
ଭୁବନେଶ୍ୱର:ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସଙ୍ଗ ଓ ରେଭେନସା ବିବାଦକୁ ନେଇ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଡାକରା ପରେ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ପହଞ୍ଚିଛନ୍ତି । ସୂଚନା ଅନୁସାରେ, ପାଠ୍ୟପୁସ୍ତକରେ ଜାତୀୟ ସଙ୍ଗୀତ ଓ ରାଜ୍ୟ ସଙ୍ଗୀତ ସମ୍ପର୍କିତ ତ୍ରୁଟିକୁ ନେଇ ସିଏମ୍ଓ ପକ୍ଷରୁ ଗମ୍ଭୀରତା ପ୍ରକାଶ କରାଯାଇଛି । ଶିକ୍ଷା ବ୍ୟବସ୍ଥାରେ ଏଭଳି ତ୍ରୁଟି କିପରି ହେଲା ଏବଂ ଏହାର ସୁଧାର ପାଇଁ କଣ ପଦକ୍ଷେପ ନିଆଯିବ, ସେନେଇ ଆଲୋଚନା ହେବା ନେଇ ସୂଚନା ମିଳିଛି ।
ଏହାସହ ରେଭେନସା ମହାବିଦ୍ୟାଳୟକୁ ନେଇ ଚାଲିଥିବା ବିବାଦ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷା ବିଭାଗର ମତାମତ ନେଇପାରନ୍ତି । ଶିକ୍ଷା କ୍ଷେତ୍ର ସମ୍ପର୍କିତ ଏହି ଦୁଇଟି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି । ତ୍ରୁଟି ସୁଧାର ସହ ଭବିଷ୍ୟତରେ ଏଭଳି ଘଟଣା ଯେପରି ନ ଘଟେ, ସେଥିପାଇଁ ବିଭାଗୀୟ ସ୍ତରରେ ପଦକ୍ଷେପ ନିଆଯିବା ସମ୍ଭାବନା ରହିଛି ।




