ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନିଜର ପଦମର୍ୟ୍ୟଦା ଓ ଦେଶର ସମ୍ମାନକୁ ସାଲିସ କରିଛନ୍ତି- ଯୁବ କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ଆଜି ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପଦମର୍ୟ୍ୟଦା ଓ ଦେଶର ସମ୍ମାନକୁ ନେଇ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଖରେ ସାଲିସ କରିଛନ୍ତି । ଟ୍ରମ୍ପଙ୍କ କଥାରେ ସେ ଏକ କାଠ କଣ୍ଢେଇର ଭୂମିକା କରୁଛନ୍ତି । ଟ୍ରମ୍ପଙ୍କର ଗୋଟିଏ ନିର୍ଦ୍ଦେଶରେ ସେ ରୁଷରୁ ତେଲ କିଣିବା ବନ୍ଦ କରିଦେଲେ । ପୁଣି ଟ୍ରମ୍ପଙ୍କ ନିର୍ଦ୍ଦେଶରେ ମାସକ ପାଇଁ ରୁଷରୁ ତେଲ କିଣିବେ । ଭାରତ କେଉଁଠୁ ତେଲ କିଣିବା କାହା ସହିତ ବ୍ୟବସାୟ କରିବ ତାହା ଆମେରିକା ନିର୍ଦ୍ଦେଶରେ ହିଁ ହେବ । ତେବେ ଦେଶ ପୁଣିଥରେ ପରାଧିନ ହୋଇଗଲାକି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି । ଅନ୍ୟପଟରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କୁ ଖୁସି କରିବା ଯେଫରି ଇପିଷ୍ଟେନର ଉପଦେଶକ୍ରମେ ଇଜ୍ରାଏଲରେ ଯାଇ ନୃତ୍ୟୁ କରିବାର ଅଭିଯୋଗ ହୋଇଛି । ମୋଦିଙ୍କର କଣ ଦୁର୍ବଳତା ଟ୍ରମ୍ପଙ୍କ ପାଖରେ ରହିଛି ଯେ ଟ୍ରମ୍ପଙ୍କୁ ମୋଦି ଭୟ କରୁଛନ୍ତି । ଅନ୍ୟପକ୍ଷରେ ଯୁଦ୍ଧର ଦୁଇଦିନ ପୂର୍ବରୁ ସେ ଇଜ୍ରାଏଲକୁ ଫାଦର କ୍ରଣ୍ଟ୍ରି ବୋଲି ଘୋଷଣା କରିବା ଦୁଃଖ ଦାୟକ । ଇଜ୍ରାଏଲ ଭାରତୀୟ ଜନତାପାଟି କିମ୍ବା ତାଙ୍କର ସହଯୋଗୀ ଅନୁଷ୍ଠାନ ଗୁଡ଼ିକର ଫାଦର କଣ୍ଟ୍ରି ହୋଇପାରେ କିନ୍ତୁ ଭାରତବାସୀ ଏହାକୁ ସ୍ୱୀକାର କରିବେ ନାହିଁ । ଗତବର୍ଷ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ମୋଦି ସରକାର ୫୦ ଟଙ୍କା ବଢ଼ାଇଥିଲେ ଏବର୍ଷ ପୁଣି ୬୦ ଟଙ୍କା ବଢ଼ାଇଲେ । ବ୍ୟବସାୟୀକ ଗ୍ୟାସ ସିଲିଣ୍ଡିର ପିଛା ୧୧୫ ଟଙ୍କା ବଢ଼ିଛି । ଏବେ ଗ୍ୟାସ ଅଭାବ କାରଣରୁ ସ୍କୁଲ, କଲେଜ, ହଷ୍ଟେଲ, ହସପିଟାଲ ଗୁଡ଼ିକରେ ଅଭାବନୀୟ ପରିସ୍ଥିତି ଦେଖାଦେଲାଣି । ଆବାସିକ ସ୍କୁଲ ଗୁଡ଼ିକ ବନ୍ଦ ହେବା ପରିସ୍ଥିତିକୁ ଗଲାଣି । ହୋଟେଲ ଗୁଡ଼ିକ ମଧ୍ୟ ବନ୍ଦ ହେବା ପରିସ୍ଥିତି ପହଞ୍ôଚଲାଣି । ସାରା ଦେଶରେ ଗ୍ୟାସ ଅଭାବର ହା ହା କାର ପରିସ୍ଥିତି ଥିବା ସରକାର କହୁଛନ୍ତି ଗ୍ୟାସ ମହଜୁଦ ଅଛି । ସେପଟରେ କଳାବଜାରି ମାନେ ସରକାରଙ୍କର ନିୟନ୍ତ୍ରଣ ଅଭାବାରୁ ଏହି ପରିସ୍ଥିତିରୁ ଫାଇଦା ନେଉଛନ୍ତି । ସୁତରାଂ ବର୍ଦ୍ଧିତ ଗ୍ୟାସଦର ପ୍ରତ୍ୟାହାର କରିବା ସହିତ ପରିସ୍ଥିତିର ନିୟନ୍ତ୍ରଣ ନକଲେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସଂପାଦକ ସୁଦିପ ସାମଲ, ଜାଭେଦ ଅକତର ଉପସ୍ଥିତ ଥିଲେ ।

  • Related Posts

    ୧୦ ପର୍ଯ୍ୟନ୍ତ କାଳବୈଶାଖୀ

    ଭୁବନେଶ୍ୱର: ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଉଚ୍ଚରେ ଆଉ ଏକ…

    Continue reading
    ନୂତନ ଭାବେ ନିଯୁକ୍ତି ପାଇଥିବା କୁଳପତିଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଭିନନ୍ଦନ

    ଭୁବନେଶ୍ୱର: ରାଜ୍ୟର ୧୪ଟି ବିଶ୍ୱ ବିଦ୍ୟାଳୟରେ ନୂତନ ଭାବେ କୁଳପତି ନିଯୁକ୍ତି ଦିଆଯାଇଛି। ନୂତନ କୁଳପତିମାନଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଭିନନ୍ଦନ ଜଣାଇଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, କୁଳପତି ପଦବୀ ଖାଲି ଥିବା ରାଜ୍ୟର ସମସ୍ତ ୧୪ଟି ବିଶ୍ୱବିଦ୍ୟାଳୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ