ଭୁବନେଶ୍ବର,24/08: ଚେନ୍ନାଇରେ ଚାଲିଥିବା ୬୪ତମ ଜାତୀୟ ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ଶନିବାର ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ମିଳିଛି। ଜାତୀୟ ଆନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାର ପୁରୁଷ ୪ଗୁଣା ୧୦୦ ମିଟର ରିଲେରେ ଓଡ଼ିଶାକୁ ସ୍ବର୍ଣ୍ଣ ପଦକ ମିଳିଛି। ଓଡ଼ିଶା ପକ୍ଷରୁ ସାରୁନ ପ୍ରିୟସିଂହ, ଅନିମେଶ କୁଜୁର, ଲାଲୁ ପ୍ରସାଦ ଭୋଇ ଓ ଅମିୟ ମଲ୍ଲିକ ୩୯.୫୨ ସେକେଣ୍ଡରେ ଅତିକ୍ରମ କରି ନୂତନ ଜାତୀୟ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ପଦକ ଜିିିତିଛନ୍ତି। ୨୦୨୨ରେ ତାମିଲନାଡୁ ପ୍ରତିଯୋଗୀ ୩୯.୮୮ ସେକେଣ୍ଡରେ ଅତିକ୍ରମ କରି ଜାତୀୟ କୀର୍ତ୍ତିମାନ ସୃଷ୍ଟି କରିଥିଲେ। ଯାହାକୁ ଓଡ଼ିଶା ପ୍ରତିଯୋଗୀମାନେ ଶୁକ୍ରବାର ଭାଙ୍ଗିବାରେ ସଫଳ ହୋଇଛନ୍ତି। ଧାବକ ଅନିମେଷ କୁଜୁର ୨୦୦ ମିଟର୍ ପୁରୁଷ ଦୌଡ଼ରେ ନୂଆ ମିଟ୍ ରେକର୍ଡ (୨୦.୬୩ ସେକେଣ୍ଡ୍) ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା ତାଙ୍କ ପାଇଁ ବ୍ୟକ୍ତିଗତ ଦ୍ବିତୀୟ ସ୍ବର୍ଣ୍ଣ। ଶୁକ୍ରବାର ସରୁନ ପାୟାସିଂହ, ଅନିମେଷ କୁଜୁର, ଲାଲୁ ପ୍ରସାଦ ଭୋଇ, ଅମିୟ ମଲ୍ଲିକଙ୍କୁ ନେଇ ଗଠିତ ଓଡ଼ିଶାର ୪ ଗୁଣା ୧୦୦ ମିଟର ପୁରୁଷ ରିଲେ ଦଳ ୩୯.୫୨ ସେକେଣ୍ଡ୍ର ନୂଆ ମିଟ୍ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ଶନିବାର ପୁରୁଷ ହାଇ ଜମ୍ପ୍ରେ ସ୍ବାଧୀନ କୁମାର ମାଝୀ ବ୍ୟକ୍ତିଗତ ଶ୍ରେଷ୍ଠ ୨.୧୮ ମିଟର୍ ପ୍ରଦର୍ଶନ ସହିତ କାଂସ୍ୟ ପଦକ ହାସଲ କରିଛନ୍ତି।
୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ମୀରାବାଈ ଚାନୁ
ନୂଆଦିଲ୍ଲୀ,୨୫/୦୮: ଭାରତର ଅଭିଜ୍ଞ ୱେଟଲିଫ୍ଟର ମୀରାବାଈ ଚାନୁ ଦୀର୍ଘ ଦିନ ପରେ ସଫଳତାର ସହ ପ୍ରତ୍ୟାବର୍ତନ କରିଛନ୍ତି । ୨୦୧୮ ପରଠାରୁ ସେ କୌଣସି ଆର୍ନ୍ତଜାତୀୟ ମୁକାବିଲାକୁ ଓହ୍ଲାଇ ନ ଥିଲେ । ଚଳିତ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ସେ ୪୮ କିଗ୍ରା…