ଝାଡ଼ଖଣ୍ଡ ଭୋଟ୍ ଗଣତି; ବିଜେପି ଏବଂ ଜେଏମଏମ ମଧ୍ୟରେ କଡ଼ା ଟକ୍କର

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ଭୋଟ୍ ଗଣତି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଏଠାରେ ବିଜେପି ଏବଂ ଜେଏମଏମ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଦୁଇ ଟାଣୁଆ ନେତା ହେମନ୍ତ ସୋରେନ ଏବଂ ଚମ୍ପାଇ ସୋରେନ ନିଜ ନିଜ ଆସନରୁ ଆଗରେ ଅଛନ୍ତି।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲ୍ ଯିବା ପରେ ଚମ୍ପାଇ ସୋରେନ ଜେଏମଏମ ପକ୍ଷରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ହେମନ୍ତ ସୋରେନଙ୍କୁ ବେଲ୍ ମିଳିବା ପରେ ସେ ପୁଣି ମୁଖ୍ୟମନ୍ତ୍ରୀ ହେବାରୁ ଚମ୍ପାଇ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

ଚମ୍ପାଇ ବିଜେପି ପକ୍ଷରୁ ସରେଇକେଲା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁ ଥିବାବେଳେ ପ୍ରାରମ୍ଭିକ ଭୋଟ୍ ଗଣତି ଅନୁସାରେ, ସେ ଜେଏମଏମକୁ ପଛରେ ପକାଇ ଆଗରେ ଅଛନ୍ତି। ସେହିପରି ବରହେତି ନିର୍ବାଚନମଣ୍ଡଳୀରୁ ହେମନ୍ତ ସୋରେନ ଆଗରେ ଅଛନ୍ତି। ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ମୁର୍ମୁ ସୋରେନ ମଧ୍ୟ ଆଗରେ ଅଛନ୍ତି। ସେ ଗନ୍ଦେ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ଘାଟସିଲା ଆସନରୁ ବିଜେପି ପ୍ରାର୍ଥୀ ବାବୁ ଲାଲ ସୋରେନ ଆଗରେ, ବିଜେପିର ପୂର୍ଣ୍ଣିମା ସାହୁ ପଛରେ, ଜେଏମଏମର ରବୀନ୍ଦ୍ର ନାଥ ମହତୋ ପଛରେ, ବସନ୍ତ ସୋରେନ (ଜେଏମଏମ) ଓ ସୁଦେଶ କୁମାର ମହତୋ (ଜେଏମଏମ) ଆଗରେ ଅଛନ୍ତି। ମୀରା ମୁଣ୍ଡା (ବିଜେପି) ପଛରେ, ସୀତା ମୁର୍ମୁ (ବିଜେପି) ଆଗରେ, ବାବୁ ଲାଲ ମାରାଣ୍ଡି (ବିଜେପି) ଆଗରେ ଅଛନ୍ତି।

୮୧ ବିଧାନସଭା ଆସନ ବିଶିଷ୍ଟ ଝାଡ଼ଖଣ୍ଡ ନିର୍ବାଚନ ପାଇଁ ନଭେମ୍ବର ୧୩ରେ ପ୍ରଥମ ପର୍ୟ୍ୟାୟ ମତଦାନ ହୋଇ ଥିବାବେଳେ ନଭେମ୍ବର ୨୦ରେ ଦ୍ୱିତୀୟ ପର୍ୟ୍ୟାୟ ପାଇଁ ଭୋଟ୍ ପଡ଼ିଥିଲା। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ, ଜେଏମଏମ ୪୧ଟି ସିଟରେ ଆଗୁଆ ଥିବାବେଳେ ବିଜେପି ୩୫ ଏବଂ ଅନ୍ୟାନ୍ୟ ଗୋଟିଏ ଆସନରେ ଆଗୁଆ ଅଛନ୍ତି।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ