ଭାରତକୁ ଅଧିକ ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ଦେବ ରୁଷ୍‌

ନୂଆଦିଲ୍ଲୀ,04/09: ଭାରତର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା ପାଇଁ ରୁଷ୍‌ ସହ ଚର୍ଚ୍ଚା ସଫଳ ହୋଇଛି। ଭାରତକୁ ଅଧିକ ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ଯୋଗାଇ ଦେବାକୁ ରୁଷ୍‌ ନିଷ୍ପତ୍ତି ନେଇଛି ଏବଂ ଏହି ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ମଧ୍ୟ ସଙ୍କେତ ଦେଇଛି। ୨୦୧୮ରେ ହୋଇଥିବା ୩୯,୦୦୦ କୋଟି ଟଙ୍କାର ଚୁକ୍ତି ଅନୁଯାୟୀ ମୋଟ ୫ଟି ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାରୁ ୩ଟି ୨୦୨୧-୨୦୨୩ ମଧ୍ୟରେ ଭାରତ ହାସଲ କରିଥିଲା। ଅବଶିଷ୍ଟ ୨ଟି ସିଷ୍ଟମ୍‌ ୨୦୨୬-୨୦୨୭ରେ ପହଞ୍ଚିବ ବୋଲି ସୂଚନା ମିଳିଛି । ଅଧିକ ଏସ୍‌-୪୦୦ ଉପଲବ୍ଧ କରାଇବା ପାଇଁ ରୁଷ୍‌ ସହ ଚର୍ଚ୍ଚା ସଫଳ ହୋଇଥିବାରୁ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ଏସ୍‌-୪୦୦ ହେଉଛି ବିଶ୍ୱର ଅତ୍ୟାଧୁନିକ ମିସାଇଲ ସିଷ୍ଟମ, ଯାହା ୪୦୦ କିଲୋମିଟର ପର୍ଯ୍ୟନ୍ତ ଫାଇଟର ଜେଟ୍, ଡ୍ରୋନ୍, କ୍ରୁଜ୍ ଏବଂ ବାଲିଷ୍ଟିକ ମିସାଇଲକୁ ଧ୍ୱଂସ କରିପାରେ। ଏହା ୬୦୦ କିଲୋମିଟର ଦୂରରୁ ଶତ୍ରୁକୁ ଚିହ୍ନଟ କରି ୧୦୦ରୁ ଅଧିକ ଟାର୍ଗେଟ୍ ଠାବ କରିପାରିବ। ଏହା ପାକିସ୍ତାନ ଏବଂ ଚୀନ୍‌ ବିରୋଧରେ ଏକ ଅଭେଦ୍ୟ କବଚ ସୃଷ୍ଟି କରିଛି।

  • Related Posts

    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading
    ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

    ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ