ଠିକାଦାର ମଲେଇ ନେଇ ପଳେଇଲେ :ମନ୍ତ୍ରୀ

ଭୁବନେଶ୍ୱର: ମେଗା ଜଳ ପ୍ରକଳ୍ପ ନେଇ ଗୃହରେ ପ୍ରଶ୍ନ ଉଠାଇଲେ ଚୌଦ୍ୱାର ବିଧାୟକ ସୈାଭିକ ବିଶ୍ୱାଳ। କହିଛନ୍ତି ବିଧାୟକଙ୍କ କହିବା କଥା ରାଜ୍ୟରେ ଆଜି ସୁଦ୍ଧା ୨୦୭ ଗୋଟି ପ୍ରେଜେକ୍ଟରୁ ୧୬ ଗୋଟି ପ୍ରୋଜେକ୍ଟ ପୁରା ହୋଇଛି । ବର୍ତ୍ତମାନ ସୁଦ୍ଧା ୧୫୧ ଗୋଟି ପ୍ରୋଜେକ୍ଟ କାମ ଚାଲୁ ରହିଛି । ୨୦୨୬ ସୁ୍ଦ୍ଧା କାମ ଶେଷ ହେବ , କିନ୍ତୁ ଏହି କାମ କେବେ ସୁ୍ଦ୍ଧା ଶେଷ ହେବ ସେନେଇ ମାନ୍ୟବର ମନ୍ତ୍ରୀଙ୍କ ଠାରୁ ଜାଣିବାକୁ ଚାହୁଁଛି , ଏହି କାମ ବାରମ୍ବାର ଅହେତୁକ ବିଳମ୍ବ ହେଉଛି । ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ପଂଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କ ରବି ନାୟକ ଉତ୍ତର ରଖି କହିଛନ୍ତି , ମେଗା ଜଳ ପ୍ରକଳ୍ପ ଠିକା କାମରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ପାନୀୟ ଜଳ ମନ୍ତ୍ରୀ। ପୂର୍ବ ସରକାର ସମୟରେ ଠିକାଦାର ମାନେ ମଲେଇ ନେଇ ପଳେଇଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ ରବି ନାୟକ। ପୂର୍ବ ସରକାର ବେଳେ କେବଳ ପାଇପ ବିଛାଇବା କାମ କରିଥିଲେ । କେବଳ ଘରକୁ ଟ୍ୟାପ ଲଗାଇଛନ୍ତି। ଯେଉଁମାନେ ଠିକା ନେଇଥିଲେ, ସେମାନେ ୫୮ ପ୍ରତିଶତ ଟଙ୍କା ନେଇ ପଳାଇଛନ୍ତି । ଠିକାଦାରମାନେ ମଲେଇ ନେଇ ପଳାଇଛନ୍ତି କିନ୍ତୁ ତା ପରବର୍ତ୍ତୀ ପାଣି ବିଶୋଧନ କରିବା ପାଇଁ ଟ୍ୟାଙ୍କ କାମ ଏବେ ବି ବାକି ଥିବା ଗୃହରେ କହିଛନ୍ତି ମନ୍ତ୍ରୀ ।
ଏହାକୁ କାଉଣ୍ଟରରେ କହିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା , ଯେଉଁମାନେ ଏହି ପ୍ରକଳ୍ପରେ ମଲେଇ ଖାଇଛନ୍ତି ସେମାନେ ଆମ ରାଜ୍ୟର ନୁହଁନ୍ତି ସେମାନଙ୍କୁ ସରକାର ବାନ୍ଧିବା ଦରକାର । ସରକାର ସେମାନଙ୍କୁ ବାନ୍ଧିବାକୁ ବଡ ଯୋଜନା କରନ୍ତୁ , ପ୍ରକଳ୍ପ ପାଇବା ପାଇଁ ପେଟି ଆକାରରେ ଟଙ୍କା ବଣ୍ଟନ କରାଯାଇଥିଲା । ତାହା ବର୍ତ୍ତମାନ ଚିନ୍ତାଜନକ ବିଷୟ ତାକୁ ଏବେ ସରକାର ଠିକ କରିବା ଦରକାର ।

  • Related Posts

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଭୁବନେଶ୍ୱର: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭୋଟ ଚୋରୀ ଉପାଖ୍ୟାନକୁ ନେଇ ରାଜ୍ୟ କଂଗ୍ରେସର ସାମ୍ୱାଦିକ ସମ୍ମିଳନୀ । ପିସିସି ସଭାପତି କହିଛନ୍ତି ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର । ନହେଲେ ଏଥର ରାଜ୍ୟରେ କଂଗ୍ରେସର…

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ଭୁବନେଶ୍ବର: ରାଜ୍ୟ ବିଜେପିର ଅନେକ ନେତା ଏବେ ନିଗମ ଓ ବୋର୍ଡ ଅଧ୍ୟକ୍ଷ ହେବା ଆଶାରେ ଅଛନ୍ତି। ଆଉ ୨୦ ତାରିଖ ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ। ତେବେ ବର୍ତ୍ତମାନ ସମୟରେ ନିର୍ଦ୍ଦିଷ୍ଟ ତାରିଖ କହିହେବ ନାହିଁ।…

    Leave a Reply

    Your email address will not be published. Required fields are marked *

    You Missed

    ଉତ୍ତରପ୍ରଦେଶ ବିଧାନସଭାରେ ପ୍ରବେଶ କଲା ଏଆଇ

    ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ୭ମୃତ

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”