ଟ୍ରାକ୍‌ରେ ଚମକିଲେ ପ୍ରଜ୍ଞା, ଅନିମେଷ; ଜିତିଲେ ସ୍ବର୍ଣ୍ଣ

କଟକ: ମହିଳା ହର୍ଡଲର ପ୍ରଜ୍ଞା ପ୍ରଶାନ୍ତି ସାହୁ ଇତିହାସ ରଚିଛନ୍ତି। ପ୍ରଥମ ଓଡ଼ିଆ ଭାବେ ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ ଟୁର୍‌ (ବ୍ରୋଞ୍ଜ) ସ୍ତରୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ରବିବାର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରଜ୍ଞା ପ୍ରଶାନ୍ତି ମହିଳା ୧୦୦ ମିଟର ବାଧାଧୌଡ଼ରେ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପ୍ରଜ୍ଞା ୧୩.୭୪ ସେକେଣ୍ଡରେ ଫିନିସ୍‌ ଲାଇନ୍‌ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହି ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତାମିଲନାଡୁର ନନ୍ଦିନୀ କଙ୍ଗନ ୧୩.୮୦ ସେକେଣ୍ଡ ସହ ରୌପ୍ୟ ଓ ଅଞ୍ଜଳି ସି ୧୪.୦୦ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି। ପୁରୁଷ ୨୦୦ ମିଟର ଦୌଡ଼ରେ ଓଡ଼ିଶାର ଅନିମେଷ କୁଜୁର ୨୦.୭୭ ସେକେଣ୍ଡ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅନିମେଷ ହିଟ୍‌ସରେ ଭଲ ଟାଇମିଂ ହାସଲ କରି ପାରି ନ ଥିବାବେଳେ ଫାଇନାଲରେ ଉନ୍ନତ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ଦକ୍ଷିଣ କୋରିଆର କୋ ସୁଙ୍ଗ ୱାନ ୨୦.୯୫ ସେକେଣ୍ଡ ସହ ରୌପ୍ୟ ଓ ତାମିଲନାଡୁର ଜି ରାଗୁଲ କୁମାର ୨୧.୧୭ ସେକେଣ୍ଡରେ ଅତିକ୍ରମ କରି କାଂସ୍ୟ ପଦକ ଜିତିଛନ୍ତି।ମହିଳା ୪୦୦ମିଟର ଦୌଡ଼ରେ କର୍ଣ୍ଣାଟକର ଜି.କେ ବିଜୟ କୁମାର ୫୩.୪୦ ସେକେଣ୍ଡ ସହ ସ୍ବର୍ଣ୍ଣ, ଗୁଜରାଟର ଦିବ୍ୟାନିବା ମହେନ୍ଦ୍ର ୫୩.୮୭ ସେକେଣ୍ଡ ସହ ରୌପ୍ୟ ଗ୍ରେଟ୍‌ ବ୍ରିଟେନର ଲୁଇସ୍‌ ଇଭିନ ୫୪.୨୮ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି। ପୁରୁଷ ୪୦୦ ମିଟର ଦୌଡ଼ରେ ଭାରତର ନୋଏଜ ତ୍ରିଭେନ୍ଦ୍ରମ ୪୫.୭୨ ସେକେଣ୍ଡ ସହ ସ୍ବର୍ଣ୍ଣ, ଅମନ ଜାକବ୍‌ ୪୫.୮୬ ସେକେଣ୍ଡ ସହ ରୌପ୍ୟ ଓ ଟି ସନ୍ତୋଷ କୁମାର ୪୬.୮୯ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି।
ପୁରୁଷ ୧୦୦ ମିଟର ଦୌଡ଼ରେ ମାଲେସିଆର ମହମ୍ମଦ ଅଜିମ ବିନ ୧୦.୩୫ ସେକେଣ୍ଡ ସହ ସ୍ବର୍ଣ୍ଣ, ଶ୍ରୀଲଙ୍କାର ଚାମୋଦ ଏମ୍‌ ୱାଧାସିଙ୍ଘେ ୧୦.୪୩ ସେକେଣ୍ଡ ସହ ରୌପ୍ୟ ଓ ମାଲେସିଆର ଦିନେଶ ଇଫତିକାର ମୁହା ୧୦.୫୦ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି। ଏଥିରେ ଓଡ଼ିଶାର ଲାଲୁ ପ୍ରସାଦ ଭୋଇ ୧୦.୫୪ ସେକେଣ୍ଡ ସହ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ମହିଳା ଜାଭେଲିନ ଥ୍ରୋର ଭାରତର ଉତ୍ତରପ୍ରଦେଶରୁ ଅନୁ ରାଣୀ ୬୨.୦୧ ମିଟର ଦୂରତ୍ବକୁ ଥ୍ରୋ କରି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ, ଶ୍ରୀଲଙ୍କାର ଏନ.ଡିଏଲ ହାତାରାବାଗଲାଙ୍କା ୫୬.୨୭ ମିଟର ସହ ରୌପ୍ୟ ଓ ଭାରତର ହରିୟାଣାର କରିସ୍ମା ଏସ ସାନିଲ ୫୪.୨୦ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି।
ମହିଳା ୧୦୦ ମିଟର ଦୌଡ଼ ଫାଇନାଲରେ ଭାରରତ ଅବିନ୍ୟା ରାଜାରାଜନ ୧୧.୫୭ ସେକେଣ୍ଡ ସହ ସ୍ବର୍ଣ୍ଣ, କର୍ଣ୍ଣାଟକର ଏସ ଏସ୍‌ ସ୍ନେହା ୧୧.୭୦ କେକେଣ୍ଡ ସହ ରୌପ୍ୟ ଓ ତେଲେଙ୍ଗାନାର ନିତ୍ୟା ଗାନ୍ଧି ୧୧.୭୦ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି। ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ୧୧.୮୬ ସେକେଣ୍ଡ ସହ ୫ମ ସ୍ଥାନରେ ରହିଥିଲେ। ପୁରୁଷ ୮୦୦ ମିଟର ଦୌଡ଼ରେ ଭାରତର ମହମ୍ମଦ ଆସଫଲ ୧ ମିନିଟ୍‌ ୪୬.୬୦ ସେକେଣ୍ଡ ସହ ସ୍ବର୍ଣ୍ଣ, ମହାରାଷ୍ଟ୍ରର ପ୍ରକାଶ ଗାନ୍ଧି ୧ ମିନିଟ୍‌ ୪୭.୧୪ ସେକେଣ୍ଡ ସହ ରୌପ୍ୟ ଓ ହରିୟାଣାର କିଷନ କୁମାର ୧ ମିନିଟ୍‌ ୪୮.୦୦ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି। ମହିଳା ୮୦୦ ମିଟର ଦୌଡ଼ରେ ପଞ୍ଜାବର ଅମନଦୀପ କୌର ୨ ମିନିଟ୍‌ ୦୪.୩୧ ସେକେଣ୍ଡ ସହ ସ୍ବର୍ଣ୍ଣ, ହୁଦରାମ ଭୁମିଶ୍ବର ୨ ମିନିଟ୍‌ ୦୬.୯୬ ଦ୍ବିତୀୟ ସ୍ଥାନ ସହ ରୌପ୍ୟ ଓ ଛତିଶଗଡ଼ର ତୋଥା ସଂକୀର୍ତ୍ତନ ୨ ମିନିଟ୍‌ ୦.୭.୧୭ ​‌େ‌ସକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି। ମହିଳା ଲଙ୍ଗଜମ୍ପରେ ଉତ୍ତରପ୍ରଦେଶର ସାହିଲ ସିଂହ ୬.୨୮ ମିଟର ସହ ସ୍ବର୍ଣ୍ଣ, ଭାରତୀୟ ରେଲୱେର ଭବାନୀ ଯାଦବ ଭାର୍ଗବ ୬.୧୩ ସେକେଣ୍ଡ ସହ ରୌପ୍ୟ ଓ ଜେଏମ୍‌ଡବ୍ଲ୍ୟୁର ସନ୍ଦ୍ରା ବାବୁ ୬.୧୦ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି। ପୁରୁଷ ଲଙ୍ଗଜମ୍ପରେ ଭାରତର ମୂରଲୀ ଶ୍ରୀଶଙ୍କର ୮.୧୩ ମିଟର ସହ ସ୍ବର୍ଣ୍ଣ, ଉତ୍ତରପ୍ରଦେଶର ସାହାନବାଜ ଖାଁ ୮.୦୪ ମିଟର ସହ ରୌପ୍ୟ ଓ କର୍ଣ୍ଣାଟକର ଲୋକେଶ ସତ୍ୟନାଥନ ୭.୮୫ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି।
ପୁରୁଷ ଟ୍ରପ୍‌ଲ ଜମ୍ପରେ ଭାରତର ଅବଦୁଲ ଆବୁବେକର ଭାରତର ୧୬.୫୩ ମିଟର ସହ ସ୍ବର୍ଣ୍ଣ, କାର୍ତ୍ତିକ ଉନ୍ନିକୃଷ୍ଣନ ୧୬.୪୨ ମିଟର ସହ ରୌପ୍ୟ ଓ ଡି ଗାଲି ଭାନିଷ୍ଟର ୧୬.୨୬ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି। ମହିଳା ୧୫୦୦ ମିଟର ଦୌଡ଼ରେ ହରିୟାଣାର ପୂଜା ୪ ମିନିଟ୍‌ ୧୫.୧୩ ସେକେଣ୍ଡ ସହ ସ୍ବର୍ଣ୍ଣ, ଉତ୍ତରାଖଣ୍ଡର ଲିଲି ଦାସ ୪ ମିନିଟ୍‌ ୧୭.୬୬ ସେକେଣ୍ଡ ସହ ରୌପ୍ୟ ଓ ପଞ୍ଜାବର ଅମନଦୀଦ କୌର ୪ ମିନିଟ୍‌ ୨୭.୧୪ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି। ପୁରୁଷ ଜାଭେଲିନ ଥ୍ରୋ ରେ ଶ୍ରୀଲଙ୍କାର ରମେଶ ତରଙ୍ଗା ପାଟ୍‌ ୮୬.୫୦ ମିଟର ଥ୍ରୋ କରି ସ୍ବର୍ଣ୍ଣ, ଭାରତର ଶିଭମ ଲୋହାକାରେ ୮୦.୭୩ ମିଟର ସହ ରୌପ୍ୟ ଓ ଶ୍ରୀଲଙ୍କାର ସୁମିଧା ରଣସିଙ୍ଘେ ୮୦.୬୫ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି। ମହିଳା ୨୦୦ ମିଟର ଦୌଡ଼ରେ ଭାରତର ଏମ୍‌ ଆଞ୍ଜେଲ ସିଲ୍‌ଭିୟା ୨୩.୯୫ ସେକେଣ୍ଡ ସହ ସ୍ବର୍ଣ୍ଣ, ନିତ୍ୟା ଗାନ୍ଧି ୨୪.୧୧ ସେକେଣ୍ଡ ସହ ରୌପ୍ୟ ଓ କର୍ଣ୍ଣାଟକର ଉନ୍ନାତି ଆୟାପ୍ପା ୨୪.୫୬ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି। ପୁରୁଷ ୪ଗୁଣା ୪୦୦ ମିଟର ରିଲେରେ ଶ୍ରୀଲଙ୍କାକୁ ସ୍ବର୍ଣ୍ଣ, ଭାରତକୁ ରୌପ୍ୟ ଓ ଇରାକକୁ କାଂସ୍ୟ ପଦକ ମିଳିଛି। ପୁରୁଷ ୫୦୦୦ ମିଟର ଦୌଡ଼ରେ ଜିବୁଟିର ୱାବେରି ଇଗ୍ବେଏ ହୋସେନ୍‌ ୧୪ ମିନିଟ୍‌ ୦.୫.୩୬ ସେକେଣ୍ଡ ସହ ସ୍ବର୍ଣ୍ଣ, ଭାରତର ଅଭିଷେକ ପାଲ୍‌ ୧୪ ମିନିଟ୍‌୧୦.୬୦ ସେକେଣ୍ଡ ସହ ରୌପ୍ୟ ଓ ସାୱନ ବାରୱାଲ ୧୪ ମିନିଟ୍‌ ୧୩.୪୧ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି।

  • Related Posts

    ‘ଭୁବନେଶ୍ବରରେ ହେବ ବିଶ୍ବସ୍ତରୀୟ ଷ୍ଟାଡିୟମ୍’

    ଭୁବନେଶ୍ୱର : ଓଡ଼ିଶାରୁ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ସୃଷ୍ଟି ପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଭୁବନେଶ୍ବରରେ ଆଉ ଏକ ବିଶ୍ବସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରବିବାର କଳିଙ୍ଗ ଷ୍ଟାଡିୟମ‌୍‌‌େ‌ର…

    Continue reading
    ଆଜିଠୁ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ଆରମ୍ଭ

    ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହେଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ। ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେଉଛି ଓ୍ବାଲର୍‌ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ଚାମ୍ପିଆନସିପ। ଏହି ପ୍ରତିଯୋଗିତା ଭୁବନେଶ୍ୱରର ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ