ଝିଆରୀକୁ ଗର୍ଭବତୀ କଲା ପିଉସା

କାଳିପଦା : ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଭାନୁପୁର ଗ୍ରାମରେ ଜଣେ ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିଛି ସମ୍ପର୍କୀୟ ପିଉସା ।ଗୁରୁବାର ଅଭିଯୁକ୍ତ ପିଉସାକୁ କାବୁ କରି ରାତି ସାରା ବାନ୍ଧି ରଖିଥିଲେ ପୀଡିତାଙ୍କ ପରିବାର ଲୋକେ। ଏହି ଘଟଣା ବିଜୁଳି ବେଗରେ ବ୍ୟାପିବା ପରେ ଖବର ପାଇ ବହୁ ଲୋକ ସେଠାରେ ପହଞ୍ଚିଥିଲେ । ଖବର ପାଇ ଘଟଣାସ୍ଥଳରେ ସିଂଲା ଥାନା ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଥାନାକୁ ନେଇଛି ।
ସୂଚନା ଅନୁଯାୟୀ ଭାନୁପୁର ଗ୍ରାମର ଅନ୍ତର୍ୟ୍ୟାମୀ ହଟାଇଙ୍କ ନାବାଳିକା ଝିଅ ମାଙ୍କଡ଼ ଘଉଡ଼ାଇବା ପାଇଁ ପରିବା ବାଡ଼ିକୁ ଯାଉଥିବା ସମୟରେ ସମ୍ପର୍କୀୟ ପିଉସା ଅଦୈତ ମଣ୍ତଳ(୬୦) ବାରମ୍ବାର ବାଧ୍ୟ କରି ଶାରିରୀକ ସମ୍ପର୍କ ରଖିଥିଲା। ଏକଥା କାହା ଆଗରେ କହିଲେ ତୋର ବାପା, ମା କୁ ଜୀବନରୁ ମାରି ଦେବାର ଧମକ ଦେଇଥିଲା । ତେବେ ଝିଅ ଠାରେ ଗର୍ଭଧାରଣ ଲକ୍ଷଣ ଗୁଡ଼ିକ ଦେଖାଦେବାରୁ ପରିବାର ଲୋକେ ନାବାଳିକାର ଡାକ୍ତରୀ ପରୀକ୍ଷା କରିବା ପରେ ଝିଅ ଗର୍ଭବତୀ ଥିବା ଜଣା ପଡିଥିଲା। ଅଭିଯୁକ୍ତକୁ କୋଠର ଦଣ୍ଡ ଦିଆଯାଉ ବୋଲି ଗ୍ରାମବାସୀ କହିଛନ୍ତି । ଶୁକ୍ରବାର ନାବାଳିକା ଝିଅର ଡ଼ାକ୍ତରୀ ମାଇନା କରାଯାଇ ଅଭିଯୁକ୍ତ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଂଲା ପୋଲିସ କହିଛି ।

  • Related Posts

    ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପୀଡ଼ିତାଙ୍କ ଘରେ ଫୋରେନସିକ ଟିମ୍‌ର ତଦନ୍ତ

    କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କାଠିଆପଡ଼ା ଗ୍ରାମରେ ଯୁକ୍ତ ୩ ଛାତ୍ରୀ ମୃତ୍ୟୁ ମାମଲାରେ ଫୋରେନସିକ ଟିମ୍‌ ତଦନ୍ତ ଜାରି ରଖିଛି। ଶୁକ୍ରବାର ୨ୟ ଥର ଲାଗି ୪ ଜଣିଆ ଫୋରେନସିକ୍ ଟିମ୍ ମୃତା ଛାତ୍ରୀଙ୍କ ଘରେ ପହଞ୍ଚି ପରିବାର…

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ଜଗତସିଂହପୁର: ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ପୋଲିସ ଏସଆଇ । ଫେସ୍‌ବୁକ୍‌ ପରିଚୟରୁ ଦଶମ ଶ୍ରେଣୀ ଝିଅକୁ ପ୍ରେମ ପରେ ବିବାହ କରିଥିଲେ ଥାନା ଏସ୍‌ଆଇ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ରତେଇ ଗାଁର ଅମିତ ପାଢ଼ୀଙ୍କ ନାଁରେ…

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ର କ୍ୟାବିନେଟ: ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି

    କେନ୍ଦ୍ର କ୍ୟାବିନେଟ: ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି

    ଶନିବାର କୋରାପୁଟ ଯିବେ ମୁଖ୍ୟମନ୍ତ୍ରୀ

    ଶନିବାର କୋରାପୁଟ  ଯିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ଵର ଏମ୍‌ସରେ ସିବିଆଇ ଚଢ଼ାଉ

    ଭୁବନେଶ୍ଵର ଏମ୍‌ସରେ ସିବିଆଇ ଚଢ଼ାଉ

    ଝିଆରୀକୁ ଗର୍ଭବତୀ କଲା ପିଉସା

    ଝିଆରୀକୁ ଗର୍ଭବତୀ କଲା ପିଉସା

    ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପୀଡ଼ିତାଙ୍କ ଘରେ ଫୋରେନସିକ ଟିମ୍‌ର ତଦନ୍ତ

    ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପୀଡ଼ିତାଙ୍କ ଘରେ ଫୋରେନସିକ ଟିମ୍‌ର ତଦନ୍ତ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ