ଡେଙ୍ଗୁ:ଖୋର୍ଦ୍ଧା ଜିଲ୍ଲାରେ ବେକାବୁ

ଭୁବନେଶ୍ୱର,: ଖୋର୍ଦ୍ଧା ଜିଲ୍ଲାରେ ବେକାବୁ ହେବାରେ ଲାଗିଛି ଡେଙ୍ଗୁ । ସମଗ୍ର ଜିଲ୍ଲାରେ ଯେତିକି ରୋଗୀ ଅଛନ୍ତି ତାହାର ୬୦ ଭାଗ କେବଳ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ମୋଟ ୨୯୪ ରୋଗୀ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ଭୁବନେଶ୍ୱର ସହରାଞ୍ଚଳରେ ୧୮୦ ଓ ଖୋର୍ଦ୍ଧାରେ ୬୧ ଜଣ ରୋଗୀ ଅଛନ୍ତି । କେବଳ ଜୁଲାଇରେ ସଂଖ୍ୟା ୧୦୦ ଟପିଥିବା ବେଳେ ଏବେ ଆଗକୁ ଏହି ସଂଖ୍ୟା ଅଢ଼େଇଶହ ପାର କରିଯିବ । ଗତ ଦୁଇବର୍ଷ ଧରି ରାଜ୍ୟରେ ସର୍ବାଧିକ ଡେଙ୍ଗୁ ରୋଗୀ ସୁନ୍ଦରଗଡ଼ରେ ଚିହ୍ନଟ ହେଉଥିବା ବେଳେ ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ରହୁଛି । ଭୁବନେଶ୍ୱର ମଧ୍ୟ ହଟସ୍ପଟ୍‌ ପାଲଟୁଛି । ଏଥରକ ବି ଏହାର ପୁନରାବୃତ୍ତି ହେବ । ଯେପରି ଭାବେ ସରକାର ଡେଙ୍ଗୁ ପ୍ରତିରୋଧ ପାଇଁ ଗୁରୁତ୍ୱ ଦେଉଛନ୍ତି ତାହାର କାଣିଚାଏ ବି କାମରେ ଲାଗିପାରୁନି । ରବିବାର ସୁଦ୍ଧା ଖୋର୍ଦ୍ଧାରେ ୪,୫୯୮ ଜଣ ଓ ଭୁବନେଶ୍ୱରରେ ୧୨ହଜାର ୪୮୧ଜଣଙ୍କ ଡେଙ୍ଗୁ ଟେଷ୍ଟ କରାଯାଇଛି । ଜିଲ୍ଲାର ମୋଟ ୨୧,୮୪୬ ମଶାବଂଶ ପ୍ରଜନନ ସ୍ଥାନ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୨୧,୮୧୬ଟି ସ୍ଥାନରେ ମଶାବଂଶକୁ ନଷ୍ଟ କରାଯାଇଛି ।

କେବଳ ଜନବସତି ନୁହେଁ ରାଜଧାନୀରେ ଥିବା ସ୍କୁଲକୁ ଘାରିଛି ଡେଙ୍ଗୁ ଚିନ୍ତା । ସ୍କୁଲରେ ପାଠ ପଢୁଥିବା କୋମଳମତି ଛାତ୍ରଛାତ୍ରୀଙ୍କୁ ଯେପରି ଡେଙ୍ଗୁ ନହୁଏ ସେଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି । ପ୍ରତିଦିନ ବିଏମ୍‌ସି ଅଞ୍ଚଳରେ ଥିବା ସ୍କୁଲଗୁଡ଼ିକରେ ଡେଙ୍ଗୁ ସଚେତନତା ସହ ଆଖପାଖ ପରିସରକୁ ବିଶୋଧନ କରାଯାଉଛି ।

  • Garvita Odia

    Related Posts

    ବାତିଲ ହେଲା ଏହିସବୁ ପରୀକ୍ଷା

    କଟକ: ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC) ରେଭେନ୍ୟୁ ଇନ୍‌ସ୍ପେକ୍ଟର (RI), ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍‌ସ୍ପେକ୍ଟର (ARI), ଅମିନ ଏବଂ ICDS ସୁପରଭାଇଜର ପଦବୀ ପାଇଁ ଆୟୋଜିତ କମ୍ବାଇନ୍‌ଡ ରିକ୍ରୁଟମେଣ୍ଟ ଏକ୍ସାମିନେସନ (CRE) ୨୦୨୪ର ପ୍ରିଲିମିନାରୀ ପରୀକ୍ଷା ବାତିଲ କରିଛି।…

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    ଭୁବନେଶ୍ୱର : ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ରେ ହେବ ବ୍ୟାଘ୍ର ପ୍ରକଳ୍ପ। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ପକ୍ଷରୁ ମିଳିଲା ଅନୁମତି। ବିଶେଷଜ୍ଞ କମିଟିର ସ୍ଥିତି ଅନୁଧ୍ୟାନ ପରେ ନିଷ୍ପତ୍ତି। ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ପିସିସିଏଫ୍ ପ୍ରେମ୍‌ କୁମାର ଝା ଏନେଇ ସୂଚନା…

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ ଓଡ଼ିଶା କ୍ୟାଡର ଆଇପିଏସ

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ  ଓଡ଼ିଶା କ୍ୟାଡର ଆଇପିଏସ

    ବାତିଲ ହେଲା ଏହିସବୁ ପରୀକ୍ଷା

    ବାତିଲ ହେଲା ଏହିସବୁ ପରୀକ୍ଷା

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍