମରୋଗ ବିଶେଷଜ୍ଞ ଡାକ୍ତର। ହେଲେ ସେମାନଙ୍କର କୌଣସି ସନ୍ତାନ ନଥିଲା। ତେଣୁ ସେମାନେ ପିଲାଟିଏ ଚାହୁଁଥିଲେ। ପିଲାଟିଏ ପାଇଁ ଆବେଦନ କରି ସେମାନେ କଟକ ବସୁନ୍ଧରାରେ ପହଞ୍ଚିଥିଲେ। ଆଉ ସବୁ ସରକାରୀ ଫର୍ମାଲିଟି ପୂରଣ କରି ବର୍ଷାଙ୍କୁ ଝିଅ ଭାବେ ଗ୍ରହଣ କରିଥିଲେ।

ଠିକଣା ଖୋଜୁଥିବା ବର୍ଷା ଶେଷରେ ପାଇଲେ ନୂଆ ଠିକଣା। ଆଉ ବାପା-ମାଆଙ୍କ ସହିତ ଗଲେ ବିଦେଶ। ଇଟାଲୀରେ ପାଠ ପଢ଼ିଲେ। ଏନ୍‌ରିକୋ ଭୋଲୋପ ଓ ତାଙ୍କ ପତ୍ନୀ ଡକ୍ଟର ପଟ୍ରଜିଆ ଜରଜୋଟି ନିଜର ଝିଅ ବର୍ଷାକୁ ବହୁ ଭଲ ପାଉଥିଲେ। ମନଦେଇ ପାଠ ପଢ଼ିବା ସହିତ ମାତୃ ଭାଷାକୁ ନଭୁଲିବା ପାଇଁ ବର୍ଷାଙ୍କୁ ପରାମର୍ଶ ଦେଇଥିଲେ। ତା’ପରେ ମନଦେଇ ପାଠ ପଢ଼ିଲେ ବର୍ଷା। ଇଟାଲୀରେ ସେ ସୋସିଆଲ୍‌ଅ କାଉନ୍‌ସିଲ୍‌ରେ ପିଜି ପାସ କରି ଚାକିରି କରୁଛନ୍ତି। କହିବାକୁ ଗଲେ ସେ ଏବେ ସ୍ୱାବଲମ୍ୱୀ ହୋଇଛନ୍ତି ।
୧୨ ବର୍ଷ ପରେ ବର୍ଷା ଓଡ଼ିଶା ବୁଲିବା ପାଇଁ ଆସିଛନ୍ତି। ସେ ଏବେ ବସୁନ୍ଧରାରେ ରହୁଛନ୍ତି। କିନ୍ତୁ ସାଥୀରେ ନିଜ ପାଳିତ ବାପା-ମାଆ ଆସିନାହାନ୍ତି। ସେ ସେମାନଙ୍କୁ ବହୁତ ମିସ୍‌ କରୁଛନ୍ତି ବୋଲି କହିଛନ୍ତି। ସେ ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ବେଳେ ସେ ନିଜ ପାଠପଢା, ବୃତ୍ତି ଓ ଜନ୍ମଭୂମି ପ୍ରତି ଆକର୍ଷଣ ବିଷୟରେ କହିବା ବେଳେ ଭାବ ପ୍ରବଣ ହୋଇପଡ଼ିଥିଲେ।

ବର୍ଷା କହିଛନ୍ତି, ସଂସାରରେ ପୁଅ ଝିଅ ମଧ୍ୟରେ କେବେବି ତୁଳନା କରିବା ଠିକ ନୁହେଁ। ସମାଜରେ ଉଭୟଙ୍କର ଗୁରୁତ୍ଵ ସମାନ ରହିଛି। କୌଣସି କାରଣ ହେଉନା କାହିଁକି ନବଜାତକଙ୍କୁ ବେସାହାରା ଫିଙ୍ଗି ଦିଅନ୍ତୁ ନାହିଁ। ସେମାନଙ୍କୁ ଲାଳନ ପାଳନ କରନ୍ତୁ ବୋଲି କହିଛନ୍ତି।

ନିଜ ଜନ୍ମକଲା ମାଆଙ୍କୁ ନେଇ ବଡ଼ କଥା କହିଲେ ବର୍ଷା। ସେ କହିଛନ୍ତି, ଆଜି କାଲିର ମାଆଙ୍କ ପରି ରାସ୍ତାଘାଟରେ ଛାଡ଼ି ନାହାନ୍ତି। ବୁଲା ପଶୁମାନେ ସେମାନଙ୍କୁ ଖାଇ ଦେଉଛନ୍ତି। ଏତେ ପରେ ମଧ୍ୟ ମୁଁ ମୋ ମାଆଙ୍କୁ ଧନ୍ୟବାଦ ଜଣାଉଛି। କାରଣ ଜନ୍ମ ପରେ ସେ ମୋତେ ହସ୍ପିଟାଲ୍‌ରେ ଛାଡ଼ି ଯାଇଛନ୍ତି ବୋଲି ବର୍ଷା କହିଛନ୍ତି।

  • Related Posts

    ଆଜିଠାରୁ PUCC ଯାଞ୍ଚ କଡ଼ାକଡ଼ି: ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା

    ଭୁବନେଶ୍ବର:ଆଜିଠାରୁ କଡ଼ାକଡ଼ି ହେବ PUCC ଯାଞ୍ଚ । ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା। ଆଜି ଠାରୁ ସାରା ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ…

    Continue reading
    ଜନତାଙ୍କ ଉପରେ ନପଡ଼ୁ ଯୁଦ୍ଧର ପ୍ରଭାବ: ପ୍ରଧାନମନ୍ତ୍ରୀ

    ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିରେ ଦେଶବାସୀଙ୍କୁ ସୁରକ୍ଷା ଦିଅ। ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ନିରନ୍ତର ସହିତ ଦରଦାମ ସ୍ଥିର ରଖ। ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବା CCS ବୈଠକରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ