
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ମାସରେ ରାଜ୍ୟ ବିଜେପିର ନୂଆ ସଭାପତି ପାଇଁ ନିର୍ବାଚନ ହେବ । ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଏନେଇ ଗୁରୁବାର ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ବିଜେପି ଏକ ଗଣତାନ୍ତ୍ରିକ ଦଳ । ଗଣତାନ୍ତ୍ରିକ ଉପାୟରେ ସଭାପତି ନିର୍ବାଚନ ହେବ । ସାଂଗଠନିକ ନିର୍ବାଚନ ଆରମ୍ଭ ହୋଇଛି । ଏବେ ମଣ୍ଡଳ ନିର୍ବାଚନ ଚାଲିଛି । ବିଜେପି ଯୋଗାଯୋଗରେ ବିଜେଡି ସାଂସଦ ଓ ବିଧାୟକ ଅଛନ୍ତି ବୋଲି ଶ୍ରୀ ତୋମାର କହିଛନ୍ତି ।



