ଝାରସୁଗୁଡ଼ା,07।09:ଝାରସୁଗୁଡା ସହରର ରେଲୱେ କଲୋନୀରେ ରହୁଥିବା ରେଲୱେ କର୍ମଚାରୀ ଦଶରଥ ସୁନା ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରେକୁ ଗୁଳିମାଡ଼ ହୋଇଛି । ବିଳମ୍ବିତ ରାତିରେ ୪ ରାଉଣ୍ଡ ଗୁଳିମାଡ଼ କରିଛି ଦୁର୍ବୃତ୍ତ । ଘର କବାଟକୁ ଗୁଳି ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ । ତେବେ ଏହି ଗୁଳିମାଡରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦଶରଥ ଓ ପରିବାର ଲୋକେ । ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ଥିବା ସୂଚନା ରହିଥିବାବେଳେ, ଖବରପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଫୁଟା ଗୁଳିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
୧୦ ପର୍ଯ୍ୟନ୍ତ କାଳବୈଶାଖୀ
ଭୁବନେଶ୍ୱର: ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଉଚ୍ଚରେ ଆଉ ଏକ…




