
ନୂଆଦିଲ୍ଲୀ: କୋର୍ଟରୁ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଝଟ୍କା ଲାଗିଛି । ପୂର୍ବରୁ କୋର୍ଟ ତାଙ୍କ ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କକୁ ଅସାମ୍ବିଧାନିକ ଘୋଷଣା କରିଥିଲେ, ଯଦିଓ ଏହା ସ୍ଥଗିତ ରଖାଯାଇ ନଥିଲା । ଏହା ଟ୍ରମ୍ପଙ୍କୁ ଉଚ୍ଚ ଅଦାଲତକୁ ଯିବାକୁ ଦେଇଛି । ଏବେ କିନ୍ତୁ କୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି । କୋର୍ଟ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଏବଂ ପ୍ରଶାସନ ଆମେରିକାର ଆଇନ ଉଲ୍ଲଘଂନ କରିଛନ୍ତି ।
ବିଚାରପତି ରାୟ ଦେଇ କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଗତ ଗ୍ରୀଷ୍ମ ଋତୁରେ ଲସ୍ ଆଞ୍ଜେଲସରେ ନ୍ୟାସନାଲ ଗାର୍ଡ ସୈନିକଙ୍କୁ ନିୟୋଜିତ କରି ଆମେରିକୀୟ ଆଇନ ଉଲ୍ଲଂଘନ କରିଛନ୍ତି । ସେପ୍ଟେମ୍ବର ୨ରେ ୱାଶିଂଟନରେ ରାୟ ପ୍ରଦାନ କରି ବିଚାରପତି କହିଛନ୍ତି ଯେ ପ୍ରଶାସନର କାର୍ୟ୍ୟ ପୋସେ କମିଟାଟସ୍ ଆଇନକୁ ଉଲ୍ଲଂଘନ କରିଛି, ଯାହା ଘରୋଇ ଆଇନ ପ୍ରବର୍ତ୍ତନ ପାଇଁ ସାମରିକ ବାହିନୀର ବ୍ୟବହାରକୁ ନିଷିଦ୍ଧ କରେ । ନ୍ୟାସନାଲ ଗାର୍ଡ ସୈନିକଙ୍କ ନିୟୋଜିତକୁ ବେଆଇନ ବୋଲି ମନେ କରିଥିଲେ, କିନ୍ତୁ ବ୍ରେୟର ସେପ୍ଟେମ୍ବର ୧୨ ପର୍ୟ୍ୟନ୍ତ ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ, ଆବେଦନ ପାଇଁ ସମୟ ଦେଇଥିଲେ । କାଲିଫର୍ଣ୍ଣିୟାର ରାଜ୍ୟପାଳ ଗୌଭିନ୍ ନ୍ୟୁସମ୍ କୋର୍ଟରେ ଏକ ଆବେଦନ କରିଥିଲେ । ସେ କହିଛନ୍ତି ଯେ ଜୁନ୍ ମାସରେ ୪୦୦୦ ନ୍ୟାସନାଲ ଗାର୍ଡ ସୈନ୍ୟ ଏବଂ ୭୦୦ ଆମେରିକୀୟ ମାରିନ୍ ମୁତୟନ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରବାସ ନୀତି ବିରୋଧକୁ ଦମନ କରିବାର ଏକ ପ୍ରୟାସ ଥିଲା ।