ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ; ମୃତ୍ୟୁ ସଂଖ୍ୟା ୩୦

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ଜାମ୍ମୁ, ଡୋଡା ଓ ରିୟାସି ଇତ୍ୟାଦି ଜିଲାରେ ମଙ୍ଗଳବାର ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା । ଏଥିରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଗତକାଲି ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଯେଉଁଥିରେ କି କଟରା ସ୍ଥିତ ମାତା ବୈଷ୍ଣୋଦେବୀଙ୍କ ପୀଠରେ ୬ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଗତକାଲି ଭୂସ୍ଖଳନରେ ୨୫ଟି ବାସଗୃହ ଓ ପୋଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ । ଏଥିପାଇଁ ବୈଷ୍ଣୋଦେବୀ ପୀଠରେ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ରାଜ୍ୟର ୧୦ଟି ଜିଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର ପର୍ୟ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ନଦୀକୂଳ ଏବଂ ଜଳାଶୟ ନିକଟରୁ ଦୂରେଇ ରହିବାକୁ ଲୋକଙ୍କୁ ସତର୍କ କରାଯାଇଛି । ବର୍ଷା ଯୋଗୁଁ ଉତ୍ତର ରେଳବାଇ ପକ୍ଷରୁ ଜାମ୍ମୁ ଜୋନରେ ୨୨ଟି ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି ଏବଂ ୨୭ଟି ଟ୍ରେନକୁ ସର୍ଟ-ଟର୍ମିନେଟ୍‍ କରାଯାଇଛି । ଏଥିରେ ବୈଷ୍ଣୋଦେବୀ ବେସ୍‍ କ୍ୟାମ୍ପରୁ ଚାଲୁଥିବା ୯ଟି ଟ୍ରେନ ମଧ୍ୟ ସାମିଲ ଅଛି ।

ଅନେକ ସ୍ଥାନରେ ଭୂସ୍ଖଳନ ପରେ ମାଟି ଅତଡା ଖସିବା ଏବଂ ପଥର ଖସିବା କାରଣରୁ ଜମ୍ମୁ-କଟରା ରାଜପଥ ବନ୍ଦ ହୋଇଯାଇଛି । ଗତକାଲି ତ୍ରିକୂଟ ପାହାଡରେ ଥିବା ମନ୍ଦିରର ରାସ୍ତା ଏକ ବଡ ଅଂଶ ମାଟି ଅତଡଶରେ ପରିଣତ ହୋଇଥିଲା । ଏବେବି ଉଦ୍ଧାର କାର୍ୟ୍ୟ ଜାରି ରହିଛି ।

  • Related Posts

    କେନ୍ଦ୍ର କ୍ୟାବିନେଟର ମଞ୍ଜୁରି: ୨୦୩୦ ଯାଏ ଚାଲିବ ପିଏମ୍ ସ୍ୱନିଧି ଯୋଜନା

    ନୂଆଦିଲ୍ଲୀ: ରାସ୍ତାକଡ଼ କ୍ଷୁଦ୍ର ବ୍ୟବସାୟୀଙ୍କୁ ଏଣିକି ଅଧିକ ଋଣ ମିଳିବ । କେନ୍ଦ୍ର କ୍ୟାବିନେଟ୍ ବୁଧବାର ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି (ପିଏମ୍ ସ୍ୱନିଧି) ଯୋଜନାକୁ ବଢାଇଛନ୍ତି । ଏହି ଯୋଜନାକୁ ୨୦୩୦ ମାର୍ଚ୍ଚ ୩୧ ଯାଏ ବଢାଯାଇଛି ।…

    Continue reading
    ବନ୍ୟା ପାଣିରେ ଭାସିଗଲା କାର୍‌ ; ୪ ମୃତ

    ରାୟପୁର : ଛତିଶଗଡର ଜଗଦଲପୁରରୁ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଏକ ଖବର ସାମ୍ନାକୁ ଆସିଛି । ଦରଭା ଥାନା ଅନ୍ତର୍ଗତ କାଙ୍ଗେର ଘାଟୀରେ ମଙ୍ଗଳବାର ଏକ କାର୍‌ ପ୍ରବଳ ବର୍ଷା ପରେ ସୃଷ୍ଟି ବନ୍ୟା ଜଳରେ ଭାସି ଯାଇଛି । ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ର କ୍ୟାବିନେଟର ମଞ୍ଜୁରି: ୨୦୩୦ ଯାଏ ଚାଲିବ ପିଏମ୍ ସ୍ୱନିଧି ଯୋଜନା

    କେନ୍ଦ୍ର କ୍ୟାବିନେଟର ମଞ୍ଜୁରି: ୨୦୩୦ ଯାଏ ଚାଲିବ ପିଏମ୍ ସ୍ୱନିଧି ଯୋଜନା

    ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସ୍ପଷ୍ଟ ଚିହ୍ନିତ

    ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସ୍ପଷ୍ଟ ଚିହ୍ନିତ

    ଯେଉଁ ପଦ ଦିଆଯାଇଛି ଏହା ଅଳଙ୍କାର ନୁହେଁ, ଏହା ଦାୟିତ୍ୱ, ଆହ୍ୱାନ : ଚିନ୍ମୟ

    ଯେଉଁ ପଦ ଦିଆଯାଇଛି ଏହା ଅଳଙ୍କାର ନୁହେଁ, ଏହା ଦାୟିତ୍ୱ, ଆହ୍ୱାନ : ଚିନ୍ମୟ

    କଟକ ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ସେଡ୍‌

    କଟକ  ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ସେଡ୍‌

    ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ; ମୃତ୍ୟୁ ସଂଖ୍ୟା ୩୦

    ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ; ମୃତ୍ୟୁ ସଂଖ୍ୟା ୩୦

    ଆସିବ ନୂଆ ଐତିହ୍ୟ ନୀତି

    ଆସିବ ନୂଆ ଐତିହ୍ୟ ନୀତି