ଟି-୨୦ ସିରିଜ୍: ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ

ନୂଆଦିଲ୍ଲୀ: ଡରବାନ୍‌ରେ ଭାରତର ଦମ୍‌ଦାର ବିଜୟ। ଘରୋଇ ଦଳକୁ ହରାଇଲା ଟିମ୍‌ ଇଣ୍ଡିଆ। ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଦମ୍‌ଦାର ବିଜୟ ହାସଲ କରିଛି। ସଞ୍ଜୁଙ୍କ ଶତକ ଓ ବୋଲର୍‌ଙ୍କ ଘାତକ ବୋଲିଂରେ ଘାଇଲା ହୋଇଛି ଘରୋଇ ଦଳ।

୨୦୩ ରନର ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ମାତ୍ର ୧୪୧ ରନ କରିବାରେ ସକ୍ଷମ ହୋଇଥିଲା। ୧୭.୫ ଓଭରରେ ଅଲଆଉଟ୍ ହୋଇଥିଲା ଦଳ। ଫଳରେ ଟିମ୍ ଇଣ୍ଡିଆ ୬୧ରନରେ ପ୍ରଥମ ଟି-୨୦ ମ୍ୟାଚ୍ ଜିତି ନେଇଛି। ସଞ୍ଜୁ ସାମସନ ମ୍ୟାନ୍ ଅଫ୍ ଦି ପ୍ଲେୟାର ହୋଇଛନ୍ତି। ୪ ମ୍ୟାଚ୍‌ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି। ରବିବାର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ।
ସଞ୍ଜୁ ୫୦ ବଲ୍‌ରୁ ୧୦୭ ରନ୍ ସଂଗ୍ରହ କରିବା ପରେ ବରୁଣ ଚକ୍ରବର୍ତୀ, ରବି ବିଷ୍ଣୋଇ ପ୍ରତ୍ୟେକ ୩ ଲେଖାଏଁ ୱିକେଟ୍ ନେଇ ଘରୋଇ ଦଳର ଅଣ୍ଟା ଭାଙ୍ଗି ଦେଇଥିଲେ। ଭାରତ ଦକ୍ଷିଣ ଆଫ୍ରିକା ଆଗରେ ୨୦୨ ରନ୍‌ର ଟାର୍ଗେଟ୍‌ ଦେଇଥିଲା। ତେବେ ଐଦେନ ମାରକ୍ରମଙ୍କ ଦଳ ୧୪୧ ରନ୍‌ରେ ସମସ୍ତ ୱିକେଟ ହରାଇ ଦେଇଥିଲା।

ଦକ୍ଷିଣ ଆଫ୍ରିକା ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ  ଆମନ୍ତ୍ରଣ କରିଥିଲା। ଦୁଇ ନୂଆ ଓପନିଂ ଯୋଡି ଅଭିଷେକ ଶର୍ମା ଓ ସଞ୍ଜୁ  ସାମସନ ଦ୍ରୁତ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରିଥିଲେ। ତେବେ ଅଭିଷେକ ୮ ବଲ୍‌ରୁ ୭ ରନ୍ ସଂଗ୍ରହ କରି ପାଭିଲିଅନ୍‌କୁ ଫେରିଥିଲେ। ସଞ୍ଜୁ କିନ୍ତୁ ଘରୋଇ ବୋଲରଙ୍କୁ ଧୂଲେଇ କରି ୨୭ ବଲ୍‌ରେ ୫୦ ଓ ୪୭ ବଲ୍‌ରେ ସେଞ୍ଚୁରୀ ମାରି ୧୦୭ ରନ୍‌ କରିଥିଲେ। ଏହି ପାଳିରେ ସଞ୍ଜୁ ୧୦ ଛକା ଓ ୭ ଚୌକା ମାରିଥିଲେ।

  • Related Posts

    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading
    ଆଜି ରାଜସ୍ଥାନକୁ ଭେଟିବ ଚେନ୍ନଇ

    ଗୁଆହାଟୀ: ଆଇପିଏଲର ୧୯ତମ ସଂସ୍କରଣର ସୋମବାର ତୃତୀୟ ମ୍ୟାଚ ଗୁଆହାଟୀର ଆସାମ କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡ​‌ରେ ଦୁଇ ପୂର୍ବତନ ଚମ୍ପିଆନ ରାଜସ୍ଥାନ ରୟାଲ୍‌ସ ଓ ଚେନ୍ନଇ ସୁପରକିଙ୍ଗ୍‌ସ ମୁହାଁମୁହିଁ ହେବେ। ୧୧ ବର୍ଷ ଧରି ରାଜସ୍ଥାନ ରୟାଲ୍‌ସରୁ ଖେଳି ଆସୁଥିବା ସଞ୍ଜୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ