ଟିକସ ସ୍ଲାବର ସଂଶୋଧନ ପାଇଁ ଆଜିଠାରୁ ଦୁଇ ଦିନିଆ ଜିଏସଟି ପରିଷଦ ବୈଠକ

ନୂଆଦିଲ୍ଲୀ,03/09: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦ ଟିକସ ସ୍ଲାବର ସଂଶୋଧନ ଉପରେ ଆଲୋଚନା କରିବା ପାଇଁ ଆଜିଠାରୁ ଦୁଇ ଦିନିଆ ବୈଠକ ଆରମ୍ଭ ହେବ। କେନ୍ଦ୍ର ସରକାର ଅକ୍ଟୋବର ଆରମ୍ଭ ସୁଦ୍ଧା ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ବ୍ୟବସ୍ଥା ଅଧୀନରେ ପରବର୍ତ୍ତୀ ପିଢ଼ିର ସଂସ୍କାର କାର୍ଯ୍ୟକାରୀ କରିବାର ସମୟସୀମା ନିକଟତର ହେଉଥିବା ବେଳେ ଗତ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଏ ସମ୍ପର୍କିତ ଘୋଷଣା ପରେ ସମସ୍ତଙ୍କ ନଜର ଏହି ବୈଠକ ଉପରେ ରହିଛି। ପରିଷଦର ପଦାଧିକାରୀ ସଚିବ ଥିବା ରାଜସ୍ୱ ସଚିବ ଅରବିନ୍ଦ ଶ୍ରୀବାସ୍ତବ ଗତ ମାସରେ ବୈଠକ ସମ୍ପର୍କରେ ଏକ ନୋଟିସ ଜାରି କରିଥିଲେ ଏବଂ ଯେଉଁଥିରେ ଜିଏସଟି ପରିଷଦର ୫୬ତମ ବୈଠକର ଗୋଟିଏ ଦିନ ପୂର୍ବରୁ ରାଜ୍ୟ ଏବଂ କେନ୍ଦ୍ରର ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହେବ। ରାଜସ୍ୱ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ନୋଟିସ ଅନୁଯାୟୀ, ଜିଏସଟି ପରିଷଦର ଦୁଇ ଦିନିଆ ବୈଠକ ସେପ୍ଟେମ୍ବର ୩ ଏବଂ ୪ରେ ଅନୁଷ୍ଠିତ ହେବାକୁ ଯାଉଛି। ବୈଠକରେ ଭାଗ ନେବା ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରି ଗୋଷ୍ଠୀ ଦିଲ୍ଲୀରେ ପହଁଚିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ସାମିଲ ହେବେ ଯାହା ଦ୍ୱାରା ସାଧାରଣ ବ୍ୟବହାର ସାମଗ୍ରୀ ଏବଂ ଜନକଲ୍ୟାଣ ସେବା ଉପରେ ଟିକସ ହ୍ରାସ ସମ୍ପର୍କରେ ଆଲୋଚନା କରାଯିବ। କେନ୍ଦ୍ର ସରକାର ବିଶେଷ ଭାବେ ସ୍ବାସ୍ଥ୍ୟ ପାଇଁ ଅହିତକର ସାମଗ୍ରୀ ପାଇଁ ୪୦ ପ୍ରତିଶତ ସ୍ୱତନ୍ତ୍ର ଟିକସ ହାର ସହିତ ୫, ୧୨, ୧୮ ଏବଂ ୨୮ ପ୍ରତିଶତର ୪ଟି ସ୍ଲାବକୁ ୫ ଓ ୧୮ ପ୍ରତିଶତ ଦୁଇଟି ସ୍ଲାବ ମଧ୍ୟରେ ସୀମିତ ରଖିବାକୁ ପରାମର୍ଶ ଦେଇଛନ୍ତି। ତେବେ ଜିଏସଟି ସ୍ଲାବରେ ପରିବର୍ତ୍ତନ ହେଲେ ଦୁଇଟି ପ୍ରମୁଖ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥିବା ବିଶେଷଜ୍ଞ କହିଛନ୍ତି। ଟିକସ ହ୍ରାସ ପରେ ରାଜସ୍ୱ କ୍ଷତି ପୂରଣ ପାଇଁ କେଉଁ ବିକଳ୍ପ ରହିବ ଏବଂ ଜିଏସଟି ହାର ହ୍ରାସର ଲାଭ ସର୍ବଶେଷ ହିତାଧିକାରୀ, ଅର୍ଥାତ୍ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ କି ନାହିଁ।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ