ଟ୍ରେନରୁ ଖସି ପଡ଼ି ମାଆ ଓ ପୁଅ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ନିକଟସ୍ଥ ଦାଣ୍ଡିମାଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଖସି ପଡ଼ିଲେ ମାଆ ଓ ୧୨ ବର୍ଷର ପୁଅ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଦ୍ୱୟ ହେଲ ଭଗବତୀ ଦେହୁରୀ ଓ ତାଙ୍କ ପୁଅ ରୁଦ୍ର ନାରାୟଣ ଦେହୁରୀ।

ଆଜି ସକାଳେ ମା’ପୁଅ ପାସେଞ୍ଜର ଟ୍ରେନ ବଦଳରେ ଭୁଲରେ ପୁରୀ ଦୁର୍ଗ ଏକ୍ସପ୍ରେସରେ ଚଢ଼ି ଯାଇଥିଲେ। ଢେଙ୍କାନାଳ ନିକଟସ୍ଥ ଦାଣ୍ଡିମାଳ ଷ୍ଟେସନରେ ସେମାନଙ୍କର ଓହ୍ଲାଇବାର ଥିଲା। କିନ୍ତୁ ଏକ୍ସପ୍ରେସ ଟ୍ରେନ ହୋଇଥିବାରୁ ସେଠାରେ ଅଟକି ନଥିଲା। ଟ୍ରେନ ନ ଅଟକିବାରୁ ମା’ପୁଅ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ। ପୁଅର ଗୋଡ ବଗିର ଡୋର ନିକଟରେ ଖସି ଯାଇଥିଲା। ପୁଅକୁ ଧରିବାକୁ ଯାଇ ମାଆ ମଧ୍ୟ ଖସି ପଡ଼ିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମା’ପୁଅଙ୍କ ଅବସ୍ଥା ଗୁରୁତର ରହିଛି।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ