ଟ୍ରମ୍ପଙ୍କ ‘ଷଡ଼ଯନ୍ତ୍ର’ ଅଭିଯୋଗ ଖଣ୍ଡନ କଲା ରୁଷ

ବେଜିଂ,04/09: ରୁଷର କ୍ରେମଲିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯୋଗକୁ ଖଣ୍ଡନ କରିଛି। ଟ୍ରମ୍ପ ଦାବି କରିଥିଲେ ଯେ ରୁଷ, ଚୀନ ଓ ଉତ୍ତର କୋରିଆ ଆମେରିକା ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। କ୍ରେମଲିନ କହିଛି, ଏପରି କୌଣସି ଯୋଜନା ନାହିଁ। ଚୀନରେ ବିଜୟ ଦିବସ ପରେଡରେ ୨୦ରୁ ଅଧିକ ଦେଶର ନେତା ଯୋଗ ଦେଇଥିଲେ। ବେଜିଂର ତିଆନମେନ ସ୍କୋୟାରରେ ଚୀନର ପିପୁଲ୍ସ ଲିବରେସନ ଆର୍ମି ଏକ ବିରାଟ ସୈନ୍ୟ ପରେଡ କରିଥିଲା। ଏହା ଜାପାନୀ ଆକ୍ରମଣ ଓ ବିଶ୍ୱ ଫାସିବାଦ ବିରୋଧୀ ଯୁଦ୍ଧରେ ବିଜୟର ୮୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହୋଇଥିଲା। ପରେଡରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ ଯୋଗ ଦେଇଥିଲେ।ଟ୍ରମ୍ପ ନିଜର ଟ୍ରୁଥ ସୋସିଆଲ ପ୍ଲାଟଫର୍ମରେ ଶି ଜିନପିଙ୍ଗଙ୍କୁ ଉଦ୍ଦେଶ୍ୟ କରି ଲେଖିଥିଲେ, “ପୁଟିନ ଓ କିମ ଜୋଙ୍ଗଙ୍କୁ ମୋର ଶୁଭେଚ୍ଛା ଦିଅ। କାରଣ ଆପଣମାନେ ଆମେରିକା ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି।” ଏହି ମନ୍ତବ୍ୟ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। କ୍ରେମଲିନର ଅଧିକାରୀ ୟୁରୀ ଉଶାକୋଭ ଏହି ଅଭିଯୋଗକୁ ଖାରଜ କରିଛନ୍ତି। ସେ କହିଛନ୍ତି, “କାହାର ମଧ୍ୟ ଆମେରିକା ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାର ଉଦ୍ଦେଶ୍ୟ ନାହିଁ।” ସେ ଆହୁରି କହିଛନ୍ତି, “ଆଜିର ବିଶ୍ୱ ପରିସ୍ଥିତିରେ ଆମେରିକା, ଟ୍ରମ୍ପ ପ୍ରଶାସନ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭୂମିକାକୁ ସମସ୍ତେ ବୁଝନ୍ତି।” ଚୀନର ଏହି ସୈନ୍ୟ ପରେଡକୁ ଆମେରିକା ଆଗରେ ଶକ୍ତି ପ୍ରଦର୍ଶନ ଭାବେ ଦେଖାଯାଉଛି। ପାକିସ୍ତାନ, ରୁଷ ଓ ଉତ୍ତର କୋରିଆ ସମେତ ୨୩ଟି ଦେଶର ନେତା ଏଥିରେ ଅଂଶଗ୍ରହଣ କରିଥିଲେ। ଏହା ବିଶ୍ୱ ରାଜନୀତିରେ ଚୀନର ବଢ଼ୁଥିବା ପ୍ରଭାବକୁ ଦେଖାଉଛି।

  • Related Posts

    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading
    ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

    ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ