ଡିସେମ୍ବର ୬-୭ ରେ ଓଡ଼ିଶାରେ ଆୟୋଜିତ ହେବ ଗ୍ଲୋବାଲ ଏନର୍ଜି ଲିଡ଼ର୍ସ ସମ୍ମିଳନୀ

ଭୁବନେଶ୍ୱର: ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଓ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ମାସ ୬-୭ ରେ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଗ୍ଲୋବାଲ ଏନର୍ଜି ଲିଡ଼ର୍ସ ସମ୍ମିଳନୀ । ଏଥିରେ ଦେଶ ବିଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ । ଏମାନଙ୍କ ମଧ୍ୟରେ ୟୁକେ ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଫିନଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଟିବିଆଇର ଷ୍ଟ୍ରଟେଜିକ୍ କାଉନସେଲର୍ ସନା ମରିନ, ୟୁଏଇ, ସିଙ୍ଗାପୁର, ଭୁଟାନର ଶକ୍ତି ମନ୍ତ୍ରୀ ପ୍ରମୁଖ ଯୋଗଦେବା ଯୋଜନା ରହିଛି । ଏହି ସମ୍ମିଳନୀରେ ଭାରତର ସମସ୍ତ ରାଜ୍ୟର ଶକ୍ତିମନ୍ତ୍ରୀ ମାନେ ଯୋଗଦେବେ ଏବଂ ଅଧିବେଶନକୁ ସମ୍ବୋଧିତ ମଧ୍ୟ କରିବେ ।

ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀ ଭାରତର ଶକ୍ତି କ୍ଷେତ୍ରରେ ନିବେଶ ତଥା ପ୍ରୋତ୍ସାହନ ନିମନ୍ତେ ଏକ ସୁନ୍ଦର ପ୍ଲାଟଫର୍ମ ଯୋଗାଇ ଦେବ ଏବଂ ପରିବେଶ ସହିତ ଅର୍ଥନୀତିର ସାମଞ୍ଜସ୍ୟ ରଖି ଉତ୍କୃଷ୍ଟ ଓଡିଶା ଗଠନ ଦିଗରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।

ଦୁଇଦିନିଆ ସମ୍ମିଳନୀରେ ବିଭିନ୍ନ ଅଧିବେଶନ ରହିଛି । ଏଥିରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଦର୍ଶନ ମଧ୍ୟ ହେବ । ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ସିଏମଡି, ଓପିଟିସିଏଲ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଏମଡ଼ି ଗ୍ରୀଡ଼କୋ ଶ୍ରୀ ସତ୍ୟପ୍ରିୟ ରଥ, ଟିବିଆଇ ପକ୍ଷରୁ ବିବେକ ଅଗ୍ରୱାଲ, ନିନାଦ ସାଗର ଓ ପିଏରେ ୱାଲସ୍ (ଆଭାସୀ) ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଏଣିକି ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ

    ଭୁବନେଶ୍ୱର: ଅବକାରୀ ବିଭାଗ ନୂଆ ଗାଇଡଲାଇନ ଆଣିଛି। ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ। ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ନୂଆ ଗାଇଡଲାଇନ ଅନୁସାରେ, ପୁରୀ ବେଳାଭୂମିରେ…

    Continue reading
    ଆମ ବସ୍‌ ଧକ୍କାରେ ଅତିରିକ୍ତ ଡିସିପି ଆହତ

    ଭୁବନେଶ୍ୱର: ରାଜଧାନୀରେ ପୁଣି ଥରେ ଦୁର୍ଘଟଣା ଘଟାଇଛି ଆମ ବସ୍‌। ଏହି ବସ୍‌ ଧକ୍କାରେ ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀ ଆହତ ହୋଇଛନ୍ତି। ସାଇକେଲ୍‌ରେ ଯିବା ସମୟରେ ଭୁବନେଶ୍ୱର କ୍ଲବ ନିକଟରେ ତାଙ୍କୁ ପଛରୁ ଧକ୍କା ଦେଇଥିଲା ବସ୍‌। କ୍ୟାପିଟାଲ ଥାନା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ