ଟି-୨୦ ସିରିଜ୍: ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ

ନୂଆଦିଲ୍ଲୀ: ଡରବାନ୍‌ରେ ଭାରତର ଦମ୍‌ଦାର ବିଜୟ। ଘରୋଇ ଦଳକୁ ହରାଇଲା ଟିମ୍‌ ଇଣ୍ଡିଆ। ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଦମ୍‌ଦାର ବିଜୟ ହାସଲ କରିଛି। ସଞ୍ଜୁଙ୍କ ଶତକ ଓ ବୋଲର୍‌ଙ୍କ ଘାତକ ବୋଲିଂରେ ଘାଇଲା ହୋଇଛି ଘରୋଇ ଦଳ।

୨୦୩ ରନର ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ମାତ୍ର ୧୪୧ ରନ କରିବାରେ ସକ୍ଷମ ହୋଇଥିଲା। ୧୭.୫ ଓଭରରେ ଅଲଆଉଟ୍ ହୋଇଥିଲା ଦଳ। ଫଳରେ ଟିମ୍ ଇଣ୍ଡିଆ ୬୧ରନରେ ପ୍ରଥମ ଟି-୨୦ ମ୍ୟାଚ୍ ଜିତି ନେଇଛି। ସଞ୍ଜୁ ସାମସନ ମ୍ୟାନ୍ ଅଫ୍ ଦି ପ୍ଲେୟାର ହୋଇଛନ୍ତି। ୪ ମ୍ୟାଚ୍‌ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି। ରବିବାର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ।
ସଞ୍ଜୁ ୫୦ ବଲ୍‌ରୁ ୧୦୭ ରନ୍ ସଂଗ୍ରହ କରିବା ପରେ ବରୁଣ ଚକ୍ରବର୍ତୀ, ରବି ବିଷ୍ଣୋଇ ପ୍ରତ୍ୟେକ ୩ ଲେଖାଏଁ ୱିକେଟ୍ ନେଇ ଘରୋଇ ଦଳର ଅଣ୍ଟା ଭାଙ୍ଗି ଦେଇଥିଲେ। ଭାରତ ଦକ୍ଷିଣ ଆଫ୍ରିକା ଆଗରେ ୨୦୨ ରନ୍‌ର ଟାର୍ଗେଟ୍‌ ଦେଇଥିଲା। ତେବେ ଐଦେନ ମାରକ୍ରମଙ୍କ ଦଳ ୧୪୧ ରନ୍‌ରେ ସମସ୍ତ ୱିକେଟ ହରାଇ ଦେଇଥିଲା।

ଦକ୍ଷିଣ ଆଫ୍ରିକା ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ  ଆମନ୍ତ୍ରଣ କରିଥିଲା। ଦୁଇ ନୂଆ ଓପନିଂ ଯୋଡି ଅଭିଷେକ ଶର୍ମା ଓ ସଞ୍ଜୁ  ସାମସନ ଦ୍ରୁତ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରିଥିଲେ। ତେବେ ଅଭିଷେକ ୮ ବଲ୍‌ରୁ ୭ ରନ୍ ସଂଗ୍ରହ କରି ପାଭିଲିଅନ୍‌କୁ ଫେରିଥିଲେ। ସଞ୍ଜୁ କିନ୍ତୁ ଘରୋଇ ବୋଲରଙ୍କୁ ଧୂଲେଇ କରି ୨୭ ବଲ୍‌ରେ ୫୦ ଓ ୪୭ ବଲ୍‌ରେ ସେଞ୍ଚୁରୀ ମାରି ୧୦୭ ରନ୍‌ କରିଥିଲେ। ଏହି ପାଳିରେ ସଞ୍ଜୁ ୧୦ ଛକା ଓ ୭ ଚୌକା ମାରିଥିଲେ।

  • Related Posts

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ନ୍ୟୁୟର୍କ,04।09: ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି ଚଳିତ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଏହା ହେଉଛି ବିଶ୍ବମାନ୍ୟତାର ୩୨ତମ ସ୍ଥାନରେ ଥିବା ଭାମ୍ବ୍ରିଙ୍କ କ୍ୟାରିୟର୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ୍ କ୍ବାର୍ଟର୍‌ଫାଇନାଲ୍ ପ୍ରବେଶ। ଚତୁର୍ଦଶ ସିଡ୍‌ ଭାମ୍ବ୍ରି…

    Continue reading
    ଆଜିଠାରୁ ପୁରୁଷ ଏସିଆ କପ୍‌ ହକି ସୁପର-୪ ମୁକାବିଲା, ଦକ୍ଷିଣ କୋରିଆ-ଭାରତ ମୁହାଁମୁହିଁ

    ରାଜଗିର,03/09 : ପୁରୁଷ ଏସିଆ କପ୍‌ ହକିର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଆଜିଠାରୁ ସୁପର-୪ ମୁକାବିଲା ହେବ। ସୁପର-୪ରେ ଗ୍ରୁପ-ଏ ରୁ ଭାରତ ଓ ଚୀନ ରହିଥିବାବେଳେ ଗ୍ରୁପ-ବିରୁ ଦକ୍ଷିଣ କୋରିଆ ଓ ମାଲେସିଆ ରହିଛନ୍ତି। ଭାରତ ୩ରେ ପ୍ରଥମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର