ଟ୍ରେନ୍‌ ଲାଇନ୍‌ରେ ପଡିଛି ବ୍ଲଗରଙ୍କ ମୃତଦେହ

ଭୁବନେଶ୍ୱର : ଟ୍ରେନ୍‌ ଲାଇନ୍‌ରେ ପଡିଛି ବ୍ଲଗରଙ୍କ ମୃତଦେହ । ଭୁବନେଶ୍ୱର ପଲାଶପଲ୍ଲୀ ରେଳଲାଇନ୍‌ରେ ପଡିଛି ବ୍ଲଗରଙ୍କ ମୃତଦେହ । ଏହାସହ ରେଳ ଲାଇନ୍‌ ଉପରେ ଥିବା ବ୍ରିଜ୍‌ରେ ବ୍ଲଗରଙ୍କ ବାଇକ୍‌ ରହିଛି । ଘଟଣା ସଂପର୍କରେ ଖବର ପାଇ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ । ସନ୍ଦେଶ କୁମାର ଦାସ ନାମକ ଯୁବକ ବାଇକ୍‌ରେ ବୁଲି ବୁଲି ବ୍ଲଗିଂ କରନ୍ତି । ହେଲେ ରବିବାର ଦିନ ସକାଳ ସମୟରେ ଭୁବନେଶ୍ୱର ପଲାଶପଲ୍ଲୀ ବ୍ରିଜ୍‌ ଉପରେ ବ୍ଲଗରଙ୍କ ବାଇକ୍‌ ରଖାଯାଇଥିଲା । ଏହାପରେ କିଛି ଲୋକ ଟ୍ରେନ୍‌ ଲାଇନ୍‌ରେ ସନ୍ଦେଶଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା। ଏହାପରେ ତୁରନ୍ତ ଜିଆର୍‌ପିକୁ ଖବର ଦେଇଥିଲେ । ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ କିପରି ଓ କାହିଁକି ବ୍ଲଗରଙ୍କ ମୃତ୍ୟୁ ହେଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ବ୍ଲଗର ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ପୋଲିସ ଓ ରେଳବାଇ ପୋଲିସର ପୁରା ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

  • Related Posts

    ଚୌଦ୍ୱାର ଜେଲରୁ ଫେରାର୍ ରାଜା ସାହାଣୀ ଗିରଫ

    ଭୁୁବନେଶ୍ୱର : ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ଗୁରୁବାର ଗିରଫ ହୋଇଛି। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ…

    Continue reading
    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ